ରାଜସ୍ଥାନ ଜେ.କେ ଲୋନ୍‌ ହସ୍ପିଟାଲରେ ୧୦୪ରେ ପହଞ୍ଚିଲା ଶିଶୁ ମୃତ୍ୟୁ ସଂଖ୍ୟା, ସମୀକ୍ଷା ପାଇଁ ଆଜି ପରିଦର୍ଶନ କରିବ କେନ୍ଦ୍ରୀୟ ଟିମ୍‌

ରାଜସ୍ଥାନ : ରାଜସ୍ଥାନ କୋଟା ସ୍ଥିତ ଜେ.କେ ଲୋନ୍‌ ସରକାରୀ ହସପିଟାଲରେ ଶିଶୁ ମୃତ୍ୟୁସଂଖ୍ୟା ୧୦୪ରେ ପହଞ୍ଚିଛି । ଶିଶୁ ମୃତ୍ୟୁ ସମ୍ପର୍କିତ ସମୀକ୍ଷା ପାଇଁ ଆଜି ହସ୍‌ପିଟାଲ ପରିଦର୍ଶନ କରିବ କେନ୍ଦ୍ରୀୟ ଟିମ୍‌। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ସ୍ୱତନ୍ତ୍ର ଟିମ୍‌ ମଧ୍ୟ ଜେ.କେ ଲୋନ୍‌ ହସ୍‌ପିଟାଲ ଯିବେ। ଜନ୍ମ ସମୟରେ କମ ଓଜନ କାରଣରୁ ଶିଶୁମାନଙ୍କର ମୃତ୍ୟୁ ହେଉଥିବା ହସପିଟାଲ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଶିଶୁ ମୃତ୍ୟୁକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇ ଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଚିଠି ଲେଖିଥିଲେ। କେନ୍ଦ୍ର ସରକାର ଚିକିତ୍ସା ପାଇଁ ସହଯୋଗ କରିବେ ବୋଲି କହିଛନ୍ତି। ଶିଶୁ ମୃତ୍ୟୁ ନେଇ ଆଜି ଡାକ୍ତରଖାନା ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ନାଗରିକତା ସଂଶୋଧନ ବିଲ ଉପରୁ ଧ୍ୟାନ ହଟାଇବାକୁ ବିଜେପି ଏହାକୁ ପ୍ରସଙ୍ଗ କରୁଥିବା ସେ ଅଭିଯୋଗ ଆଣିଛନ୍ତି। ସେପଟେ ଆଜି ଡାକ୍ତରଖାନାରେ ମୃତ ଶିଶୁଙ୍କ ସଂପର୍କୀୟମାନେ ହୋହାଲ୍ଲା କରିଛନ୍ତି। ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ସେମାନଙ୍କୁ ବୁଝାଇ ସ୍ଥିତି ସମ୍ଭାଳିଛନ୍ତି।

 

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

2 hours ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

3 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago