ରାଜକୋଟ ଆସଲାଣ୍ଟିକ୍ ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୩ ମୃତ, ଅନେକ ଫସିଥିବା ଆଶଙ୍କା

ଗୁଜରାଟର ରାଜକୋଟରେ ଥିବା ଆସଲାଣ୍ଟିକ୍ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡ ଯୋଗୁଁ ଏବେ ବି କୋଠାରେ ୩୦ ଜଣ ଲୋକ ଫସି ରହିଛନ୍ତି । ଅଗ୍ନିକାଣ୍ଡ ନେଇ ଖବର ପାଇବ ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।
ସୂଚନାନୁସାରେ, ରାଜକୋଟର ହାଇରାଇଜ ଆସଲାଣ୍ଟିକ୍ ବିଲ୍ଡିଂର ୬ ମହଲାରେ ଏହି ନିଆଁ ଲାଗିଥିଲା । ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଅଗ୍ନିଶମ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ବର୍ତ୍ତମାନ ବିଲ୍ଡିଂରେ ୩୦ ଜଣ ଫସିରହିଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଆମ୍ୱୁଲାନ୍ସ ଜରିଆରେ ପାଖ ହସ୍ପିଟାଲକୁ ପଠାଯାଇଥିବା ବେଳେ ଆହତଙ୍କ ଚିକିତ୍ସା ଜାରି ରହିଛି । ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ନିଆଁ ଲିଭାଇବାକୁ ଦମକଳ ଗାଡି ନିୟୋଜିତ ରହିଛି । ଘଟଣାରେ ଅଗ୍ନିଶମ ଟିମର ଜଣେ କର୍ମଚାରୀ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।
ସୂଚନାଯୋଗ୍ୟ, ଗତବର୍ଷ ରାଜକୋଟରେ ଅଗ୍ନିକାଣ୍ଡ ଭଳି ଘଟଣା ସାମନାକୁ ଆସିଥିଲା । ଗତ ବର୍ଷ ଗେମିଜୋନ୍ରେ ନିଆଁ ଲାଗିବା ଫଳରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଠାରେ ଜେନେରେଟର ପାଇଁ ୧୫୦୦ରୁ ୨୦୦୦ ଲିଟର ଡିଜେଲ, କାର୍ ରେସିଂ ପାଇଁ ୧୦୦୦ରୁ ୧୫୦୦ ଲିଟର ପେଟ୍ରୋଲ ଗଚ୍ଛିତ ଥିଲା, ଯେଉଁ କାରଣରୁ ନିଆଁ ଭୟଙ୍କର ଭାବେ ଚାରିଆଡ଼େ ବ୍ୟାପିଯାଇଥିଲା । ଏହି ଅଗ୍ନିକାଣ୍ଡରେ ଗେମ୍ ଜୋନ୍ର ସମଗ୍ର ଷ୍ଟ୍ରକ୍ଚର ଜଳି ପାଉଁଶ ହୋଇଯାଇଥିଲା । ଏହି ସ୍ଥାନରୁ ବାହାରକୁ ବାହାରିବା ଏବଂ ପ୍ରବେଶ ପାଇଁ ୬ରୁ ୭ ଫୁଟ୍ର କେବଳ ଗୋଟିଏ ହିଁ ରାସ୍ତା ଥିଲା । ଗେମ୍ ଜୋନ୍ରେ ପ୍ରବେଶ ପାଇଁ ୯୯ ଟଙ୍କିଆ ସ୍କିମ୍ ରହିଥିଲା, ଯେଉଁ କାରଣରୁ ବହୁ ସଂଖ୍ୟକ ଲୋକ ଏହା ଭିତରେ ଥିଲେ ।
ଏହି ଘଟଣା ପରେ ରାଜକୋଟର ସମସ୍ତ ବିଲିଡିଂ ଏବଂ ଗେମିଂ ଜୋନ ଭଳି ସ୍ଥାନରେ ଅଡିଟ୍ କରିବାକୁ ଆଦେଶ ଦିଆଯାଇଥିଲା । ଏହା ଭିତରେ ପୁଣି ବର୍ଷେ ପରେ ଏଭଳି ଘଟଣା ସାମ୍ନାକୁ ଆସିଛି ।
Also Read : ଆମେରିକାରେ ବିମାନରେ ଲାଗିଲା ନିଆଁ, ୧୭୮ ଯାତ୍ରୀ ସୁରକ୍ଷିତ ଉଦ୍ଧାର