ସହିଦ ଯବାନଙ୍କୁ ରାଜନାଥଙ୍କ ଶ୍ରଦ୍ଧାଞ୍ଜଳି, ବୀର ଯବାନ ଅମର ରହେ ଧ୍ୱନିରେ କମ୍ପିଲା ପରିବେଶ

ପୁଲୱାମା ଅତର୍କିତ ଆତଙ୍କବାଦୀ ଆକ୍ରମଣର ସ୍ଥିତି ସମୀକ୍ଷା ପାଇଁ ଶ୍ରୀନଗରରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ଆକ୍ରମଣରେ ପ୍ରାଣ ହରାଇଥିବା ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଜନାଥ । ବଡ଼ଗାମ ସିଆରପିଏଫ କ୍ୟାମ୍ପରେ ବୀର ଯବାନ ଅମର ରହେ ଧ୍ୱନିରେ ସହିଦଙ୍କ ମରଶରୀରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପରେ ରାଜନାଥ ଓ ଜମ୍ମ କଶ୍ମୀର ଡିଜିପି ଦିଲବାଗ ସିଂହ ମରଶରୀରକୁ କାନ୍ଧ ଦେଇଥିଲେ ।