ରାଜସ୍ଥାନ ପୋଲିସକୁ ବଡ ସଫଳତା, ଗ୍ୟାଙ୍ଗଷ୍ଟର ରାଜୁ ଠେଠ୍‌ ହତ୍ୟା ମାମଲାରେ ୫ ଗିରଫ

ଗ୍ୟାଙ୍ଗଷ୍ଟର ରାଜୁ ଠେଠ୍‌ଙ୍କ ହତ୍ୟାକାଣ୍ଡ ମାମଲାରେ ରାଜସ୍ଥାନ ପୋଲିସକୁ ମିଳିଛି ବଡ ସଫଳତା । ପୋଲିସ ରାଜୁଙ୍କ ଗୁଳି କରିଥିବା ୫ ଜଣ ହତ୍ୟାକାରୀଙ୍କୁ ଗିରଫ କରିଛି। ମାତ୍ର ୨୪ ଘଣ୍ଟା ମଧ୍ୟରେ ପୋଲିସର ଏଭଳି ଦୃଢ କାର୍ଯ୍ୟାନୁଷ୍ଠାନକୁ ସମସ୍ତେ ପ୍ରଶଂସା କରୁଛନ୍ତି। ପୋଲିସ ଗିରଫ କରିଥିବା ହତ୍ୟାକାରୀଙ୍କୁ ପଚରାଉଚରା ଜାରି ରଖିଛି। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ରାଜସ୍ଥାନରେ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇଛି । ଏହାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ଵିଟ୍‌ କରି ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ କରିଥିବା ଟ୍ଵିଟ୍‌ ମୁତାବକ, ସୀକରରେ ହୋଇଥିବା ହତ୍ୟାକାଣ୍ଡ ମାମଲାରେ ୫ ଆରୋପୀଙ୍କୁ ଗିରଫ କରିବା ସହିତ ଅସ୍ତ୍ରଶସ୍ତ୍ର ଏବଂ ବାହାନକୁ ଜବତ କରିଛି। ସମସ୍ତଙ୍କୁ କୋର୍ଟରେ ଟ୍ରାଏଲ କରି ଅଦାଲତରେ ଖୁବଶୀଘ୍ର ଉପସ୍ଥାପନ କରାଯିବ। ସେମାନଙ୍କ କଠୋର ଦଣ୍ଡାଦେଶ ଦିଆଯିବ ବୋଲି ମଧ୍ୟ କହିଛନ୍ତି । ତେବେ ୨୪ ଘଣ୍ଟା ମଧ୍ୟରେ ହତ୍ୟାକାରୀଙ୍କୁ ଗିରଫ କରିବା ଦ୍ୱାରା ପୋଲିସର କାର୍ଯ୍ୟଶୈଳୀ ଉପରେ ଉଠୁଥିବା ପ୍ରଶ୍ନ ଉପରେ ବିରାମ ଲଗାଇଛି ।

ସୂଚନାଯୋଗ୍ୟ, ଶନିବାର ଦିନ ସକାଳେ ରାଜସ୍ଥାନର ସୀକର ଜିଲ୍ଲାରେ ଗ୍ୟାଙ୍ଗ୍‌ ଓ୍ଵାର ହୋଇଥିଲା । ଦୁଇଟି ଗ୍ୟାଙ୍ଗ୍‌ ଭିତରେ ପୂର୍ବ ଶତ୍ରୁତାକୁ ନେଇ ତୁମୂଳ ହିଂସାକାଣ୍ଡ ହୋଇଥିଲା । ଏହି ଘଟଣାରେ ଗ୍ୟାଙ୍ଗଷ୍ଟର ରାଜୁ ଠେଠ୍‌କୁ ତାଙ୍କ ଘର ପାଖରେ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଘଟଣାଟି ରାଜସ୍ଥାନର ସୀକର ଜିଲ୍ଲାର ଉଦ୍ୟୋଗ ନଗରରେ ଘଟିଥିଲା । ଏହି ଘଟଣାରେ ଗ୍ୟାଙ୍ଗଷ୍ଟର ରାଜୁ ଠେଠ୍‌କୁ ତାଙ୍କ ଘର ପାଖରେ ଗୁଳି କରି ହତ୍ୟା କରାଯାଇଥିଲା ।

ଏହି ହତ୍ୟାକାଣ୍ଡର ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ଅପରାଧୀମାନେ ଖୁଲମଖୁଲା ଫାୟାରିଂ କରୁଥିବାର ନଜର ଆସିଥିଲେ। ଚାରିଜଣ ଯୁବକ ହାତରେ ଅସ୍ତ୍ରଶସ୍ତ୍ର ଧରି ବୁଲୁଥିବାର ନଜର ଆସିଛନ୍ତି । ଅପରାଧୀ ଗୁଳି କରି ହତ୍ୟା କରିବା ପରେ ଚାଲିଯାଇଥିଲେ ।

ଦିଲ୍ଲୀ ପୋଲିସ୍‌ର ଏକ ସ୍ପେସିଆଲ ସେଲର ସୂଚନାରେ କୁହାଯାଇଛି, ଯେ ରାଜୁ ଠେଠ୍‌କୁ ମାରିବା ପାଇଁ ୧୦ ବର୍ଷ ହେଲାଣି ଷଢ଼ଯନ୍ତ୍ର ହେଉଥିଲା। ଏହି ସୁଚିନ୍ତିତ ଷଢ଼ଯନ୍ତ୍ରରେ ଆନନ୍ଦପାଳ ଗ୍ୟାଙ୍ଗ୍‌, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ଏବଂ ଜଠେଡ଼ୀ ଗ୍ୟାଙ୍ଗ୍‌ର ଶୁଟରମାନେ ଯୁଯୋଗ ଖୋଜୁଥିଲେ । ତେବେ କୁହାଯାଇପାରେ ଯେ, ରାଜୁ ଠେଠ୍‌ ଅନେକ ଦିନ ହେଲାଣି ଏହି ୩ଟି ଗ୍ୟାଙ୍ଗର ଶୁଟରମାନଙ୍କ ଚକ୍ର ବ୍ୟୁହରେ ଫସି ରହିଥିଲେ ଖାଲି ଏହି ଅପରାଧୀମାନଙ୍କୁ ସୁଯୋଗ ଦରକାର ଥିଲା ଯାହା ଆଜି ସେମାନଙ୍କୁ ମିଳିଗଲା ।