ସିବିଆଇ ବନାମ ସିବିଆଇ ବିବାଦ , ବିଦା ହେଲେ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା

ଦିଲ୍ଲୀ(କେନ୍ୟୁଜ୍) : ସିବିଆଇ ବିବାଦରେ ବଳି ପଡିଲେ ନମ୍ବର ଟୁ ଅଧିକାରୀ ତଥା ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା । ରାକେଶଙ୍କ ସମେତ ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ସିବିଆଇରୁ ହଟାଯାଇଛି । କାର‌୍ୟ୍ୟକାଳ ସରିବା ପୂର୍ବରୁ ବଦଳି କରାଯାଇଛି । ଆସ୍ଥାନାଙ୍କ ସମେତ ଯୁଗ୍ମ ନିର୍ଦ୍ଦେଶକ ଏ.କେ.ଶର୍ମା, ଡେପୁରୀ ଇନସପେକ୍ଟର ଜେନେରାଲ ଏମ.କେ ସିହ୍ନା ଓ ଏସିପି ଜୟନ୍ତ ନାୟକନଭାରେଙ୍କୁ ସିବିଆଇରୁ ବାହାର କରି ଦିଆଯାଇଛି । ସିଭିସିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରାକେଶ ଆସ୍ଥାନାଙ୍କୁ ବେସାମରିକ ବିମାନ ଚଳାଚଳ ବ୍ୟୁରୋକୁ ପଠାଯାଇଛି । ଏ.କେ.ଶର୍ମାଙ୍କୁ ସିଆରପିଏଫର ଏଡିଜି, ଏମ.କେ ସିହ୍ନାଙ୍କୁ ବ୍ୟୁରେ ଅଫ ପୋଲିସ ରିସର୍ଚ୍ଚ ଓ ଡେଭଲପମେଣ୍ଟଙ୍କୁ ପଠାଯାଇଛି । ତେବେ ଏସିପି ଜୟନ୍ତ ନାୟକନଭାରେଙ୍କୁ କୌଣସି ଦାୟିତ୍ୱ ଦିଆଯାଇ ନାହିଁ । ରାକେଶଙ୍କ ବିରୋଧରେ ଆସିଥିବା ଲାଞ୍ଚ ଅଭିଯୋଗର ତଦନ୍ତ ଜାରି ରହିଛି । ପୂର୍ବରୁ ଗତ ୧୧ ତାରିଖରେ ସିଲେକ୍ସନ କମିଟି ବୈଠକରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ବିଦା କରାଯାଇଥିଲା । ତାଙ୍କୁ ଫାୟାର ସର୍ଭିସ୍‌ ଡିଜି ଭାବେ ବଦଳି କରାଯାଥିଲ । ତେବେ ଆଲୋକ ବର୍ମା ପଦ ଗ୍ରହଣ କରିବାକୁ ମନା କରିବା ସହ ଚାକିରିରୁ ଇସ୍ତଫା ଦେଇଥିଲେ ।