କର୍ଣ୍ଣାଟକରେ ସଭାବେଳେ ଚାଷୀ ନେତା ରାକେଶ ଟିକାୟତଙ୍କୁ କାଳି ମାଡ଼

ନୂଆଦିଲ୍ଲୀ : କୃଷକ ନେତା ରାକେଶ ଟିକାୟତଙ୍କୁ କାଳି ମାଡ଼ । ବେଙ୍ଗାଳୁରୁରେ ଆୟୋଜିତ ଏକ ପ୍ରେସମିଟରେ ରାକେଶ ଟିକାୟତଙ୍କୁ କାଳି ମାଡ଼ ହୋଇଛି । କାଳିମାଡ଼ ପରେ ଟିକାୟତ କହିଛନ୍ତି ସ୍ଥାନୀୟ ପୋଲିସ ପକ୍ଷରୁ ତାଙ୍କୁ କୌଣସି ସୁରକ୍ଷା ଯୋଗାଇ ଦିଆଯାଇନଥିଲା । ଭାରତୀୟ କିଶାନ ୟୁନିୟନର ସଭାପତି ଅଛନ୍ତି ରାକେଶ ଟିକାୟତ । କାଳି ମାଡ଼ ପରେ ପ୍ରେସମିଟ୍ରେ ଥିବା ଲୋକମାନେ ପରସ୍ପର ଉପରକୁ ଚେୟାର ଫିଙ୍ଗା ଫୋପଡା କରିଥିଲେ । କାଳି ଫିଙ୍ଗିଥିବା ବ୍ୟକ୍ତିଙ୍କୁ କାବୁ କରିଛନ୍ତି ଟିକାୟତଙ୍କ ସମର୍ଥକ ।
#WATCH Black ink thrown at Bhartiya Kisan Union leader Rakesh Tikait at an event in Bengaluru, Karnataka pic.twitter.com/HCmXGU7XtT
— ANI (@ANI) May 30, 2022
ସେପଟେ ତାଙ୍କ ସହ ଉପସ୍ଥିତ ଥିବା ୟୁଦ୍ଧବୀର ସିଂହଙ୍କ ଉପରେ ମଧ୍ୟ କାଳି ଫିଙ୍ଗାଯାଇଥିଲା । ରାକେଶ ମଞ୍ଚରେ ଷ୍ଟିଙ୍ଗ ଅପରେସନର ବାବଦରେ ସ୍ପଷ୍ଟୀକରଣ ରଖୁଥିଲେ । ସେତେବେଳେ ତାଙ୍କ ଉପରକୁ କାଳିମାଡ ହୋଇଥିଲା । କର୍ଣ୍ଣାଟକର କୃଷକ ନେତା କୋଡିହଲ୍ଲୀ ଚନ୍ଦ୍ରଶେଖରଙ୍କ ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା ଏଥିରେ ସେ ଟଙ୍କା ମାଗୁଥିବା ଦେଖିବାକୁ ମିଳିଥିଲା । ରାକେଶ ଟିକାୟତ ଏନେଇ ସ୍ପଷ୍ଟୀକରଣ ରଖୁଥିବାବେଳେ ଏହି ଘଟଣା ଘଟିଛି । ଏହାକୁ ନେଇ ପ୍ରେସମିଟ୍ ଚାଲିଥିବା ବେଳେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।