ଦେଶ ବିଦେଶ

ଘରେ ବସି ଫ୍ରିରେ ଅର୍ଡର କରି ପାରିବେ ରାମ ଲଲାଙ୍କ ପ୍ରସାଦ, ଜାଣନ୍ତୁ ଅନଲାଇନ୍‌ ପ୍ରୋସେସ୍‌

ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଭୋଗ ଲଗାଯାଇଥିବା ଶ୍ରୀରାମଙ୍କ ପ୍ରସାଦକୁ ଖାଇ ପୂଣ୍ୟ ଅର୍ଜନ କରିବାକୁ ଚାହୁଁଛନ୍ତିି କି ? ଯଦି ଆପଣଙ୍କ ମନରେ ଏଭଳି କିଛି ଇଚ୍ଛା ଅଛି ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଖୁସି ଖବର । ଘରେ ବସି ଆପଣ ନିଜ ଠିକଣାରେ ରାମଙ୍କ ପ୍ରସାଦ ଅର୍ଡର କରିପାରିବେ । ତାହା ପୁଣି ମାଗଣାରେ । ଏହି ପ୍ରସାଦ ପାଇଁ ଆପଣଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ।

ସବୁ ଅପେକ୍ଷାର ଅନ୍ତ ଘଟିଛି ୨୨ ଜାନୁଆରୀରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ତେଣୁ ସମସ୍ତ ଦେଶ ବାସୀ ଏହି ଦିନ ପାଇଁ ପ୍ରସ୍ତୁତ ହେଉଛନ୍ତି । ଅନେକ ରାମ ଭକ୍ତ ଅଯୋଧ୍ୟା ଯିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି । କିନ୍ତୁ କିଛି ଭକ୍ତ ଏପରି ଅଛନ୍ତି ଯେଉଁମାନଙ୍କର ଇଚ୍ଛା ଥାଇ ମଧ୍ୟ ସେମାନେ ଏହି ମହାନ ସମାରୋହରେ ଯୋଗ ଦେଇ ପାରିବେ ନାହିଁ ।

ତେଣୁ ରାମ ମନ୍ଦିରର ଲୋକର୍ପଣ ଉତ୍ସବରେ ଯେଉଁ ରାମ ଭକ୍ତମାନେ ସାମିଲ ହୋଇ ପାରିବେ ନାହିଁ ସେମାନଙ୍କ ପାଇଁ ଅନଲାଇନ୍ ରେ ପ୍ରସାଦ ବଣ୍ଟାଯିବ । ଖାଲି ପ୍ରସାଦ ମିଳିବ ତାହା ନୁହେଁ ଆପଣ ଏହି ପ୍ରସାଦକୁ ମାଗଣାରେ ମଧ୍ୟ ଅର୍ଡର କରିପାରିବେ । ତେବେ ଆସନ୍ତୁ ଜାଣିବା କିପରି ଏହି ପ୍ରସାଦକୁ ଆପଣ ଅନଲାଇନରେ ଅର୍ଡର କରିବେ ।

ଯଦି ଆପଣ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଭୋଗ ଲାଗିଥିବା ପ୍ରସାଦ ଖାଇ ନିଜକୁ ଭାଗ୍ୟଶାଳୀ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଅଯୋଧ୍ୟାକୁ ଯିବାର ଆବଶ୍ୟକତା ନାହିଁ । ଆପଣ ଚାହିଁଲେ ନିଜ ଘର ଠିକଣାରେ ହିଁ ରାମଲଲାଙ୍କ ପ୍ରସାଦକୁ ଅର୍ଡର କରିପାରିବେ । ଏଥିପାଇଁ ଆପଣଙ୍କୁ କେବଳ ଅନଲାଇନରେ ପ୍ରସାଦ ବୁକ୍ କରିବାକୁ ପଡିବ । ଅର୍ଡର କରିବାର ମାତ୍ର ଏକ ସପ୍ତାହ ମଧ୍ୟରେ ଆପଣଙ୍କ ଘରେ ରାମ ଲଲାଙ୍କ ପ୍ରସାଦ ପହଞ୍ଚିଯିବ । ଆପଣଙ୍କୁ କହି ରଖିବାକୁ ଚାହିଁବୁ ଯେ ଆପଣ ଘରେ ବସି ଶ୍ରୀରାମଙ୍କ ପ୍ରସାଦ ଖାଇବାର ଏହି ସୁଯୋଗକୁ ଏକ ୱେବସାଇଟ୍ ଦେଉଛି । ଏହି ୱେବସାଇଟ୍ ର ନାଁ ହେଉଛି ‘ଖଦି ଅର୍ଗାନିକ୍’ ।

‘ଖଦି ଅର୍ଗାନିକ୍’ ନାମକ ଏହି ୱେବସାଇଟ୍ ଦାବି କରିଛି ଯେ ଏହା ରାମଲଲାଙ୍କ ପ୍ରସାଦକୁ ସମସ୍ତ ରାମ ଭକ୍ତଙ୍କ ଘରେ ପହଞ୍ଚାଇବ । ତେବେ ‘ଖଦି ଅର୍ଗାନିକ୍’ ଏକ ଘରୋଇ କମ୍ପାନୀ ଯାହାର କର୍ମଚାରୀମାନେ ଆପଣଙ୍କ ଘରେ ପ୍ରସାଦ ଯୋଗାଇ ଦେବେ । ସର୍ବପ୍ରଥମେ ପ୍ରସାଦ ୨୨ ଜାନୁଆରୀରେ ଭୋଗ ଲଗାଯିବ ଏହା ପରେ ହିଁ ଏହି ପ୍ରସାଦ ଆପଣଙ୍କ ଘରେ ପହଞ୍ଚି ପାରିବ । ତେବେ ଏହି ମାଗଣା ପ୍ରସାଦକୁ ଅନଲାଇନରେ କିପରି ଅର୍ଡର କରିବେ ଆସନ୍ତୁ ଜାଣିବା ।

ରାମଙ୍କ ପ୍ରସାଦ ଅର୍ଡର କରିବା ପାଇଁ ଆପଣ ଗୁଗଲକୁ ଯାଇ KHADI ORGANIC ଟାଇପ୍ କରିବେ । ଏହା ପରେ ଆପଣ ଖଦି ଅର୍ଗାନିକ୍ ୱେବସାଇଟକୁ ଯାଇ ମାଗଣା ପ୍ରସାଦର ଅପ୍ସନ ଦେଖି ପାରିବେ । ଏହି ଅପ୍ସନ ଉପରେ କ୍ଲିକ୍ କରନ୍ତୁ । ଏହା ପରେ ଆପଣ ଆଡ୍ ଟୁ କାର୍ଟ ଏବଂ Buy now ଅପ୍ସନ ଦେଖି ପାରିବେ ।

ଆପଣ Buy now ଉପରେ କ୍ଲିକ୍ କରି ନିଜ ପାଇଁ ପ୍ରସାଦ ଅର୍ଡର କରିପାରିବେ । ପ୍ରୋସେସିଙ୍ଗ ପାଇଁ ଆପଣଙ୍କୁ ଟିକେ ଅପେକ୍ଷା କରିବାକୁ ପଡିବ । ପରେ ସାବଧାନତାର ସହ ନିଜ ଠିକଣାର ସମସ୍ତ ଡିଟେଲ୍ସ ଭରନ୍ତୁ ।

ଆପଣଙ୍କର ଅର୍ଡର କନଫର୍ମ ହେବା ପାଇଁ ସମୟ ଲାଗିପାରେ । ଏହି ୱେବସାଇଟ୍ ରେ ଦିଆଯାଇଥିବା ସୂଚନା ଅନୁଯାୟୀ ଜାନୁଆରୀ ୨୨ ପରେ କନଫର୍ମ ହୋଇଥିବା ଅର୍ଡରକୁ ଆପଣ ଟ୍ରାକ୍ କରି ପାରିବେ ।

ଏହା ବ୍ୟତୀତ ୱେବସାଇଟ୍ ଆପଣଙ୍କୁ କେବଳ ଗୋଟିଏ ପ୍ରସାଦ ଡବା ମାଗଣାରେ ଦେବ । କିନ୍ତୁ ଆପଣଙ୍କୁ ଏଥିପାଇଁ ୫୧ ଟଙ୍କାର ଡେଲିଭରି ଚାର୍ଜ ଦେବାକୁ ପଡ଼ିବ । ଅର୍ଡର କରିବା ପରେ ଯଦି ଆପଣଙ୍କ କୌଣସି କନର୍ଫମେସନ୍‌ ମେସେଜ କିମ୍ବା ଅପଡେଟ୍‌ ଆସୁ ନାହିଁ, ତେବେ ଆପଣ ୱେବସାଇଟ୍ ରେ ଥିବା କଣ୍ଟାକ୍ଟ ନମ୍ବରରେ କଲ୍ କିମ୍ବା ମେସେଜ୍‌ କରିପାରିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣଙ୍କୁ ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।

ଶ୍ରୀ ରାମ ଚନ୍ଦ୍ରଙ୍କ ପ୍ରସାଦ ମିଳିବା ପରେ ଆପଣ ଏହାକୁ ଖାଇ ନିଜକୁ ସୌଭାଗ୍ୟଶାଳୀ କରି ପାରିବେ ।

 

Subhalaxmi Das

Recent Posts

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

8 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

42 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

50 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago