ଗୁଜରାଟ ବଦୋଦରାରେ ରାମ ନବମୀ ଶୋଭାଯାତ୍ରା ବେଳେ ହିଂସାକାଣ୍ଡ

ଗୁଜରାଟ ବଦୋଦରାରେ ରାମ ନବମୀ ଶୋଭାଯାତ୍ରା ବେଳେ ହିଂସାକାଣ୍ଡ । ଦୁଇ ଗୋଷ୍ଠୀ ମଧ୍ୟରେ ଭୟଙ୍କର ସଂଘର୍ଷ। ଭଦୋଦରାରେ ଦୁଇ ଦୁଇଟି ସ୍ଥାନରେ ହିଂସାକାଣ୍ଡ । ପ୍ରଥମେ ଗୋଟିଏ ଅଞ୍ଚଳରେ ମସଜିଦ ନିକଟ ଦେଇ ଶୋଭାଯାତ୍ରା ଯିବା ବେଳେ ସାମାନ୍ୟ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ବି ଖୁବ ଶୀଘ୍ର ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

ଭଙ୍ଗାରୁଜା ହୋଇ ନଥିଲା। ପରେ ଫତେପୁର ରୋଡ୍‌ ଅଞ୍ଚଳରେ ପୁଣି ସାମନ ସ୍ଥିତି ଉପୁଜିଥିଲା । ରାମନବମୀ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟ ସଂଘର୍ଷ ହୋଇଥିଲା। ପରସ୍ପର ଉପରକୁ ଢେଲାମାଡ଼ କରିଥିଲେ ଦୁଇ ପକ୍ଷ। ରଣକ୍ଷେତ୍ର ପାଲଟିଥିଲା ରାମ ନବମୀ ଶୋଭାଯାତ୍ରା ସ୍ଥଳ। ବହୁ ସଂଖ୍ୟାରେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଏବେ ଉତ୍ତେଜନା ନଥିବା ପୋଲିସ ସୂଚନା ଦେଇଛି।

Leave A Reply

Your email address will not be published.