କୁସ୍ତିଯୋଦ୍ଧାଙ୍କ ସମର୍ଥନରେ କହିଲେ ରାମଦେବ ବାବା, ‘ ଦୋଷୀଙ୍କୁ ତୁରନ୍ତ ଗିରଫ କରି ଜେଲ୍‌ରେ ଭର୍ତ୍ତି କରିବା ଉଚିତ ’

WFI ମୁଖ୍ୟ ବ୍ରିଜଭୂଷଣଙ୍କୁ ତୁରନ୍ତ ଗିରଫ କରି ଜେଲରେ ଭର୍ତ୍ତି କରିଦେବା ଉଚିତ ବୋଲି ବାବା ରାମଦେବ କହିଛନ୍ତି । ପ୍ରତିଦିନ ମା’, ଭଉଣୀ ଏବଂ ଝିଅଙ୍କୁ ନେଇ ଅପ୍ରୀତିକର କଥା କହୁଛନ୍ତି ।

ଦିଲ୍ଲୀ ଜନ୍ତରମନ୍ତରରେ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଛନ୍ତି ଯୋଗଗୁରୁ ରାମଦେବ ବାବା । ବାବା ରାମଦେବ କହିଛନ୍ତି, WFI ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂଙ୍କୁ ଜେଲରେ ପୁରାଇ ଦେବା ଉଚିତ । ତେବେ ବ୍ରିଜଭୂଷଣଙ୍କ ଉପରେ ଲାଗିଥିବା ଅଭିଯୋଗକୁ ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଛନ୍ତି । ଏମିତି ଲୋକଙ୍କୁ ତୁରନ୍ତ ଗିରଫ କରି ଜେଲରେ ଭର୍ତ୍ତି କରିଦେବା ଜରୁରୀ । ପ୍ରତିଦିନ ମା’, ଭଉଣୀ ଏବଂ ଝିଅଙ୍କୁ ନେଇ ଅପ୍ରୀତିକର କଥା କହୁଛନ୍ତି । ଯାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ପାପ ।

ଖବର ମୁତାବକ, ସ୍ୱାମୀ ରାମଦେବ ରାଜସ୍ଥାନର ଭୀଲଓ୍ଵାଡାରେ ୩ ଦିନ ପାଇଁ ଯୋଗ ଶିବିର ଆୟୋଜନ କରିଛନ୍ତି । ବ୍ରିଜଭୂଷଣଙ୍କ ବିଷୟରେ ପଚାରାଯିବାରୁ ରାମଦେବ କହିଲେ, କୁସ୍ତି ମହାସଂଘର ମୁଖ୍ୟଙ୍କ ନାଁରେ ହୋଇଥିବା ଅଭିଯୋଗ ଏବଂ ଦେଶର କୁସ୍ତି ଖେଳାଳିମାନେ ଜନ୍ତର ମନ୍ତରରେ ବସି ପ୍ରତିବାଦ କରିବା ଅତ୍ୟନ୍ତ ଲଜ୍ଜାକନକ କଥା। ସେଭଳି ଲୋକକୁ ତୁରନ୍ତ ଗିରଫ କରାଯାଇ ଜେଲରେ ଭର୍ତ୍ତି କରାଯିବା ଉଚିତ। ସବୁଦିନ ସେ ମାଆ, ଭଉଣୀ ଓ ଝିଅମାନଙ୍କ ବିରୋଧରେ ଅପ୍ରୀତିକର କଥା କହୁଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ ଏବଂ ପାପ ମଧ୍ୟ।

ଏଫଆଇଆର୍ ପଞ୍ଜୀକୃତ ହୋଇଥିଲେ ସୁଦ୍ଧା ବ୍ରିଜଭୂଷଣଙ୍କୁ ଗିରଫ କରାଯାଉ ନାହିଁ କାହିଁକି ବୋଲି ପଚାରିବାରୁ ବିରକ୍ତ ହୋଇ ରାମଦେବ କହିଲେ, ମୁଁ ଖାଲି ବିବୃତ୍ତି ଦେଇପାରିବି। ତାଙ୍କୁ ଜେଲରେ ଭର୍ତ୍ତି କରିପାରିବି ନାହିଁ। ରାଜନୈତିକ ଭାବେ ମୁଁ ସବୁ ପ୍ରଶ୍ନର ଉତ୍ତର ଦେବାକୁ ସମର୍ଥ। ମୋର ବୁଦ୍ଧି ଅଛି । ମୁଁ ମାନସିକ ଭାବେ କିମ୍ବା ବୁଦ୍ଧିରେ ଅକ୍ଷମ ହୋଇନାହିଁ। ଦେଶ ପାଇଁ ମୋର ଦୂରଦୃଷ୍ଟି ବା ପରିକଳ୍ପନା ରହିଛି।

ସୂଚନାଯୋଗ୍ୟ, ଦିଲ୍ଲୀ ଜନ୍ତରମନ୍ତରରେ ଗତ କିଛି ସପ୍ତାହ ହେଲାଣି କୁସ୍ତିଯୋଦ୍ଧାମାନେ ଧାରଣାରେ ବସିଛନ୍ତି । ମହିଳା କୁସ୍ତିଯୋଦ୍ଧା WFI ର ମୁଖ୍ୟ ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ କରିଛନ୍ତି । ଏହି ମାମଲାରେ ପୋଲିସରେ ମଧ୍ୟ ମାମଲା ରୁଜୁ ହୋଇଛି । ଯାହାର ଯାଞ୍ଚ ଚାଲିଛି । ହେଲେ ଏପର୍ଯ୍ୟନ୍ତ କୌଣସି ସମାଧାନର ବାଟ ବାହାରିନାହିଁ ।