ଧାର୍ମିକ କାର୍ଯ୍ୟକଳାପ ଏବଂ ବିଧାନସଭା ନିର୍ବାଚନ କରୋନା ସଂକ୍ରମଣ ପାଇଁ ଦାୟୀ: ଏମ୍ସ ନିର୍ଦ୍ଦେଶକ

ଦେଶରେ କରୋନା ଏବେ ହାହାକାର ମଚାଇଛି। ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ଏବଂ ଭୟଙ୍କର ଭାବେ ବ୍ୟାପିବାରେ ଲାଗିଛି। ସଂକ୍ରମଣ ରୋକିବା ପାଇଁ ରାଜ୍ଯ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। କିନ୍ତୁ ସଂକ୍ରମଣ ହଠାତ୍ ଏଭଳି ରୂପ କାହିଁକି ଧାରଣ କଲା? ଏହାକୁ ନେଇ ବିଶେଷଜ୍ଞମାନଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ତଥା ଭାରତ କୋଭିଡ୍ ଟାସ୍କ ଫୋର୍ସ ସଦସ୍ୟ ଡା. ରଣଦୀପ ଗୁଲେରିଆ ଏଥିପାଇଁ ଦୁଇଟି କାରଣକୁ ଦାୟୀ କରିଛନ୍ତି। ଗୋଟିଏ ହେଲା ଧାର୍ମିକ କାର୍ଯ୍ୟକଳାପ ଏବଂ ଅନ୍ୟଟି ହେଲା ବିଧାନସଭା ନିର୍ବାଚନ।

ଏକ ସାକ୍ଷାତକାରରେ ଡା. ଗୁଲେରିଆ କହିଛନ୍ତି ଯେ, ସଂକ୍ରମଣ ବୃଦ୍ଧି ପାଇଁ ଅନେକ କାରଣ ରହିଥିଲେ ହେଁ ଧାର୍ମିକ କାର୍ଯ୍ଯକଳାପ ଓ ବିଧାନସଭା ନିର୍ବାଚନ ଦୁଇଟି ହେଉଛି ପ୍ରମୁଖ କାରଣ। ଗତ ଜାନୁଆରି-ଫେବ୍ରୁଆରି ମାସରେ ଦେଶରେ ଟିକାକରଣ ଚାଲିଥିବା ବେଳେ ଲୋକେ ମାସ୍କ ପିନ୍ଧିବା କି ସାମାଜିକ ଦୂରତା ବଜାୟ ରଖିବା ଭଳି କୋଭିଡ୍ କଟକଣା ପାଳିବାରେ ଖାମଖିଆଲ ହୋଇପଡ଼ିଥିଲେ।

ଦେଶରେ କୋଭିଡ୍ ସଂକ୍ରମଣ ଏପରି ଅନିୟନ୍ତ୍ରିତ ହୋଇପ଼ଡ଼ିଥିବା ବେଳେ ବିଭିନ୍ନ ପ୍ରକାର ରାଜନୈତିକ ଓ ଧାର୍ମିକ କାର୍ଯ୍ୟକ୍ରମ ବେଧଡ଼କ ଜାରି ରହିବା ଚିନ୍ତାର ବିଷୟ। ଏବେ ଅନେକ ଧାର୍ମିକ କାର୍ଯ୍ୟ ଚାଲିଛି ଏବଂ ବିଭିନ୍ନ ରାଜ୍ୟରେ ନିର୍ବାଚନ ମଧ୍ୟ ହେଉଛି।

coronavirus

ପ୍ରଶ୍ନ: କରୋନା ସଂକ୍ରମିତଙ୍କ ସଂପର୍କରେ ଆସିଲେ କ’ଣ କରିବେ ?

ଉତ୍ତର: ଯଦି ଆପଣ କରୋନା ସଂକ୍ରମିତଙ୍କ ସଂପର୍କରେ ଆସନ୍ତି ଆଉ ରିପୋର୍ଟ ପଜିଟିଭ ଆସିଥାଏ, ତେବେ ପ୍ରଥମ ଆପଣ ନିଜର ସୁଗାର, ହାର୍ଟ ଏବଂ ବ୍ଲଡପ୍ରେସର ଚେକ କରାଇନିଅନ୍ତୁ। ଏହାକୁ ତୁରନ୍ତ କେଣ୍ଟ୍ରାଲ କରିବା ନିଶ୍ଚିତ ଜରୁରୀ। ଏହାଛଡା ଘରେ ଆଇସୋଲେସନ ବ୍ଯବସ୍ଥା ମଧ୍ୟ ରହିବା ଆବଶ୍ଯକ। ଏହି ସମୟରେ ପାଣି ଏବଂ ଇଲେକ୍ଟ୍ରାଲାଇଟସ୍ର ମାତ୍ରା ଅଧିକ କରିବା ଦରକାର।

ପ୍ରଶ୍ନ: ଅଧିକ ବୟସ ହୋଇଥିଲେ ମଧ୍ୟ କିଛି ଗମ୍ଭୀର ରୋଗ ନଥିଲେ କ’ଣ ତୁରନ୍ତ ହସପିଟାଲ ଯିବା ଉଚିତ ?

ଉ: ଯଦି ବୟସ ଅଧିକ, ପ୍ରଥମେ ଲକ୍ଷଣ ସାମାନ୍ଯ କି ନାହିଁ ତାହା ଦେଖିବା ଜରୁରୀ। ଏମିତିରେ ଘରେ ଆଇସୋଲେଟ ହୁଅନ୍ତୁ। ଯଦି ଆପଣ କୋଭିଡ ସେଣ୍ଟର ଯାଇପାରିବେ, ତେବେ ଭଲ ହେବ। ଆପଣ ସବୁବେଳେ ଡାକ୍ତରଙ୍କ ପରାମର୍ଶରେ ରହିବେ।

ପ୍ରଶ୍ନ: ନୂଆ ଷ୍ଟ୍ରେନରେ କ’ଣ ନୂଆ ଲକ୍ଷଣ ଦେଖାଯାଉଛି ?

ଉ: କରୋନା ଲକ୍ଷଣରେ ବେଶ କିଛି ପରିବର୍ତ୍ତନ ହୋଇନାହିଁ। ଜ୍ବର, ତଣ୍ଟି ଦରଜ, ଖଶସ ହେବା, ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେଉଥିଲା। ଏଥର କରୋନା ସଂକ୍ରମିତ ହେଲେ ତରଳ ଝାଡା, ଡାଇରିଆ, ବାନ୍ତି ଏବଂ ଜ୍ବର ଭଳି ଲକ୍ଷଣ ଦେଖାଯାଉଛି। ଯଦି ଆପଣଙ୍କୁ ଏପରି ଲକ୍ଷଣ ଦେଖାଦେଉଛି, ତେବେ ତୁରନ୍ତ ଟେଷ୍ଟ କରାଇନିଅନ୍ତୁ।

ପ୍ରଶ୍ନ: ଏହା ପରେ ୩ୟ ଲହରୀର ଆଶଙ୍କା ରହିଛି କି ?

ଉ: ପୂର୍ବ ଅପେକ୍ଷା ଏଥର ବାହାର ପର୍ଯ୍ଯାବରଣ ଠିକ୍ ରହିଛି। ତେବେ ଯଦି ବ୍ଯାୟାମ କରିବାକୁ ଚାହୁଁଚନ୍ତି, ବାହାରେ କରିପାରିବେ। କିନ୍ତୁ କୌଣସି ପ୍ରକାର ଅସାବଧାନତା ଅବଲମ୍ବନ କରନ୍ତୁ ନାହିଁ। କୋଭିଡ ନିୟମ ମାନି ଚଳନ୍ତୁ।

Leave A Reply

Your email address will not be published.