ଅଜଗର ସହିତ ସେଲ୍ଫି ରେଞ୍ଜରଙ୍କୁ ପଡ଼ିଲା ମହଙ୍ଗା , ଅସୁବିଧାରେ ଜୀବନ

କୋଲକତା : ସାପ ସହ ଖେଳ ଦେଖିବାକୁ ଯେତେ କୌତୁହ ଲାଗେ ଜୀବନ ପାଇଁ ସେତିକି ବିପଦଜନକ ହୋଇଥାଏ । ପଶ୍ଚିମବଙ୍ଗର ଜାଲପାଲଗୁଡ଼ି ଅଞ୍ଚଳରେ ଜଣେ ରେଞ୍ଜର ଅଜଗରକୁ ବେକରେ ପକାଇ ସେଲ୍ଫି ଉଠାଉଥିବା ସମୟରେ ତାଙ୍କ ନିଶ୍ବାସ ଅଟକି ଯାଇଥିଲା । ପରେ ସେଠାରେ ଉପସ୍ଥିତ ଗ୍ରାମବାସୀ ସାପଟିକୁ ବେକରୁ ବାହାର କରିବାରେ ତାଙ୍କୁ ସାହାଯ୍ୟ କରିଥିଲେ । ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଆସିବା ପରେ ବହୁ ସଂଖ୍ୟାକ ଭାଇରାଲ ହୋଇଛି ।

ସୂଚନା ଅନୁଯାୟୀ , ପଶ୍ଚିମବଙ୍ଗର ଜାଲପାଲଗୁଡ଼ି ଅଞ୍ଚଳରେ ଏକ ଅଜଗର ଛେଳିକୁ ଖାଇଦେଇଥିଲା ।ଅଜଗରକୁ ନିୟନ୍ତ୍ରିତ କରିବା ପାଇଁ ବନ୍ୟ ବିଭାଗକୁ ଡ଼କାଯାଇଥିବା ବେଳେ ଅଜଗରକୁ ନିଯନ୍ତ୍ରିତ କରି ବେକରେ ପକାଇ ସେଲ୍ଫି ନେବା ସହ ଭିଡ଼ିଓ ପ୍ରସ୍ତୁତ କରିଥିଲେ । ଅଜଗରର ୪୦କିଲୋ ବିଶିଷ୍ଟ ରହିଥିବା ବେଳେ ୧୮ ଫୁଟ ଲମ୍ବା ରହିଥିଲା । ସେଲ୍ଫି ଉଠାଇବାର କିଛି ସମୟ ପରେ ଅଜଗରଟି ରେଞ୍ଜରର ବେକରେ ଗୁଡ଼େଇ ହୋଇଯାଇଥିଲା । ଯାହା ଫଳରେ କିଛି ସମୟ ପର୍ୟ୍ୟନ୍ତ ରେଞ୍ଜରଙ୍କର ନିଶ୍ବାସ ବନ୍ଦ ହୋଇଯାଇଥିଲା। ପରେ ସେଠାରେ ଉପସ୍ଥିତ ଗ୍ରାମବାସୀ ଅଜଗରଟିକୁ ନିୟନ୍ତ୍ରିତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.