ଏବେ ବଳାତ୍କାରୀଙ୍କୁ ଇଂଜେକ୍ସନ ଦେଇ କରାଯିବ ନଂପୁସକ, ପାକିସ୍ତାନରେ ନୂଆ ଆଇନକୁ ମଞ୍ଜୁରୀ

ପାକିସ୍ତାନରେ ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ସରକାର ନୂଆ ଆଇନ ଲାଗୁ କରିବାକୁ ଯାଉଛନ୍ତି। ଏହି ଆଇନ ବଳରେ ଦୁଷ୍କର୍ମକାରୀଙ୍କୁ ଇଂଜେକ୍ସନ ଦେଇ ନଂପୁସକ କରାଯିବ। ମେଡିକାଲ ସାଇନ୍ସରେ ଏହି ପ୍ରକ୍ରିୟାକୁ କେମିକାଲ କାଷ୍ଟ୍ରାକ୍ସନ (ରସାୟନିକ ବନ୍ଧ୍ଯାକରଣ) କୁହାଯାଏ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏକ ଆଇନକୁ ମଞ୍ଜୁରୀ ଦେଇଛନ୍ତି ଯେଉଁଥିରେ ଦୁଷ୍କର୍ମକାରୀଙ୍କୁ ରସାୟନିକ ଉପାୟରେ ନପୁଂସକ କରିବା ଏବଂ ଯୌନ ଶୋଷଣ ମାମଲାଗୁଡିକର ଶୀଘ୍ର ଶୁଣାଣିର ବ୍ୟବସ୍ଥା ରହିଛି ।

ଜିୟୋ ଟିଭିର ଖବର ଅନୁସାରେ, କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଯେଉଁଥିରେ ଆଇନ ମନ୍ତ୍ରଣାଳୟ ଦୁଷ୍କର୍ମ ବିରୋଧୀ ଅଧ୍ୟାଦେଶର ଏହି ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି । ମାତ୍ର ଏ ସମ୍ବନ୍ଧରେ କୌଣସି ଅଧିକାରିକ ଘୋଷଣା କରାଯାଇନାହିଁ । ଖବର ଅନୁସାରେ ଡ୍ରାଫ୍ଟରେ ପୋଲିସ ବ୍ୟବସ୍ଥାରେ ମହିଳାମାନଙ୍କର ଭୂମିକା ବଢାଇବା, ଦୁଷ୍କର୍ମ ମାମଲାର ଶୀଘ୍ର ଶୁଣାଣି କରିବା ଏବଂ ସାକ୍ଷୀମାନଙ୍କର ସୁରକ୍ଷା ସାମିଲ ରହିଛି । ଖବର ଅନୁସାରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଛନ୍ତି ଯେ, ଏହା ଗମ୍ଭୀର ମାମଲା । ଏହି ମାମଲାର ଶୁଣାଣିରେ ବିଳମ୍ବ ବରଦାସ୍ତ କରାଯିବନାହିଁ।

imran

କ’ଣ ଏହି କେମିକାଲ କାଷ୍ଟ୍ରାକ୍ସନ ?

ଏହା ଏକ ମେଡିକାଲ ପ୍ରକ୍ରିୟା। ଏହା ବଳରେ କୌଣସି ବ୍ଯକ୍ତିଙ୍କୁ ଏମିତି ଇଂଜେକ୍ସନ ଦିଆଯିବ, ଯାହା ଫଳରେ ଯୌନ ସମ୍ପର୍କ ରଖିବାର କ୍ଷମତାକୁ ସମାପ୍ତ କରାଯିବ। ଏହି ଇଂଜେକ୍ସନ ବ୍ଯକ୍ତିର ହରମୋନ ଉପରେ ପ୍ରଭାବ ପକାଇବ। ଯାହାଫଳରେ ସମ୍ବନ୍ଧ ରଖିବାର ଇଚ୍ଛା ଶେଷ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.