ମଣିଷର ମୁଣ୍ଡକୁ କାମୁଡି ଖାଉଛି ଅମିବା, ସବୁଠାରୁ ବେଶି ଶିଶୁଙ୍କୁ କରୁଛି ଆକ୍ରାନ୍ତ

ପୋଖରୀରେ ଛୁଆଙ୍କୁ ଗାଧୋଇବାକୁ ଛାଡୁଥିଲେ ସାବଧାନ…
ଗୋଳିଆ ପାଣି ସାଜୁଛି ଘାତକ…
ନେଉଛି ଛୁଆଙ୍କ ଜୀବନ…
ଗୋଳିଆ ପାଣିରେ ଅଛନ୍ତି ବ୍ରେନ ଇଟିଂ ଆମିବା…
ଗୋଳିଆ ପାଣି ଦେଇ ନାକ ବାଟ କରୁଛି ପ୍ରବେଶ…
କେରଳରେ ଏକ ଭୟଙ୍କର ରୋଗ ସାମ୍ନାକୁ ଆସିଛି । ଯେଉଁଥିରେ ମଣିଷର ମସ୍ତିଷ୍କ ଖାଇଦେଉଛି ଅମିବା । ବଡ କଥା ହେଉଛି ଏହି ଆମିବା ପିଲାମାନଙ୍କୁ ତାର ଶିକାର ବନାଉଛି । ସବୁଠାରୁ ଅଧିକ ଆକ୍ରାନ୍ତ ଶିଶୁମାନେ ହିଁ ହେଉଛନ୍ତି । ମସ୍ତିଷ୍କ ଖାଉଥିବା ଏହି ଆମିବା ଦ୍ୱାରା ଏବେ ଆଉ ଏକ ଶିଶୁ ସଂକ୍ରମିତ ହୋଇଛି । ଏହି ରୋଗକୁ ଅମିବିକ ମେନିଗୋଏନ୍ସଫାଲିଟିସ୍ କୁହାଯାଏ । ଏହି ରୋଗ ଶିଶୁଙ୍କ ପାଇଁ ବହୁତ ମାରାତ୍ମକ ପ୍ରମାଣିତ ହେଉଛି ।
ତେବେ କହିରଖିବାକୁ ଚାହିଁବୁ ଯେ ଉତ୍ତର କେରଳର ପୟୋଲୀ ଜିଲ୍ଲାରେ ଜଣେ ୧୪ ବର୍ଷର ବାଳକ ମଧ୍ୟରେ ଏହି ସଂକ୍ରମଣ ଚିହ୍ନଟ କରାଯାଇଛି । ବର୍ତ୍ତମାନ ଏକ ଘରୋଇ ଡାକ୍ତରଖାନାରେ ଶିଶୁଟିର ଚିକିତ୍ସା ଚାଲୁଛି । ଜୁଲାଇ ୧ ତାରିଖରେ ହସ୍ପିଟାଲରେ ଶିଶୁଟିକୁ ଭର୍ତ୍ତି କରାଯାଇଥିଲା । ଯାହା ପରେ ରେୟାର ବ୍ରେନ୍ ଇନଫେକସନ୍ ଚିହ୍ନଟ କରାଗଲା । ପିଲାଟିକୁ ବିଦେଶୀ ଔଷଧ ଦିଆଯାଇଛି । ଏବେ ଶିଶୁର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି ।
କେରଳରେ ମେ ମାସ ଠାରୁ ନେଇ ଏବେ ପର୍ଯ୍ୟନ୍ତ ମସ୍ତିଷ୍କ ଖାଉଥିବା ଆମିବାର ୪ଟି କେସ୍ ମିଳିଛି । ସବୁଠୁ ଗୁତୁତ୍ୱପୂର୍ଣ୍ଣ କଥା ହେଉଛି ଏଥିରେ ଆକ୍ରାନ୍ତ ସମସ୍ତ ରୋଗୀ ଶିଶୁ । ଯେଉଁମାନଙ୍କ ମଧ୍ୟରୁ ତିନି ଜଣଙ୍କର ମୃତ୍ୟୁ ହୋଇସାରିଛି । ମେଡିକାଲ ଏକ୍ସପର୍ଟଙ୍କ କହିବାକଥା ଯେ ଏହି ସଂକ୍ରମଣ ସେତେବେଳେ ହୋଇଥାଏ ଯେତେବେଳେ ଫ୍ରି-ଲିଭିଙ୍ଗ ଆମିବା ବ୍ୟାକ୍ଟ୍ରିରିୟା ଦୂଷିତ ପାଣି ଦ୍ୱାରା ନାକ ଜରିଆରେ ଶରୀର ମଧ୍ୟକୁ ପ୍ରବେଶ କରିଥାଏ ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହାପୂର୍ବରୁ ଜୁଲାଇ ୩ ତାରିଖରେ କୋଝିକୋଡ ଠାରେ ଏହି ମସ୍ତିଷ୍କ ଖାଉଥିବା ଆମିବା ଦ୍ୱାରା ସଂକ୍ରମିତ ହେବା ଯୋଗୁଁ ଜଣେ ୧୪ ବର୍ଷୀୟ ଶିଶୁର ଜୀବନ ଚାଲିଯାଇଛି । ମୃଦୁଳ ନାମକ ଏହି ବାଳକ ଏକ ଛୋଟ ପୋଖରୀକୁ ଗାଧୋଇବାକୁ ଯାଇଥିଲା । ଯେଉଁଠୁ ତାକୁ ଏହି ସଂକ୍ରମଣ ହୋଇଛି । ଏହାପୂର୍ବରୁ ୨୫ ଜୁନରେ କୁନ୍ନୁରର ଜଣେ ୧୩ ବର୍ଷ ଶିଶୁର ମୃତ୍ୟୁ ଘଟିଥିଲା ।
୨୧ ମେରେ ଏହି ବ୍ରେନ୍ ଇଟିଙ୍ଗ୍ ଇନଫେକସନର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ରାଜ୍ୟର ମଲପ୍ପୁରମରେ ୫ ବର୍ଷର ଶିଶୁ କନ୍ୟାର ଜୀବନ ଯାଇଥିଲା । ତେବେ କେବଳ କେରଳ ନୁହେଁ ଏବେ ସବୁଠି ଏହି ଆମିବା ଇନଫେକସନ୍ ପାଇଁ ଭୟରେ ଅଛନ୍ତି ଲୋକେ । କେହି କେହି ତ ୟାକୁ ବ୍ରେନ୍ ଇଟିଙ୍ଗ୍ ଆମିବା କହୁଛନ୍ତି । କାହିଁକିନା ମୁଣ୍ଡରେ ବ୍ରେନକୁ ଖାଉଛି ଏହି ମାରାତ୍ମକ ଅମିବା ।
ଲକ୍ଷଣ
- ଜ୍ୱର
- ଭୀଷଣ ମୁଣ୍ଡ ବିନ୍ଧା
- ତଣ୍ଟି ଦରଜ
- ବାରମ୍ବାର ବାନ୍ତି ହେବା
- ଆଲୋକକୁ ଅନାଇ ନପାରିବା
- ମୁଣ୍ଡ ବୁଲାଇବା
ତେବେ କହିବାକୁ ଚାହିଁବୁ ଯେ ସଂକ୍ରମିତ ହେବାର ୨୪ ଘଣ୍ଟାରୁ ନେଇ ୧୪ ଦିନ ଭିତରେ ଏହାର ଲକ୍ଷଣ ଦେଖିବାକୁ ମିଳିଥାଏ । କୁହାଯାଉଛି ଯେ ଏହି ଅମିବା ଶରୀରରେ ପଶିଗଲେ ମୃତ୍ୟୁ ସୁନିଶ୍ଚିତ । ସେଥିପାଇଁ ବହୁତ ଜରୁରୀ ଏଥିରୁ କେମିତି ରକ୍ଷା ପାଇବେ ତାବିଷୟରେ ଜାଣିବା ଆବଶ୍ୟକ ।
ନଦୀ, ପୋଖରୀ, ଝରଣା କିମ୍ବା ହ୍ରଦରେ ଗାଧୋଇବା ଭି ବିପଦପୂର୍ଣ୍ଣ ସାଜିପାରେ । କାରଣ ଏହି ପାଣିରେ ଏକ ଖତରନାକ ଜୀବ ଥିବାର ଭୟ ରହୁଛି । େଏହି ଜୀବ ନା କୌଣସି ବ୍ୟାକଟେରିୟା, ନା କୌଣସି ଭାଇରସ୍ । ଏହା ଏକ ଫ୍ରି ଲିଭିଙ୍ଗ ଅମିବା ଅଟେ । ଏହାର ନାମ ନେଗଲେରିୟା ଫାଉଲେରୀ । ସାଧାରଣ ଭାଷାରେ ଏହାକୁ ବ୍ରେନ ଇଟିଙ୍ଗ ଅମିବା କହୁଛନ୍ତି ଲୋକେ ।