କରୋନାର କମ୍ପନ ଭିତରେ ବ୍ୟାପୁଛି ଆଉ ଏକ ଦୁର୍ଲଭ ରୋଗ, ଦେଶରେ ଦେଖିବାକୁ ମିଳିଲାଣି ୧୦୦ ମାମଲା

କରୋନା ଭାଇରସ ଦ୍ୱାରା ଅଧିକ ସଂକ୍ରମିତ ହୋଇଥିବା ଆମେରିକା ଏବଂ ୟୁରୋପ ଦେଶ ସମେତ ଆହୁରି କିଛି ଦେଶ ଗୋଟେ ପରେ ଗୋଟେ ନୂଆ ବିପଦ ମାଡ଼ିଆସୁଛି। କରୋନାର ପ୍ରକୋପ ଜାରୀ ରହିଥିବାବେଳେ ଏବେ ଆଉ ଏକ ଦୁର୍ଲଭ ରୋଗ ବ୍ୟାପିବାରେ ଲାଗିଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ରୋଗ ଦ୍ୱାରା ଶିଶୁମାନେ ପ୍ରଭାବିତ ହେଉଛନ୍ତି। ପିଲାଙ୍କ ଶରୀରରେ ରକ୍ତ ପହଂଚାଉଥିବା ରକ୍ତ ଧମନୀରେ ସମସ୍ୟା ଦେଖାଯାଉଛି। ପାଖାପାଖି ଛଅଟି ଦେଶରେ ଏହି ଦୁର୍ଲଭ ରୋଗର ୧୦୦ ମାମଲା ଦେଖିବାକୁ ମିଳିଲାଣି। ଏହି ରୋଗ କାୱାସାକୀ ସହିତ ମେଳ ଖାଉଥିବା ଜଣାଯାଉଛି।

rareଏକ ରିପୋର୍ଟରୁ ଜଣାଯାଇଛି ଯେ ଏହି ରୋଗର ପ୍ରଥମ ମାମଲା ଲଣ୍ଡନରୁ ଆସିଥିଲା। ଏଠାକାର ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଶିଶୁ ରୋଗ ବିଶେଷଜ୍ଞଙ୍କୁ ଚେତାବନୀ ଦେଇ କହିଥିଲେ ଯେ ଅନେକ ଶିଶୁ ହସ୍ପିଟାଲ icuରେ ଭର୍ତ୍ତି ହୋଇଛନ୍ତି ଯେଉଁ ମାନଙ୍କ ଠାରେ କାୱାସାକୀ ନାମକ ରୋଗ ଦେଖାଯାଇଛି। ଏଥିରେ ରକ୍ତ ବାହିକା, ହୃଦୟ ଏବଂ ଅନ୍ୟ ଅଙ୍ଗ ଫୁଲିଯିବା ଭଳି ଦେଖାଯାଉଛି। ୟୁକେରେ ଏବେ ପର୍ଯ୍ୟନ୍ତ ୧୯ ପିଲାଙ୍କ ଠାରେ ଏହି ରୋଗ ଦେଖାଯାଇଛି କିନ୍ତୁ କୌଣସି ଶିଶୁଙ୍କ ମୃତ୍ୟୁ ହୋଇନାହିଁ।

ଫ୍ରାନ୍ସର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କହିବାନୁଯାୟୀ ଦେଶରେ ଏକ ଦର୍ଜନ ମାମଲା ଏମିତି ଆସିଛି ଏବଂ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ରୋଗୀଙ୍କ ହୃଦୟ ପାଖାପାଖିରେ ଫୁଲିଯିବା ଭଳି ଦେଖା ଯାଇଛି। ଏହାକୁ କରୋନା ସହିତ ଯୋଡିବା ପାଇଁ ଅଧିକ ପ୍ରମାଣ ମିଳିପାରିନାହିଁ। କିନ୍ତୁ ଏହି ମାମଲାକୁ ଗମ୍ଭୀରତାର ସହିତ ନିଆଯାଉଛି। ସବୁ ରୋଗୀ ହେଉଛନ୍ତି ଶିଶୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.