ପ୍ରଥମ ଥର ପାଇଁ ଅକ୍ସଫୋର୍ଡ ୟୁନିଭରସିଟି ଛାତ୍ର ସଂଘର ସଭାପତି ହେଲେ ଜଣେ ଭାରତୀୟ ଯୁବତୀ, ଜାଣନ୍ତୁ କିଏ ଏହି ରଶ୍ମି ସାମନ୍ତ

ନୂଆଦିଲ୍ଲୀ :  ଅକ୍ସଫୋର୍ଡ ଭଳି ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଛାତ୍ରସଂଘର ସଭାପତି ପଦରେ ବିଜୟ ହୋଇଛନ୍ତି ଭାରତୀୟ ଯୁବତୀ ରଶ୍ମି ସାମନ୍ତ । ରଶ୍ମିଙ୍କ ପିତା ଦିନେଶ ସାମନ୍ତ ଉଡ୍ଡପୀ ନିକଟ ପରକାଲାରେ ନିଜର ବ୍ୟବସାୟ କରୁଥିବା ବେଳେ ମା’ ଜଣେ ଗୃହିଣୀ ।

କର୍ଣ୍ଣାଟକର ରଶ୍ମୀ ସାମନ୍ତ କେବେ ବି ଭାବି ନଥିଲେ ଗତ ବର୍ଷ ଜାନୁଆରୀରେ ସେ ଯେଉଁ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିଲେ ଏହି ବର୍ଷ ଫେବ୍ରୁଆରୀରେ ସେ ଏହି ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ ସଭାପତି ପଦରେ ବିଜୟ ଲାଭ କରିବେ ବୋଲି । ମଣିପୁର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜିରୁ ମେକାନିକାଲ୍‌ ଇଂଜିନିୟରିଂରେ ୪ ବର୍ଷ ପାଠ୍ୟ ସମାପ୍ତ କରିବା ପରେ ଗତ ବର୍ଷ ଅକ୍ସଫୋର୍ଡ ୟୁନିଭରସିଟିରେ ନାମ ଲେଖାଇଥିଲେ ।

ମାତ୍ର ଗୋଟିଏ ବର୍ଷ ପରେ ସେହି ୟୁନିଭରସିଟିର ଛାତ୍ରମାନେ ତାଙ୍କୁ ଭୋଟ ଦେଇ ଛାତ୍ର ସଂଘର ସଭାପତି ପଦରେ ନିର୍ବାଚିତ କରିଦେଲେ । ଅକ୍ସଫୋର୍ଡ ଭଳି ଏକ ୟୁନିଭରସିଟିରେ ନାମ ଲେଖାଇବା ତାଙ୍କ ପାଇଁ ଏକ ବଡ଼ ସ୍ୱପ୍ନ ଥିଲାବେଳେ ଏବେ ତାଙ୍କୁ ଛାତ୍ର ସଂଘର ସଭାପତି ପଦରେ ନିର୍ବାଚିତ କରିବା ତାଙ୍କ ପାଇଁ ବଡ଼ ସୌଭାଗ୍ୟର କଥା ହୋଇଛି । ପ୍ରଥମ ଥର ପାଇଁ ଜଣେ ଭାରତୀୟ ଯୁବତୀ ଅକ୍ସଫୋଡ୍‌ ଭଳି ୟୁନିଭରସିଟିର ଛାତ୍ର ସଂଘର ସଭାପତି ପଦ ଅକ୍ତିଆର କରିଛନ୍ତି । ଯାହାକି ବଡ଼ ସୌଭାଗ୍ୟର କଥା । ରଶ୍ମିଙ୍କ ପିତା ଦିନେଶ ସାମନ୍ତ ଉଡ୍ଡପୀ ନିକଟ ପରକାଲାରେ ନିଜର ବ୍ୟବସାୟ କରୁଥିବା ବେଳେ ମା’ ଜଣେ ଗୃହିଣୀ ।

ବଡ଼ କଥା ହେଉଛି,  ରଶ୍ମିଙ୍କୁ ଛାତ୍ର ସଂଘ ନିର୍ବାଚନରେ ଯେତିକି ଭୋଟ ମିଳିଛି ତାଙ୍କର ୩ ପ୍ରତିଦ୍ୱନ୍ଦି ମିଶିକରି ବି ସେତିକି ଭୋଟ ପାଇ ନାହାଁନ୍ତି ବୋଲି ସେ କହିଛନ୍ତି । ତେବେ ପାଠ ପଢ଼ା ସହିତ ଅନ୍ୟ ରୁଚି ରଖୁଥିବା ରଶ୍ମି କୁହନ୍ତି – ‘ ୨୪ ଘଣ୍ଟା ଖାଲି ପଢ଼ିଲେ ହେବ ନାହିଁ । ପଢ଼ା ସହିତ ନିଜ ଋଚିର ଅନ୍ୟ ଗତିବିଧି ଉପରେ ମଧ୍ୟ ନଜର ରଖିବା ବି ଜରୁରୀ ’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.