ତାଜ୍‌ ହୋଟେଲରେ ଶୋଇବେ କୁକୁର, ରତନଟାଟାଙ୍କ କଡ଼ା ନିର୍ଦ୍ଦେଶ

ଆଉ କୁକୁରଙ୍କୁ ଖରା ବର୍ଷାର କଷ୍ଟ ଅନୁଭବ ହେବନି । ତାଜ୍‌ ହୋଟେଲ୍‌ରେ ଶାନ୍ତିପୂର୍ଣ୍ଣ ଭାବେ ଶୋଇବେ କୁକୁର । ଏକଥା ଶୁଣି ଆପଣଙ୍କୁ ଝଟ୍‌କା ଲାଗିଲା ନା । କିନ୍ତୁ ଏହା ସମ୍ପୂର୍ଣ୍ଣ ସତ । ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ତାଜ୍‌ ହୋଟେଲ୍‌ ରେ ଯଦି ବୁଲା କୁୁକୁର ଶୋଇବେ ରହିବେ ତେବେ ମଣିଷ ସେହି ସ୍ଥାନରେ କେମିତି ରହିପାରିବେ । ଆଉ ଏଭଳି ନିୟମ କିଏ ବନାଇଲା । ତେବେ ଏଭଳି ନିଷ୍ପତ୍ତି ନେଇଛନ୍ତି ସଫଳ ଉଦ୍ୟୋଗୀ ତଥା ପଶୁପ୍ରେମୀ ରତନ ଟାଟା ।

ଦେଶର ସବୁଠୁ ବଡ ଇଣ୍ଡଷ୍ଟ୍ରିଆଲିଷ୍ଟ ଭାବେ ଜଣା ରତନ ଟାଟାଙ୍କୁ କିଏ ବା ନ ଜାଣେ । କେବଳ ତାଙ୍କ ନାଁ ହିଁ ତାଙ୍କ ପରିଚୟ ଦେବା ପାଇଁ ହିଁ ଯଥେଷ୍ଟ । ତାଙ୍କର କୌଣସି କାର୍ଯ୍ୟ ନିଶ୍ଚିତ ରୂପେ ସମସ୍ତଙ୍କ ପ୍ରଶଂସା ସାଉଁଟି ଥାଏ । ଛୋଟିଏ କଥାଟିଏ, ହେଲେ ସଭିଁଙ୍କ ମନକୁ ଆସେନି । କେବଳ ବଡ଼ ବ୍ୟକ୍ତିତ୍ୱ ନୁହଁନ୍ତି, ସମାଜ ପ୍ରତି ସମର୍ପଣ ଭାବ ଥିବା ବ୍ୟକ୍ତି ହିଁ ଏପରି ଛୋଟ କଥାକୁ ମଧ୍ୟ ଚିନ୍ତା କରି ପାରନ୍ତି । ଏବେ ପ୍ରବଳ ଗରମ ହେଉଥିବା ବେଳେ ଅଧିକାଂଶ ସ୍ଥାନରେ ଭଲ କରି ବର୍ଷା ଦୁଇ ଅସରା ମଧ୍ୟ ହୋଇଗଲାଣି । ବର୍ଷା ସମୟରେ ବୁଲା ପଶୁ ବିଶେଷ କରି ବୁଲା କୁକୁର ଓ ବିଲେଇ ଅସୁବିଧାରେ ପଡିଥାନ୍ତି । ତେବେ ଖରା ବର୍ଷାରୁ ରକ୍ଷା ପାଇବା ପାଇଁ କେବେ କାହା ଗାଡି ତଳେ ଏହି ପଶୁମାନେ ଆଶ୍ରୟ ନେଇଥାନ୍ତି । ହେଲେ ଆମେ ଏମାନଙ୍କ ବିଷୟରେ କ୍ୱଚିତ୍‌ ଚିନ୍ତା କରିଥାଉ । କେବେ କେବେ ଅଜଣାରେ ଆମେ ଗାଡ଼ି ଚଲାଇବା ଦ୍ୱାରା ଏହି ବୁଲା ପଶୁମାନେ ଆହତ ହୋଇଥାନ୍ତି ତ କେବେ ମଧ୍ୟ ମୃତ୍ୟୁ ମୁଖରେ ପଡିଥାନ୍ତି । ଏହି ସମୟରେ ଶିଳ୍ପପତି ରତନ ଟାଟାଙ୍କର ଏପରି ନିର୍ଦ୍ଦେଶ ଜାଣି ସମସ୍ତେ ତାଜୁବ୍‌ ।

ନିକଟରେ ରୁବି ଖାନଙ୍କ ନାମକ ଜଣେ ଏଚଆର ପ୍ରଫେସନାଲ ମୁମ୍ବାଇର ତାଜମହଲ ହୋଟେଲ ସହ ଜଡିତ ଏକ ରୋଚକ କାହାଣୀ ସେୟାର କରିଥିଲେ । ତାଜମହଲ ହୋଟେଲରେ ରହିବା ସମୟରେ ହୋଟେଲ ପ୍ରବେଶ ଦ୍ୱାରରେ ଏକ କୁକୁର ଶାନ୍ତିରେ ଶୋଇଥିବାର ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ । କୁକୁରର ଉପସ୍ଥିତି ରୁବି ଖାନଙ୍କ ମନରେ କୌତୁହଳ ସୃଷ୍ଟି କରିଥିଲା। ଯେତେବେଳେ ସେ କର୍ମଚାରୀଙ୍କଠାରୁ ଏ ବିଷୟରେ ପଚାରି ବୁଝିଥିଲେ, ତାଙ୍କୁ କୁହାଯାଇଥିଲା ଯେ କୁକୁରଟି ଜନ୍ମରୁ ହୋଟେଲ ପରିସରରେ ରହୁଥିଲା। ଏହା ଦେଖି ହୋଟେଲ ପରିସରରେ ପ୍ରବେଶ କରୁଥିବା ପଶୁମାନଙ୍କ ସହିତ ଭଲ ବ୍ୟବହାର କରିବାକୁ ରତନ ଟାଟା କଡା ନିର୍ଦ୍ଦେଶ ଦେଇଛନ୍ତି ।

ଏକ ଲିଙ୍କଡଇନ ପୋଷ୍ଟରେ ଖାନ ଲେଖିଛନ୍ତି …. ଏହି ସ୍ଥାନ ହେଉଛି ତାଜମହଲ ହୋଟେଲ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଜାତୀୟ ତଥା ଆନ୍ତର୍ଜାତୀୟ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ଅନେକ ଅତିଥି ଏଠାକୁ ଆସିଥାଆନ୍ତି । ଏହାର କାନ୍ଥ ମଧ୍ୟ ମୂଲ୍ୟବାନ ଅଟେ । ଏହିପରି ଏକ ପ୍ରତିଷ୍ଠିତ ପ୍ରତିଷ୍ଠାନର ପ୍ରବେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏବଂ ସେଠାରେ ସେ ଏକ କୁକୁର ଶାନ୍ତିରେ ଶୋଇଥିଲେ, ଯାହା କୌଣସି ଅତିଥିଙ୍କର ଧ୍ୟାନ ନଥିବ । ଖାନ ଆହୁରି ମଧ୍ୟ କହିଛନ୍ତି ଯେ ସେ ହୋଟେଲରେ କାର୍ଯ୍ୟରେ ଅନ୍ତର୍ଭୂକ୍ତ, ମାନସିକ ନିରାପତ୍ତା ଏବଂ ଭାବପ୍ରବଣ ବୁଦ୍ଧିକୁ ଅନୁଭବ କରିଥିଲେ । ଖାନ୍‌ ଆହୁରି ମଧ୍ୟ କହିଛନ୍ତି ଆପଣ ସବୁଠାରୁ ସଫଳ ଉଦ୍ୟୋଗୀ ହୋଇପାରିବେ, କିନ୍ତୁ ଆପଣ ସମସ୍ତଙ୍କୁ ସମ୍ମାନ ଏବଂ ଆଲିଙ୍ଗନ କରିବା ବନ୍ଦ କରିବା ଉଚିତ୍ ନୁହେଁ ବୋଲି ଖାନ୍ ରତନ ଟାଟାଙ୍କୁ ସୂଚାଇ କହିଛନ୍ତି ।

ଏହି ପୋଷ୍ଟଟି ସେୟାର ହେବା ପରେ ସେଠାରେ ଅନେକ ପ୍ରତିକ୍ରିୟା ଏବଂ ଅନେକ ମନ୍ତବ୍ୟ ରହିଥିଲା । ହୋଟେଲ ମଧ୍ୟ ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେଇଛନ୍ତି । ତାଜ ହୋଟେଲ ଖାନଙ୍କ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ଲେଖିଛନ୍ତି, “ହାଏ ରୁବି, ଏହି କାହାଣୀ ବାଣ୍ଟିଥିବାରୁ ଧନ୍ୟବାଦ । ତାଜରେ ଆମେ ଦୟା ଏବଂ ଅନ୍ତର୍ଭୂକ୍ତିକୁ ଗୁରୁତ୍ୱ ଦେଉଛୁ, ନିଶ୍ଚିତ କରୁଛୁ ଯେ ପ୍ରତ୍ୟେକ ଅତିଥି ଘରେ ଅନୁଭବ କରୁଛନ୍ତି” ଆପଣଙ୍କ ଅନୁଭୂତି ପ୍ରକୃତରେ ଆମର ମୂଳ ମୂଲ୍ୟ ସହିତ ମେଳ ଖାଉଛି । “

Leave A Reply

Your email address will not be published.