ମଦ ନିଶାରେ ମହିଳାଙ୍କ ସହିତ ବିଚ୍ ରାସ୍ତାରେ ଦମଦାର ଡ୍ୟାନ୍ସ କଲା ରାବଣ, ଦେଖନ୍ତୁ ଥରେ ଏହି ଭିଡିଓ

୮ ଅକ୍ଟୋବରରେ ସବୁ ସ୍ଥାନରେ ଦଶହରା ପର୍ବ ଖୁବ୍ ଧୁମଧାମରେ ପାଳନ କରାଯାଇଥିଲା । ଦିଲ୍ଲୀର ଦ୍ବାରକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାବଣ ଦହନ କରିଥିଲେ । ଅପରପକ୍ଷେ ପୁରୁଣା ଦିଲ୍ଲୀର ପ୍ରସିଦ୍ଧ ରାମଲିଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ଉପରଷ୍ଟ୍ରପତି ଭେଙ୍କେୟା ନାଇଡୁ ଉପସ୍ଥିତ ରହିଥିଲେ । ଏହାବ୍ୟତିତ ଦେଶ ସାରା ବହୁ ସ୍ଥାନରେ ରାବଣ ପୋଡି ଅନୁଷ୍ଠିତ ହୋଇଥିଲା ।
ଦଶହରା ଅବସରରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ରାବଣ ବେଶରେ ଏକ ବ୍ୟକ୍ତି ମଦ ପିଇବା ଅବସ୍ଥାରେ ଥିବା ସମୟରେ ମହିଳା ମାନଙ୍କ ସହିତ ନାଚୁଥିବାର ଦେଖିବାକୁ ମିଳିଛି ।

ଟ୍ବିଟରରେ ଏହି ଭିଡିଓକୁ ମୋହିତ୍ ଜୈନ୍ ନାମକ ଜଣେ କଂଗ୍ରେସ୍ ନେତା ସେୟାର କରିଛନ୍ତି । ମୋହିତ୍ ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି କି, ଏମିତି ତ ରାବଣର ଚରିତ୍ର ନଥିଲା । ରାବଣ କେବଳ ଅଭିମାନୀ ଥିଲା । କିନ୍ତୁ ସଂସ୍କାରୀ ବ୍ରାହ୍ମଣ ଥିଲା । ହିନ୍ଦୁ ଧର୍ମର ସାର୍ବଜାନିକ ମଜା ଉଡାଯାଉଛି। ଭିଡିଓ ସେୟାର କରି ମୋହିତ୍ ଜୈନ୍ ଅଲ୍କା ଲାମ୍ବା ଏବଂ ବିଜେପି ପ୍ରବକ୍ତା ତେଜିନ୍ଦର ବଗ୍ଗାଙ୍କୁ ଟ୍ୟାଗ୍ କରିଛନ୍ତି।

ଦେଖନ୍ତୁ ଭିଡିଓ:

ଏହି ଭିଡିଓ କେବେକାର ଏବଂ କେଉଁଠି ଘଟିଛି ସେ ନେଇ କୌଣସି ସତ୍ୟତା ଜଣାପଡିନାହିଁ । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ବହୁଳ ଭାବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ବହୁତ ଲୋକେ କମେଣ୍ଟ ଦେବା ସହିତ ପ୍ରଶ୍ନ କରିଛନ୍ତି କି, କିଏ କଣ ଏପରି ଭାବେ ସର୍ବସାଧାରଣରେ ଭାରତୀୟ ସଂସ୍କ୍ରୁତିର ମଜା ଉଡାଇପାରେ? ଅନ୍ୟପଟେ ବହୁତ ଲୋକ ଏହା ମଧ୍ୟ ଲେଖିଛନ୍ତି କି, ଯେଉଁ ରାଜନୈତିକ ଦଳ ହିନ୍ଦୁ ଧର୍ମକୁ ଟେକି ରଖିଛନ୍ତି ସେମାନଙ୍କୁ କଣ ଏହି ଭିଡିଓ ଦେଖି ଖରାପ ଲାଗୁନାହିଁ ।

Leave A Reply

Your email address will not be published.