ଗୁଜରାଟର ଜାମନଗରରୁ ନିର୍ବାଚନ ଲଢିବେ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା, ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ହେଲେ ନଣନ୍ଦ ନୈନା

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍ ବାଜିସାରିଛି । ବିଜେପି ପକ୍ଷରୁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ ପାଇଛି । ଗତ ୬ଥର ପାଇଁ ଏଠାରେ କ୍ଷମତାରେ ରହିଆସୁଛି ବିଜେପି । ଏହା ମଧ୍ୟରେ ଗୁଜରାଟର ଜାମନଗର ନିର୍ବାଚନ ସିଟ୍‌କୁ ନେଇ ବେଶ୍‌ ଚର୍ଚ୍ଚା ଲାଗିରହିଛି। ଆଉ ଏହି ସିଟରୁ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବାଙ୍କୁ ଟିକେଟ ମିଳିଛି।

ଏଠାରୁ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ସୋଲାଙ୍କିଙ୍କୁ ରାଜନୀତି ମୈଦାନରେ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ଦଳ । ଦଳ ତାଙ୍କୁ ଜାମନଗର ଉତ୍ତରରୁ ପ୍ରାର୍ଥୀ କରିଛି । ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ତେବେ ଏଠାରେ ତାଙ୍କ ଭଉଣୀ ନୈନା ମଧ୍ୟ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। ।

ଜାମନଗର ଉତ୍ତର ସିଟରେ ପୂର୍ବରୁ ବିଜେପିର ଦବଦବା ରହିଛି। ଧମେନ୍ଦ୍ର ସିଂ ଜାଡେଜା ଏହାର ବିଧାୟକ ଅଟନ୍ତି। ଏହାପୂର୍ବରୁ ୨୦୧୨ରେ କଂଗ୍ରେସ ଟିକେଟରେ ଜିତିଥିଲେ। ଏହାପରେ ବିଜେପିରେ ସାମିଲ ହୋଇଥିଲେ। ୨୦୧୭ରେ ମଧ୍ୟ ଏହି ସିଟ୍‌କୁ ବିଜୟ ଲାଭ କରିଥିଲେ।

୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ଜାଡେଜାଙ୍କ ପତ୍ନୀ ରିବାବା ବିଜେପିରେ ସାମିଲ ହୋଇଥିଲେ । କିଛି ସମୟ ପରେ ତାଙ୍କ ଭଉଣୀ ନୈନା ଜାଡେଜା କଂଗ୍ରେସରେ ସାମିଲ ଦେଇଥିଲେ । ଦଳ ତାଙ୍କୁ ଜିଲ୍ଲା ସଭାପତି କରିଥିଲା । ରିବାବା ଗୁଜରାଟର ରାଜକୋଟର। ମେକାନିକାଲ୍ ଇଞ୍ଜିନିୟରିଂ ପଢିବା ପରେ ସେ ଦୀର୍ଘ ଦିନ ଧରି ସାମାଜିକ କାର୍ଯ୍ୟରେ ଜଡିତ ଥିଲେ ।

୨୦୧୬ ମସିହାରେ ସେ ରବୀନ୍ଦ୍ର ଜାଡେଜାଙ୍କୁ ବିବାହ କରିଥିଲେ । ବିଜେପିରେ ଯୋଗଦେବା ପୂର୍ବରୁ ରିବାବା ରାଜପୁତ ସମ୍ପ୍ରଦାୟର ଏକ ସଂଗଠନ କର୍ନି ସେନାର ସଦସ୍ୟ ଥିଲେ । ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ ରିବାବା ।

ଗୁଜରାଟ  ନିର୍ବାଚନରେ ୨ଟି ପର୍ଯ୍ୟାୟରେ ହେବ ମତଦାନ । ଡିସେମ୍ବର ୧ରେ ପ୍ରଥମ ପର୍ଯ୍ୟାୟ ଓ ୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ଡିସେମ୍ବର ୮ ତାରିଖରେ ଗଣତି ପରେ ବାହାରିବ ରେଜଲ୍ଟ । ତାରିଖ ଘୋଷଣା ସହ ଆଜିଠୁ ଗୁଜରାଟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ବିଧାନସଭାରେ ମୋଟ ୧୮୨ଟି ଆସନ ପାଇଁ ହେବ ନିର୍ବାଚନ । ଗୁଜରାଟରେ ୩୩ ଜିଲ୍ଲାରେ ୪ କୋଟି ୯୦ ଲକ୍ଷ ଲୋକ ରହିଛନ୍ତି। ଏଥର ହେବ ୫୧ ହଜାର ପୋଲିଂ ବୁଥ। ପ୍ରେସମିଟରେ ନିର୍ବାଚନ କମିଶନରାଜୀବ କୁମାର ଏହି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.