ଦ୍ୱନ୍ଦ୍ୱରେ ୨ ହଜାର ଟଙ୍କିଆ ନୋଟ୍ ବନ୍ଦ କରିବା ପ୍ରସଙ୍ଗ, ସ୍ପଷ୍ଟ କରିନି ଆରବିଆଇ
ରିପୋର୍ଟ ଅନୁସାରେ ୨୦୦୦ ଟଙ୍କା ନୋଟ ସେପ୍ଟେମ୍ବର ୩୦ ପରେ ବୈଧ ରହିବ କି ନାହିଁ, ତାହା RBI ସ୍ପଷ୍ଟ କରିନାହିଁ । କିଛି ରିପୋର୍ଟ ଅନୁସାରେ ସେପ୍ଟେମ୍ବର ୩୦ ପରେ ଏହା ବୈଧ ରହିବ । ବିଜନେସ ଟୁଡେ ଅନୁସାରେ RBI ସ୍ପଷ୍ଟ କରିନାହିଁ ।
ନୂଆଦିଲ୍ଲୀ : ବଜାରରୁ ହଟିବ ୨ ହଜାର ଟଙ୍କିଆ ନୋଟ୍। ବର୍ତ୍ତମାନ କିନ୍ତୁ ଏହା ବୈଧ ରହିବ। ୨୦୧୬ରେ ୫ଶହ ଓ ହଜାର ଟଙ୍କା ନୋଟ୍ ପ୍ରତ୍ୟାହାର ହେବା ପରେ ନୂଆ ୫ ଶହ ଓ ୨ ହଜାର ଟଙ୍କାର ପ୍ରଚଳନ ଆରମ୍ଭ କରିଥିଲା ଆର୍ବିଆଇ। ୨୦୧୮-୧୯ରୁ ଆଉ ୨ ହଜାର ଟଙ୍କା ନୋଟ୍ ପ୍ରିଣ୍ଟିଂ ହେଉ ନାହିଁ। ମାର୍ଚ୍ଚ ୨୦୧୭ ପୂର୍ବରୁ ୮୯ ପ୍ରତିଶତ ୨ ହଜାର ଟଙ୍କା ଆର୍ବିଆଇ ବଜାରକୁ ଛାଡିଥିଲା। ବର୍ତ୍ତମାନ ନିଷ୍ପତ୍ତି ନିଆଯାଇଛି ଏହାକୁ ହଟାଯିବ।
ଯେ କୌଣସି ବ୍ୟାଙ୍କରେ ୨ ହଜାର ଟଙ୍କା ନୋଟ୍କୁ ବଦଳ କରି ହେବ। ଏକା ସଙ୍ଗରେ ୨୦ ହଜାର ଟଙ୍କା ବଦଳ କରି ହେବ। ଆସନ୍ତା ୨୩ ତାରିଖରୁ ଟଙ୍କା ବଦଳ ଆରମ୍ଭ ହେବ। ଏହି ପ୍ରକ୍ରିୟା ୨୦୨୩ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ବଜାରକୁ ଆଉ ୨ ହଜାର ଟଙ୍କା ନୋଟ୍ ଛଡା ଯିବ ନାହିଁ। ତେବେ ସେପ୍ଟେମ୍ବର ୩୦ ପରେ କ’ଣ ହେବ ? ତାକୁ ନେଇ ରହିଛି ନ୍ଦ୍ୱନ୍ଦ୍ୱ । ଜାତୀୟ ଗଣମାଧ୍ୟମରେ ୨ ପ୍ରକାର ରିପୋର୍ଟ ପ୍ରକାଶ ପାଇଛି । କିଛି ରିପୋର୍ଟ ଅନୁସାରେ ୨୦୦୦ ଟଙ୍କା ନୋଟ ସେପ୍ଟେମ୍ବର ୩୦ ପରେ ବୈଧ ରହିବ କି ନାହିଁ, ତାହା RBI ସ୍ପଷ୍ଟ କରିନାହିଁ । କିଛି ରିପୋର୍ଟ ଅନୁସାରେ ସେପ୍ଟେମ୍ବର ୩୦ ପରେ ଏହା ବୈଧ ରହିବ । ବିଜନେସ ଟୁଡେ ଅନୁସାରେ RBI ସ୍ପଷ୍ଟ କରିନାହିଁ । ହିନ୍ଦୁସ୍ତାନ ଟାଇମସ୍ ଅନୁସାରେ ନୋଟ ବୈଧ ରହିବ । ତେବେ ପ୍ରକୃତରେ ସେପ୍ଟେମ୍ବର ୩୦ ପରେ କଣ ହେବ ? ଏହାକୁ ନେଇ ଲୋକଙ୍କ ମଧ୍ୟରେ ନ୍ଦ୍ୱନ୍ଦ୍ୱ ରହିଛି ।