ଭାରତର ମାନ୍ଦାବସ୍ଥା ସଜାଡିବାକୁ RBIର ପ୍ରୟାସ, କେନ୍ଦ୍ରକୁ ଦେବ ଏକ ଲକ୍ଷ ୭୬ହଜାର କୋଟି ଟଙ୍କା

କେନ୍ଦ୍ର ସରକାରକୁ ଏକ ଲକ୍ଷ ୭୬ହଜାର କୋଟି ଟଙ୍କା ଦେବ ଭାରତୀୟ ରିଜର୍ଭ ବ୍ୟାଙ୍କ। ଆଇବିଆଇ ବିମଲ ଜଲାନ କମିଟିର ସୁପାରିଶକୁ ଗ୍ରହଣ କରିଛନ୍ତି। ସରକାରଙ୍କୁ ଏକ ଲକ୍ଷ ୭୬ ହଜାର କୋଟି ଟଙ୍କା ଟ୍ରାନ୍‌ସଫର କରିବାକୁ ଆରବିଆଇ ମଞ୍ଜୁରୀ ଦେଇଛି। ନିଜର ଲାଭାଶଂ ଓ ସରପ୍ଲସ ଫଣ୍ଡରୁ ଏହି ଅର୍ଥକୁ ହସ୍ତାନ୍ତର କରିବାରୁ ନିଷ୍ପତ୍ତି ନେଇଛି। ରିଜର୍ଭ ବ୍ୟାଙ୍କ କେନ୍ଦ୍ରୀୟ ବୋର୍ଡ ପୂର୍ବତନ ଆରବିଆଇ ଗଭର୍ଣ୍ଣର ବିମଲ ଜଲାନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିଶକୁ ଗ୍ରହଣ କରିବା ପରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷର ଏକ କୋଟି ୨୩ଲକ୍ଷ ୪୧୪ କୋଟି ଲାଭାଶଂ ଓ ୫୨ହଜାର ୬୩୭ କୋଟି ସରପ୍ଲସ ଆମାଉଣ୍ଟ କେନ୍ଦ୍ରକୁ ହସ୍ତାନ୍ତର ହେବ। ଏହି ରାଶିରୁ କେନ୍ଦ୍ର ୭୦ ହଜାର କୋଟି ଟଙ୍କା ବିଭିନ୍ନ ବ୍ୟାଙ୍କକୁ ସହାୟତା ଦେବ। ଏହି ରାଶି ମାନ୍ଦାବସ୍ଥାରେ ଅର୍ଥନୀତିକୁ ସଜାଡ଼ିବାରେ ସହାୟକ ହେବ।