ବ୍ରିଟେନ୍‌ରୁ ଭାରତ ଫେରାଇ ଆଣିଲା ୧୦୦ ଟନ୍‌ ସୁନା, ଜାଣନ୍ତୁ କେଉଁଠି ରଖାଯିବ ଏତେ ବଡ଼ ଭଣ୍ଡାର

ଭାରତ ଦ୍ୱାରା କିଣାଯାଇଥିବା ସୁନା ଆଉ ବ୍ୟାଙ୍କ ଅଫ୍ ଇଂଲଣ୍ଡର ଭଣ୍ଡାରରେ ରହିବ ନାହିଁ । ବର୍ତ୍ତମାନ ଏହାକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ୱାଲେଟରେ ରଖାଯିବ । ଏହି ଯୋଜନା ଅଧୀନରେ ଆରବିଆଇ ଦ୍ୱାରା କିଣାଯାଇଥିବା ୧,୦୦୦ କ୍ୱିଣ୍ଟାଲ ସୁନା ଇଂଲଣ୍ଡରୁ ଭାରତ ଅଣାଯାଇଛି ।

ବ୍ୟାଙ୍କ ଅଫ୍ ଇଂଲଣ୍ଡର ଭଣ୍ଡାରରେ ଅନେକ ଦେଶ ନିଜର ସୁନା ରଖନ୍ତି । ଏଥିପାଇଁ ସେମାନଙ୍କୁ ବ୍ରିଟେନର କେନ୍ଦ୍ରୀୟ ବ୍ୟାଙ୍କକୁ ମଧ୍ୟ ଶୁଳ୍କ ଦେବାକୁ ପଡ଼ିଥାଏ । ଭାରତ ମଧ୍ୟ ଏହି ଦେୟ ପ୍ରଦାନ କରୁଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ଭାରତ ଏବେ ଇଂଲଣ୍ଡରେ ରଖିଥିବା ଅଧିକ ସୁନା ଫେରାଇ ଆଣିବ । ବ୍ୟାଙ୍କ ଅଫ୍ ଇଂଲଣ୍ଡ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୁନା ଭଣ୍ଡାର ।

ଆରବିଆଇ କିଛି ବର୍ଷ ପୂର୍ବେ ସୁନା କିଣିବା ଆରମ୍ଭ କରିଥିଲା ଏବଂ ଏହାକୁ କେଉଁଠାରେ ଗଚ୍ଛିତ ରଖିବ, ତାହା ସମୀକ୍ଷା କରିଥିଲା । ବିଦେଶରେ ସୁନାର ଅଧିକ ଷ୍ଟକ୍ ଜମା ହେଉଥିବାରୁ କିଛି ସୁନା ଭାରତକୁ ଆଣିବାକୁ ନିଷ୍ପତ୍ତି ନିଆଯାଇଥିଲା । ୧୯୯୧ ଆରମ୍ଭ ପରଠାରୁ ଏହା ପ୍ରଥମ ଥର ଯେ ଭାରତ ନିଜର ଘରୋଇ ସୁନା ଭଣ୍ଡାରରେ ଏତେ ପରିମାଣକୁ ଯୋଡ଼ିଛି । ୧୯୯୧ରେ ଭାରତୀୟ ଅର୍ଥନୀତିର ଅବସ୍ଥା ଖରାପ ଯୋଗୁ ଭାରତକୁ ନିଜର ସୁନା ବନ୍ଧକ ରଖିବାକୁ ପଡ଼ିଥିଲା ।

ତେବେ ଆସନ୍ତା ମାସରେ ସମାନ ପରିମାଣର ସୁନା ପୁନର୍ବାର ଦେଶକୁ ଆସିପାରେ । ଗଣମାଧ୍ୟମର ରିପୋର୍ଟ ମୁତାବକ, ବିଦେଶରେ ରଖାଯାଇଥିବା ୧୦୦ ଟନ୍ ସୁନା ଭାରତକୁ ଶୀଘ୍ର ଅଣାଯାଇ ପାରେ । ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପାଖରେ ୮୨୨.୧ ଟନ୍ ସୁନା ଥିଲା । ସେଥିମଧ୍ୟରୁ ୪୧୨.୮ ଟନ୍ ସୁନା ଅନ୍ୟ ଦେଶରେ ଗଚ୍ଛିତ ରଖାଯାଇଥିଲା ଅର୍ଥାତ୍ ଭାରତର ମୋଟ ସୁନାର ପାଖାପାଖି ଅଧା ଭାଗ ଅନ୍ୟ ଦେଶର ଭଣ୍ଡାରରେ ରଖାଯାଇଛି । ଗତ ଆର୍ଥିକ ବର୍ଷରେ ଆରବିଆଇ ୨୭.୫ ଟନ୍ ସୁନା କିଣିଛି ।

You might also like