ବୁରାଡ଼ି ଆତ୍ମହତ୍ୟା ଘଟଣାରେ ଆସିଲା ଚୂଡ଼ାନ୍ତ ପୋଷ୍ଟମର୍ଟମ ରିପୋର୍ଟ

ଦିଲ୍ଲୀ ବୁରାଡ଼ିରେ ଗୋଟିଏ ପରିବାରର ୧୧ ଜଣଙ୍କର ମୃତ୍ୟୁ ଘଟଣାରେ ଆସିଲା ଚୂଡ଼ାନ୍ତ ପୋଷ୍ଟମର୍ଟମ ରିପୋର୍ଟ । ସମସ୍ତେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି । ପୂର୍ବରୁ ୧୦ ଜଣଙ୍କ ରିପୋର୍ଟ ଆସିଥିଲା । ସେମାନେ ଆତ୍ମହତ୍ୟା କରିଥିବା ଜଣା ପଡ଼ିଥିଲା । ତେବେ ୭୦ ବର୍ଷୀୟ ନାରାୟଣ ଦେବୀଙ୍କୁ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା । ଅନ୍ୟ ଏକ ଘର ଚଟାଣରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାରୁ ହତ୍ୟା ସନ୍ଦେହ କରୁଥିଲା ପୋଲିସ । ଏବେ ପୋଷ୍ଟମର୍ଟମ ରିପୋର୍ଟରୁ ନାରାୟଣ ଦେବୀ ବି ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ଗତ ଜୁଲାଇ ୧ ତାରିଖରେ ଦିଲ୍ଲୀ ବୁରାଡ଼ି ସନ୍ଥନଗର ଅଞ୍ଚଳରେ ଘଟିଥିଲା ଏହି ଲୋମହର୍ଷଣ ଘଟଣା । ଭାଟ୍ଟିଆ ପରିବାର ରହୁଥିବା ଘରୁ ୧୧ ଜଣଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ଓ ୪ଜଣ ପୁରୁଷ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.