ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍ ପରେ ଉତ୍ତର ପ୍ରଦେଶରେ ରେଡ୍ ଆଲର୍ଟ, ସମସ୍ତ ଜିଲ୍ଲା ପୋଲିସକୁ ଡିଜିପିଙ୍କ ନିର୍ଦ୍ଦେଶ

ପାକିସ୍ତାନରେ ଆତଙ୍କୀ ଆଡ୍ଡା ଉପରେ ଭାରତୀୟ ବାୟୁସେନାର ଏୟାରଷ୍ଟ୍ରାଇକ୍ । ବାୟୁସେନାର ‘ଅପରେସନ ସିନ୍ଦୂର’ ପରେ ଏବେ ପୂରା ଉତ୍ତର ପ୍ରଦେଶରେ ରେଡ୍ ଆଲର୍ଟ ଘୋଷଣା କରାଯାଇଛି । ଡିଜିପି ପ୍ରଶାନ୍ତ କୁମାର ସୋସିଆଲ ମିଡିଆରେ ଏ ନେଇ ସୂଚନା ଦେଇଛନ୍ତି । ସେ ସମସ୍ତ ଜିଲ୍ଲା ପୋଲିସକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଆଜି ମେ’ ୭ରେ ପୂରା ରାଜ୍ୟରେ ‘ମକ୍ ଡ୍ରିଲ୍’ କରାଯିବ ।
କହି ରଖୁଛୁ ଯେ ଭାରତୀୟ ସେନା ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ଦେଢ଼ଟାରେ ‘ଅପରେସନ ସିନ୍ଦୂର’ ଆରମ୍ଭ କରିଥିଲା । ଏହା ଅଧୀନରେ ପାକିସ୍ତାନ ଭିତରେ ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍ କରାଯାଇଥିଲା । ଏଥିରେ ୫୦ରୁ ଅଧିକ ଆତଙ୍କୀ ନିହତ ହୋଇଥିବା ବେଳେ ୧୦ରୁ ଅଧିକ ଆତଙ୍କୀ ଠିକଣା ଧ୍ବଂସ ହୋଇଯାଇଛି । ଏହାକୁ ନେଇ ବର୍ତ୍ତମାନ ୟୁପିରେ ରେଡ୍ ଆଲର୍ଟ ଘୋଷଣା କରାଯାଇଛି ।
ୟୁପି ଡିଜିପି କହିଛନ୍ତି, ‘ଅପରେସନ ସିନ୍ଦୂର’ ପରେ ଉତ୍ତର ପ୍ରଦେଶରେ ରେଡ୍ ଆଲର୍ଟ ଘୋଷଣା କରାଯାଇଛି । ଭାରତୀୟ ସେନା ଦ୍ବାରା ପାକିସ୍ତାନରେ ଥିବା ଆତଙ୍କୀ ଠିକଣାଗୁଡ଼ିକ ଉପରେ ଲକ୍ଷ୍ୟଭେଦୀ ଆକ୍ରମଣ କରାଯାଇଛି । ପ୍ରତିରକ୍ଷା ୟୁନିଟଗୁଡ଼ିକ ସହିତ ସମନ୍ବୟ ରକ୍ଷା କରିବା ଏବଂ ମହତ୍ବପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକର ସୁରକ୍ଷାକୁ ସୁଦ୍ଢ଼ କରିବାକୁ ସମସ୍ତ କ୍ଷେତ୍ରର ପୋଲିସ ବାହିନୀକୁ ନିର୍ଦ୍ଦେଶ ଦିଆଯାଇଛି । ଉତ୍ତର ପ୍ରଦେଶ ପୋଲିସ ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସତର୍କ, ସୁସଜ୍ଜିତ ଏବଂ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି ।
Red Alert has been declared in Uttar Pradesh following #OperationSindoor — the Indian Army’s targeted strike on terror hideouts.
All @Uppolice field formations have been instructed to coordinate with Defence units and strengthen the security of vital installations.
UP Police… pic.twitter.com/XOfOr1tTIq
— DGP UP (@dgpup) May 7, 2025