ନୂଆଦିଲ୍ଲୀ : ବର୍ତ୍ତମାନ ଦିଲ୍ଲୀ ଲାଲ୍ କିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ଚହଳ ସୃଷ୍ଟି କରିଛି । ମୃତ୍ୟୁ ସଂଖ୍ୟା ବଢ଼ିବାରେ ମଧ୍ୟ ଲାଗିଛି । ଏହାରି ମଧ୍ୟରେ ଲାଲ କିଲ୍ଲା ଗେଟ୍ ଏବଂ ମେଟ୍ରୋ ଷ୍ଟେସନକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି ।
ସୂଚନାନୁଯାୟୀ, ଲାଲକିଲ୍ଲାର ମେଟ୍ରୋ ଗେଟ୍ ୧ ଏବଂ ଗେଟ୍ ୪ କୁ ବନ୍ଦ କରିଦିଆଯାଇଛି । ଏଥିସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଘଟଣାସ୍ଥଳକୁ ଘେରାଉ କରିଛି । ସମସ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ଚଟ୍ଟା କଟରୁ ସୁଭାଷ ରୋଡକୁ ଯିବାକୁ ଅନୁମତି ଦିଆଯିବ ନାହିଁ । ଏହି କଟକଣା ସକାଳ ୬ଟାରୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ବଳବତ୍ତର ରହିବ । ଯାତ୍ରୀମାନଙ୍କୁ ଅନ୍ୟ ବିକଳ୍ପ ରାସ୍ତାକୁ ବ୍ୟବହାର କରିବାକୁ ପରାମର୍ଶ ଦେଇଛି ଦିଲ୍ଲୀ ଟ୍ରାଫିକ ପୋଲିସ । ଏହି ଘଟଣା ପରେ ୩ ଦିନ ପାଇଁ ଲାଲକିଲ୍ଲାକୁ ବନ୍ଦ କରିବାକୁ ASI ନିଷ୍ପତ୍ତି ନେଇଛି ।
ଅନ୍ୟପଟେ ଆଇଜିଆଇ ବିମାନବନ୍ଦର, ଇଣ୍ଡିଆ ଗେଟ୍, ସାଂସଦ ଭବନ ଏବଂ ସୀମାବର୍ତ୍ତୀ ଅଞ୍ଚଳଗୁଡିକରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୋଲିସ ଲୋକଙ୍କୁ ସେକୌଣସି ସନ୍ଦିଗ୍ଧ ଜିନିଷ କିମ୍ବା କାର୍ଯ୍ୟକଳାପ ସମ୍ପର୍କରେ ତୁରନ୍ତ ରିପୋର୍ଟ କରିବାକୁ ଅନୁରୋଧ କରିଛି ।
Also Read : ଦିଲ୍ଲୀ ବିସ୍ଫୋରଣ ପରେ ଦେଶର ବିଭିନ୍ନ ରାଜ୍ୟରେ ହାଇ ଆଲର୍ଟ, ଚାଲିଛି ଯାଞ୍ଚ