କେଦାରନାଥ ଧାମରେ 4G ନେଟଓ୍ଵର୍କ, ପାଦ ଚଲା ପଥରେ ଏବେ ଲାଗିବ ମୋବାଇଲ , ଜିଓ ଦେଲା ଏହି ସୁବିଧା

ନୂଆଦିଲ୍ଲୀ : କେଦାରନାଥ ଧାମରେ ପାଦରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଖୁସି ଖବର । ଏବେ ସେମାନଙ୍କ ମୋବାଇଲରେ ଆସିବ ନେଟଓ୍ଵର୍କ । କେଦାରନାଥକୁ ଚାଲି ଚାଲି ଯାଉଥିବା ଯାତ୍ରୀ ଏବେ ମୋବାଇଲରେ କଥା ହୋଇ ପାରିବେ । ପାଦ ଚଲା ରାସ୍ତାରେ ଧରିବ ନେଟଓ୍ଵର୍କ । ଏଥିପାଇଁ ପ୍ରଥମ ଥର ରିଲାଏନ୍ସ ଜିଓ କମ୍ପାନୀ 4G ନେଟଓ୍ଵର୍କ ଆରମ୍ଭ କରିଛି । ଗୌରି କୁଣ୍ଡ ଓ କେଦାରନାଥ ଧାମ ମଝିରେ ଜିଓ ତରଫରୁ ୫ ଟି ଟାଓ୍ଵାର ଲଗାଯିବ ।

ଏବେ ଛୋଟି ଲିଞ୍ଚୋଲି, ଲିଞ୍ଚୋଲି ଓ ରୁଦ୍ର ପଏଣ୍ଟ ରେ ୩ ଟାଓ୍ଵାର ଲଗାଯାଇଛି । ଅନ୍ୟ ଦୁଇ ଟାଓ୍ଵାର ମଧ୍ୟ ଖୁବ ଶୀଘ୍ର ସେବା ଦେବା ଆରମ୍ଭ କରିବ । ଜିଓର ଏହି 4G ସେବା ପୁରା ଯାତ୍ରା ମାର୍ଗରେ ମିଳିବ । ପ୍ରକାଶଯୋଗ୍ୟ ଯେ କେଦାରନାଥକୁ ଯିବା ପାଦ ଚଲା ଯାତ୍ରାରେ କୌଣସି କମ୍ପାନିର ନେଟଓ୍ଵର୍କ କାମ କରୁ ନଥିବାରୁ ଯାତ୍ରୀମାନେ ଅସୁବିଧାରେ ପଡ଼ୁଥିଲେ ।

ରିଲାଏନ୍ସ ଜିଓ ସୋନ ପ୍ରୟାଗ ଭଳି ଏକ ମହତ୍ୱପୂର୍ଣ୍ଣ ପାହାଡରେ ଫୁଲ କାପାସିଟି ବାଲା ଟାଓ୍ଵାର ଲଗାଇଛି । ଯାହା ଫଳରେ ନେଟଓ୍ଵର୍କ ଧରିବାରେ ଏହି ଟାଓ୍ଵାର ବହୁତ ସହାୟକ ହେବ । ଚାରିଧାମ ଯାତ୍ରାରେ ନେଟଓ୍ଵର୍କ କଭରେଜ ବଢ଼ାଇବା ଜିଓ ୧୦ ଟି ଅଧିକ ଅତିରିକ୍ତ ସଲ୍ୟୁସନ ଲଗାଇବା ଜାରି ରଖିଛି । ଯେପରି କୌଣସି ଯାତ୍ରୀଙ୍କ ଆଉ ନେଟଓ୍ଵର୍କ ପାଇଁ ଅସୁବିଧା ନହୁଏ ।

କୋଭିଡ କାରଣରୁ ଯାତ୍ରା ବନ୍ଦ କାରଣରୁ ଏହି ବର୍ଷ ରେକର୍ଡ ସଂଖ୍ୟକ ଶ୍ରଦ୍ଧାଳୁ ଉତ୍ତରାଖଣ୍ଡ ଯାତ୍ରା କରିବେ । ପ୍ରଶାସନ ଏଥିପାଇଁ ସମସ୍ତ ସୁରକ୍ଷା କାର୍ଯ୍ୟକ୍ରମ ଜାରି ରଖିଛି । ଏହା ଭିତରେ ଜିଓର ନେଟଓ୍ଵର୍କ ଶ୍ରଦ୍ଧାଳୁଙ୍କୁ ବହୁ ମାତ୍ରାରେ ସାହଯ୍ୟ କରିବ । ତେଣୁ ଅନ୍ୟ ନେଟଓ୍ଵର୍କ ତୁଳନାରେ ଜିଓ ଏଠାରେ ଭଲ ଆଦୃତ ହେବ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.