ପାର୍ଟନରଙ୍କ ବିନା ଅନୁମତିରେ କଣ୍ଡୋମ୍‌ ଉତାରିବା ଅପରାଧ! ଯାଇପାରନ୍ତି ଜେଲ୍‌

କାହାର ପର୍ସନାଲ ଲାଇଫ୍‌ରେ କେହି କିଛି ବି କରିପାରିବେ। ଏଥିରେ କେହି ରୋକ୍‌ ଲଗାଇପାରିବେ ନାହିଁ। କିନ୍ତୁ ଆମେରିକାର କାଲିଫର୍ଣ୍ଣିଆରେ କପଲଙ୍କ ବ୍ୟକ୍ତିଗତ ଜୀବନରେ ଏବେ କୋର୍ଟଙ୍କ ହସ୍ତକ୍ଷେପ ରହିବ। କାଲିଫର୍ଣ୍ଣିଆ ସରକାରଙ୍କ ନୂଆ ନିୟମ ମୁତାବକ, ଏକ ରୋମାଣ୍ଟିକ୍‌ ରିଲେସନ୍‌ସିପ୍‌ରେ ପାର୍ଟନରଙ୍କ ଅନୁମତିରେ କଣ୍ଡୋମ୍‌ ବ୍ୟବହାର କରାଯିବା ଆବଶ୍ୟକ। ଏଭଳି ନ କଲେ ତାହାକୁ ବେଆଇନ୍‌ ବୋଲି ଧରାଯିବ ଓ ଆଇନ ଅନୁସାରେ ଦୋଷୀକୁ ଦଣ୍ଡ ମିଳିବ।

ଦୁନିଆରେ ପ୍ରଥମ ଥର ପାଇଁ କୌଣସି ସ୍ଥାନରେ ଏଭଳି ନିୟମ ଲାଗୁ ହୋଇଛି। ଗତ କିଛି ଦିନ ହେବ ଏହି ନିୟମ ଲାଗୁ କରିବାକୁ ନେଇ କାଲିଫର୍ଣ୍ଣିଆରେ ଆଲୋଚନା ଚାଲିଥିଲା। ଏବେ ଏଥିରେ ମୋହର ବାଜିଛି। ଏହି ନିୟମ ମୁତାବକ, କପଲ ଅନ୍ତରଙ୍ଗ ମୁହୂର୍ତ୍ତରେ ଯଦି ପାର୍ଟନରଙ୍କ ଅନୁମତି ବିନା କଣ୍ଡୋମ୍‌ ହଟାଉଛନ୍ତି ତେବେ ତାଙ୍କ ବିରୋଧରେ ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଖୁବ୍‌ ଶୀଘ୍ର ଏନେଇ ଡ୍ରାଫ୍ଟ ପାସ୍‌ ହେବାକୁ ଯାଉଛି।

ନିୟମ ଅନୁସାରେ, ଏଭଳି ମାମଲାରେ ପୀଡ଼ିତା କେସ୍‌ କଲେ ଅଭିଯୁକ୍ତଙ୍କ ବିରୋଧରେ ଉଭୟ ଇମୋସନାଲ ଓ ଫିଜିକାଲ ହାର୍ମକୁ ନେଇ ମାମଲା ରୁଜୁ ହେବ। ଏନେଇ ବିଶେଷଜ୍ଞ କହିଛନ୍ତି, ପାର୍ଟନରଙ୍କ ଅଜାଣତରେ କଣ୍ଡୋମ୍‌ ଖୋଲିବାର ଅନେକ ସମସ୍ୟା ରହିଛି। ଏହାକୁ ସମ୍ପର୍କରେ ଧୋକା ମଧ୍ୟ କୁହାଯାଇପାରିବ। ଏହା ଦ୍ୱାରା ସେକ୍ସୁଆଲ ରୋଗ, ଗର୍ଭବତୀ ହେବା ସମ୍ଭାବନା ଆଦି ରହିଛି। ଯାହା ମହିଳା ପାର୍ଟନରଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ। ଏଣୁ ଏଭଳି ସମସ୍ୟାକୁ ଏଡ଼ାଇବାକୁ ଏହି ନିୟମ ଲାଗୁ କରାଯାଇଛି।