ନେତ୍ରୀଙ୍କର ହୋଇଗଲା କି ମତିଭ୍ରମ, ହଠାତ୍‌ ସ୍ୱାମୀଙ୍କ ବନ୍ଧୁକ ଆଣି ଆକାଶକୁ କଲେ ଫାୟାରିଂ: ଭିଡିଓ ଭାଇରଲ

ଉତ୍ତରପ୍ରଦେଶରେ ନିର୍ବାଚନ ଯେତିକି ପାଖେଇ ଆସୁଛି ସବୁ ପ୍ରସଙ୍ଗ ସେତିକି ରାଜନୈତିକ ରୂପେ ନେବାରେ ଲାଗିଛି। ଏବେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ମହିଳା ନେତ୍ରୀ ଆକାଶକୁ ଫାୟାରିଁ କରୁଛନ୍ତି । ଏପରି କରି ମହିଳା ଏହାକୁ କୌଣସି ବଡ କଥା ନୁହେଁ ବୋଲି ମଧ୍ୟ ଭାବୁଛନ୍ତି।

ଭାଇରଲ ହେଉଥିବା ଭିଡିଓରେ ଇନ୍ଦିରା ନଗର, ରାଏ ବରେଲିରେ ରହୁଥିବା ଜନସତ୍ତା ଦଳର ନେତା ରେଣୁ ସିଂ ଫାୟୟାରିଂ କରିଥିବାର ନଜର ଆସିଛନ୍ତି । ତାଙ୍କ ସ୍ୱାମୀ ସେନାରେ କାର୍ଯ୍ୟ କରନ୍ତି । ଦୀପାବଳି ସମୟରେ ତାଙ୍କ ସ୍ୱାମୀ ଘରକୁ ଆସିଥିଲେ ଏବଂ ସେ ତାଙ୍କ ବନ୍ଧୁକ ନେଇ ଆକାଶକୁ ଫାୟାରିଂ କରୁଥିବା ଦେଖିବାକୁ ମିଳିଛି। ନେତ୍ରୀଙ୍କର ଏହି ଭଡିଓ ଦେଖି ଜନସତ୍ତା ଦଳର ଆଉ ଜଣେ ନେତା ରଘୁରାଜ ପ୍ରତାପ ସିଂ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଆଜିକାଲିର ନାରୀ କେବଳ ସଶକ୍ତ ନୁହେଁ ବରଂ ରାଜନୈତିକ କ୍ଷେତ୍ରରେ ମଧ୍ୟ ଜଣେ ସଶକ୍ତ ନାରୀ ଭାବେ କାମ କରୁଛନ୍ତି।

ସେ ନିଜେ ଭାଇରାଲ୍ ଭିଡିଓରେ ଗୁଳି ଚଳାଇଥିବାର ନଜର ଆସିଛନ୍ତି । ଯାହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ, ଆଜିର ମହିଳା କେବଳ ଶକ୍ତିଶାଳୀ ନୁହଁନ୍ତି ବରଂ ରାଜନୈତିକ ଅଭିଳାଷ ସହିତ ଶକ୍ତିଶାଳୀ । ନେତ୍ରୀ ଜଣଙ୍କର ଏହି ଭିଡିଓ ଜଙ୍ଗଲରେ ନିଆଁ ଲାଗିବା ଭଳି ବେଶ୍‌ ଭାଇରଲ ହୋଇଥିଲା। ଭାଇରଲ ଭିଡିଓ ଆଧାରରେ ପୋଲିସ ଏହି ମାମଲାର ଯାଞ୍ଚ କରିବା ପାଇଁ କହିଛି। ସେ କହିଥିଲେ ଯେ, କ୍ଷତ୍ରିୟ ବଂଶରେ ଦୀପାବଳି ଦିନ ସତ୍ୟ ପୂଜା କରାଯାଏ ଏବଂ ମୁଁ ମଧ୍ୟ ପୂଜା ଉଦ୍ଦେଶ୍ୟରେ ଗୁଳି ଚଳାଇଥିଲି । ମୁଁ ଏତେ ବଡ ଭୁଲ୍‌ କରିନାହିଁ, ଆଉ ଯଦି ଭୁଲ୍‌ ହୋଇଥାଏ,ତେବେ ମୋତେ କ୍ଷମା କରିବେ।

Leave A Reply

Your email address will not be published.