ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ପୁଣି ଦୁଇ ଦେଶ ଭିତରେ ହୋଇପାରେ ଶାନ୍ତି ଆଲୋଚନା

ନୂଆଦିଲ୍ଲୀ : ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ପୁଣି ହୋଇପାରେ ଶାନ୍ତି ଆଲୋଚନା । ଆସନ୍ତାକାଲି ହୋଇପାରେ ଦୁଇ ଦେଶର ପ୍ରତିନିଧିସ୍ତରୀୟ ଆଲୋଚନା । ଗତକାଲି ବେଲାରୁଷ୍‌ ସୀମାରେ ହୋଇଥିବା ରୁଷ-ୟୁକ୍ରେନ୍‌ ଆଲୋଚନାରୁ ବାହାରି ନଥିଲା ନିଷ୍କର୍ଷ । ଏପଟେ ଉଗ୍ର ହେବାରେ ଲାଗିଛି ୟୁକ୍ରେନ୍‌-ରୁଷ୍‌ ଯୁଦ୍ଧ । ଅଧିକ ଆକ୍ରମଣାତ୍ମକ ହୋଇଉଠିଛି ରୁଷ୍‌ । ଯୁଦ୍ଧର ଷଷ୍ଠ ଦିନରେ ରାଜଧାନୀ କିଭ୍‌ ଓ ଖାରକିଭ୍‌ ସହରରେ ପ୍ରବଳ ବୋମାବର୍ଷା ହୋଇଛି ।

ଜୋରଦାର ଲଢ଼େଇ ଭିତରେ ରୁଷ୍‌କୁ ସମର୍ଥନ କରି ସହାୟତା ପାଇଁ ଆଗେଇ ଆସିଛି ବେଲାରୁଷ । ୟୁକ୍ରେନରେ ପ୍ରବେଶ କରିଛି ବେଲାରୁଷ ସେନା। ଏହାରି ଭିତରେ ରୁଷ୍‌ର ପରମାଣୁ ଆକ୍ରମଣ ଯୋଜନା ସମସ୍ତଙ୍କୁ ଭୟଭିତ କରିଛି । ନ୍ୟୁକ୍ଲିୟର ସବ୍‌ମେରାଇନରୁ ହୋଇପାରେ ଆକ୍ରମଣ । ଏଥିପାଇଁ ରୁଷ ପକ୍ଷରୁ ଅଭ୍ୟାସ କରାଯାଉଛି । ବ୍ଲାକ୍‌ ସିରେ ସମରାଭ୍ୟାସ କରୁଛି ରୁଷ । ନ୍ୟୁକ୍ଲିଅର ଫୋର୍ସକୁ ହାଇଆଲର୍ଟରେ ରଖିଛନ୍ତି ପୁଟିନ ।

 

Also Read: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ : ଖାଇବାକୁ ଘରୁ ବାହାରିଥିଲେ ହେଲେ ଖାଦ୍ୟ ମିଳିଲାନି, ଗୁଳି ଖାଇଲେ ଭାରତୀୟ ଛାତ୍ର