ଈଶ୍ୱରଙ୍କ ବିଚିତ୍ର ଲୀଳା, ପୋତିବାକୁ ଯାଇଥିଲେ ନିଜ ମୃତ ଶିଶୁକୁ ମାଟି ତଳୁ ପାଇଲେ ଜୀବନ୍ତ କନ୍ୟା

ବରେଲି: କରି କରାଉଥାଏ ସେହି ତା ବିନୁ ଅନ୍ୟ ଗତି ନାହିଁ । କଥାରେ ଅଛି ଭଗବାନଙ୍କ ଲୀଳା କିଏ କେବେବି ଜାଣି ନାହାନ୍ତି କି ଜାଣିପାରିବେ ନାହିଁ । ଯାହା ଭାଗ୍ୟରେ ସେ ଯାହା ଲେଖିଥାନ୍ତି ସେୟା ହିଁ ହୋଇଥାଏ । ପିଲାଟିଏ ପାଇଁ ନାରୀ ଜୀବନର ଅକୁହା କଷ୍ଟକୁ ସହି ଆଉ ଏକ ନୂଆ ଜୀବନ ଦେଇଥାଏ । ଯେଉଁ କଷ୍ଟକୁ କେବଳ ସେହି ମା’ହିଁ ଅନୁଭବ କରିଥାଏ। କିଏ ଛୁଆଟିଏ ପାଇଁ ସମାଜର ବିଭିନ୍ନ ଟାହିଟାପରା ଶୁଣିଥାଏ ତ, କିଏ ଭଗବାନ ଦେଇଥିବା ଶିଶୁକୁ ଅଲୋଡା କରି କେଉଁଠି ପୋତିଦିଏ କିମ୍ବା ଫୋପାଡି ଦେଇଥାଏ । ଏସବୁ କହିବାର ଉଦ୍ଦେଶ୍ୟ ହେଲା ଉତ୍ତର ପ୍ରଦେଶର ବରେଲିରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଭଗବାନଙ୍କର କୌଣସି ଏକ ଅଲୌକିକତା ଠାରୁ କମ୍ ନୁହେଁ।

child1ଗତ ଗୁରୁବାର ଦିନ ଜଣେ ମହିଳା ପୋଲିସ୍ ସବ୍ଇନ୍ସପେକ୍ଟର ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଶିଶୁଟି ସମୟ ପୂର୍ବରୁ ଜନ୍ମ ହୋଇଥିବାରୁ ଜନ୍ମର ମାତ୍ର କେଇ ଘଣ୍ଟା ଭିତରେ ତାର ମୃତ୍ୟୁ ହୋଇଯାଇଥିଲା । ଏଥିରେ ସାରା ପରିବାର ଶୋକାରେ ଡୁବି ଯାଇଥିଲା । ଏହାପରେ ମହିଳା ସବ୍ଇନ୍ସପେକ୍ଟର ବୈଶାଳୀଙ୍କ ସ୍ବାମୀ ହିତେଶ କୁମାର ମୃତ ଶିଶୁଟିକୁ ଶ୍ମଶାନକୁ ନେଇଥିଲେ ପୋତିବା ପାଇଁ । ହେଲେ ମୃତ ପିଲାଟିକୁ ପୋତିବା ଲାଗି ଶ୍ମଶାନରେ ଗାତ ଖୋଳିବା ସମୟରେ ଏମିତି ଏକ ଘଟଣା ଘଟିଲା ଯାହାକୁ କେହି ବିଶ୍ୱାସ କରି ପାରିବେ ନାହିଁ ।

ଏହାସହ ପଢନ୍ତୁ:

କେରଳରେ ଭାଇରାଲ ହୋଇଥିବା ଭିଡିଓକୁ ନେଇ ଆସିଲା ଆଉ ଏକ ସତ! ଜାଣନ୍ତୁ କ’ଣ କହିଲେ ବନ କର୍ମଚାରୀ

ହିତେଶ ପ୍ରାୟ ୩ ଫୁଟର ଗାତ ଖୋଳିବା ପରେ ତାଙ୍କୁ ଏକ ମାଟି ପାତ୍ର ମିଳିଥିଲା । ପାତ୍ରଟିକୁ ବାହାରକୁ ବାହାର କରି ଦେଖିବା ବେଳକୁ ତା ଭିତରେ ଥିଲା ଏକ ଜୀବନ୍ତ ଶିଶୁ କନ୍ୟା । ଯାହାକୁ ଦେଖିବା ପରେ ହିତେଶ ହତବାକ୍‌ ହୋଇଗଲେ । ଆଶ୍ଚର୍ଯ୍ୟର କଥା ହେଉଛି ଶିଶୁଟି ଶ୍ୱାସପ୍ରଶ୍ୱାସ ଚାଲୁଥିଲା । ତେବେ ନିଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରୁଥିଲା । ତେଣୁ ହିତେଶ ତୁରନ୍ତ ତାକୁ ଡାକ୍ତରଖାନାକୁ ନେଇ ଯାଇଥିଲେ । ସେଠାରେ ଶିଶୁଟିକୁ ତୁଳା ସାହାଯ୍ୟରେ କ୍ଷୀର ପିଆଇବା ସହିତ ଚିକିତ୍ସା ଆରମ୍ଭ କରାଯାଇଥିଲା । ଏବେ ଏହି ଶିଶୁଟି ସୁସ୍ଥ ଥିବା ଜଣାପଡିଛି । ଅନ୍ୟପଟେ ଶିଶୁଟିର ଦାୟିତ୍ବ ଚଇନପୁର ବିଧାୟକ ନିଜେ ନେଇଛନ୍ତି ।
ତ୍ରେତୟା ଯୁଗରେ ଜନକ ରାଜା ହଳ କଲା ବେଳେ ମାଟି ତଳୁ ପାଇଥିଲେ ମାତା ସୀତାଙ୍କୁ । ଆଉ ଏବେ ହିତେଶଙ୍କୁ ମିଳିଛି ଏଇ କଳିଯୁଗର ସୀତା । ହୁଏତ କେହି ନିଜର ଅବୈଧ ସନ୍ତାନ କିମ୍ବା ନିଜର ପିଲାକୁ ମୃତ ଭାବି ଶ୍ମଶାନରେ ପୋତି ଦେଇଥିବା ପୋଲିସ୍‌ ଅନୁମାନ କରୁଛି । ତେବେ ହିତେଶଙ୍କ ମୃତ ସନ୍ତାନ ଜନ୍ମ ହେବା ଏବଂ ସେ ଖୋଳୁଥିବା ଜାଗାରୁ ଜୀବନ୍ତ ଶିଶୁଟି ମିଳିବା ଘଟଣାକୁ ଏକ ସଂଯୋଗ ନୁହେଁ ଅଲୌକିକ ବୋଲି କହୁଛନ୍ତି ସ୍ଥାନୀୟ ଲୋକେ ।