ସହରାଞ୍ଚଳ ଜଳାଶୟର ହେବ ନବୀକରଣ

ସହରାଞ୍ଚଳ ଜଳାଶୟର ହେବ ନବୀକରଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୌରାଞ୍ଚଳରେ ‘ଆମ ପୋଖରୀ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଅବ୍ୟବହୃତ କିମ୍ବା ପୋତିହୋଇ ଯାଇଥିବା ଜଳାଶୟ ଗୁଡିକର ପୁନରୁଦ୍ଧାର କରାଯିବ । ସ୍ୱଚ୍ଛ ଓ ନିର୍ମଳ କରାଯିବା ସହ ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟକରଣ କରାଯିବ ।

୧୧୫ଟି ପୌରାଞ୍ଚଳର ୨୦୦୦ଟି ବୃହତ ଜଳାଶୟର ନବୀକରଣ କରାଯିବ । ଜନସାଧାରଣଙ୍କ ଅବସର ବିନୋଦନ ପାଇଁ ସ୍ୱାସ୍ଥ୍ୟପ୍ରଦ ସର୍ବସାଧାରଣ ସ୍ଥାନର ବିକାଶ କରାଯିବ । ମିଶନ ଶକ୍ତିର ମହିଳା ଓ କଲେଜରୁ ପାସ୍‌ କରିଥିବା ଶିକ୍ଷିତ ଯୁବକ ଯୁବତୀମାନଙ୍କ ସହଭାଗିତାରେ ଏହା କରାଯିବ ।

ପ୍ରାକୃତିକ ଉପାୟରେ କମ୍‌ ଖର୍ଚ୍ଚରେ ଉନ୍ନତ ପରିବେଶ ସୃଷ୍ଟି କରାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ମା’ମାନେ ହେଉଛନ୍ତି ଟିମ ୱାର୍କର ମଡେଲ । ମିଶନ ଶକ୍ତିର ମା’ମାନେ ଭଲ କାମ କରୁଛନ୍ତି ।

‘ଆମ ପୋଖରୀ’ କାର୍ଯ୍ୟକ୍ରମକୁ ମଧ୍ୟ ଭଲ ଭାବରେ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଛନ୍ତି । ପାଇଲଟ୍‌ ପ୍ରୋଜେକ୍ଟର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରର ମହାନଗର ନିଗମର ଟିମ୍‌ ଗୁଡିକୁ ମଧ୍ୟ ସମ୍ବର୍ଦ୍ଧନା କରିଛନ୍ତି ।

You might also like