ଓମିକ୍ରନ ସଂକ୍ରମଣ ବଢିବା ପରେ ଫ୍ରାନ୍‌ସ ଓ ଅଷ୍ଟ୍ରିଆ ଯାତ୍ରା କଟକଣା କଡ଼ାକଡ଼ି,ନୂଆବର୍ଷର ଆତସବାଜୀ କାର୍ଯ୍ୟକ୍ରମକୁ ବାତିଲ

କେନ୍ୟୁଜ୍(ବ୍ୟୁରୋ):ବିଶ୍ୱରେ ଓମିକ୍ରନ ସଂକ୍ରମଣ ତୀବ୍ର ବେଗରେ ବ୍ୟାପିବା ପରେ ୟୁରୋପକୁ ଫେରିଲା କଟକଣା। ସଂକ୍ରମିତଙ୍କ ସଂଖ୍ୟା ବଢିବା ପରେ ଫ୍ରାନ୍‌ସ ଓ ଅଷ୍ଟ୍ରିଆ ଯାତ୍ରା କଟକଣା କଡ଼ାକଡ଼ି କରିଛନ୍ତି। ପ୍ୟାରିସରେ ନୂଆବର୍ଷର ଆତସବାଜୀ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଡେନ୍‌ମାର୍କରେ ଥିଏଟର୍ସ, କନ୍‌ସର୍ଟ ହଲ୍‌, ଆମୋଦ ପାର୍କ ଓ ମ୍ୟୁଜିୟମକୁ ବନ୍ଦ କରିଦିଆଯାଇଥି।

europe3

ଆୟରଲାଣ୍ଡରେ ପବ୍‌ ଓ ବାର୍‌ରେ ରାତି ୮ଟାରୁ କର୍ଫ୍ୟୁ ଜାରି କରାଯାଇଛି। ଇଣ୍ଡୋର ଏବଂ ଆଉଟଡୋର କାର୍ଯ୍ୟକ୍ରମରେ ସୀମିତ ସଂଖ୍ୟକ ଦର୍ଶକଙ୍କୁ ଅନୁମତି ପ୍ରଦାନ କରାଯାଇଛି। ନୂଆ ଭୁତାଣୁ ଠାରୁ ଜୀବନ ରକ୍ଷା ଓ ଲୋକଙ୍କୁ ସୁରକ୍ଷା ଦେବାକୁ କଟକଣା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି ଆୟରଲାଣ୍ଡ ପ୍ରଧାନମନ୍ତ୍ରୀ ମିଚେଲ ମାର୍ଟିନ।

 

Leave A Reply

Your email address will not be published.