ପରବର୍ତ୍ତୀ ସେନାମୁଖ୍ୟ ହେବେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହ୍ଵାନ: ନିଯୁକ୍ତି ଦେଲେ କେନ୍ଦ୍ର ସରକାର

କେନ୍ୟୁଜ୍(ବ୍ୟୁରୋ):ସେନାକୁ ମିଳିଲା ନୂଆ ସିଡିଏସ୍‌। ପରବର୍ତ୍ତୀ ସିଡିଏସ୍‌ ହେବେ ସେବାନିବୃତ୍ତ ଲେଫ୍ଟେନାଣ୍ଟ ଜେନେରାଲ ଅନୀଲ ଚୌହ୍ଵାନ। ଜେନେରାଲ୍‌ ବିପିନ ରାଓ୍ଵତଙ୍କ ଦେହାନ୍ତ ପରେ ଏହି ପଦବୀ ଖାଲିଥିଲା । ୯ ମାସ ପରେ ନୂଆ ସିଡିଏସ୍‌ ନିଯୁକ୍ତ ହୋଇଛନ୍ତି। ଚିଫ୍‌ ଅଫ ଡିଫେନ୍‌ସ ଷ୍ଟାଫ ସହ ଅନୀଲ ଚୌହ୍ଵାନ ସାମରିକ ବ୍ୟାପାର ବିଭାଗର ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବେ। ୪୦ ବର୍ଷରୁ ଅଧିକ ସେନାରେ କାର୍ଯ୍ୟ କରିଥିବା ଲେଫ୍ଟେନାଣ୍ଟ ଜେନେରାଲ ଅନୀଲ ଚୌହ୍ଵାନ ଜମ୍ମୁ-କଶ୍ମୀରୁ ଆରମ୍ଭ କରି ଉତ୍ତର ପୂର୍ବ ଭାରତରେ ଆତଙ୍କବାଦ ବିରୋଧୀ ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ୧୯୬୧ ମସିହାରେ ଜନ୍ମିତ ଅନୀଲ ଚୌହ୍ଵାନ ୧୯୮୧ରେ ଭାରତୀୟ ସେନାର ୧୧ ଗୋର୍ଖା ରାଇଫଲ୍‌ସରେ କମିଶନଡ୍‌ ହୋଇଥିଲେ।

ନର୍ଦନ କମାଣ୍ଡରେ ମେଜର ଜେନେରାଲ ର‍୍ୟାଙ୍କରେ ରହି ଗୁରୁତ୍ୱପୂର୍ଣ୍ଣ ବରମୁଲା ସେକ୍ଟରରେ ଏକ ଡିଭିଜନର କମାଣ୍ଡ ସମ୍ଭାଳିଥିଲେ। ଉତ୍ତର ପୂର୍ବରେ ମଧ୍ୟ ଏକ କୋର୍‌କୁ କମାଣ୍ଡ କରିଛନ୍ତି ଲେଫ୍ଟେନାଣ୍ଟ ଜେନେରାଲ ଅନୀଲ ଚୌହ୍ଵାନ। ୨୦୧୯ରେ ଇଷ୍ଟର୍ଣ୍ଣ କମାଣ୍ଡର ଜେନାରାଲ ଅଫିସର କମାଣ୍ଡିଂ ଇନ୍‌ ଚିଫ୍‌ ହୋଇଥିଲେ। ଏହି ପଦବୀରେ ଥାଇ ସେ ୨୦୨୧ରେ ସେବା ନିବୃତ ହୋଇଥିଲେ। ସେବାନିବୃତ ଲେଫ୍ଟେନାଣ୍ଟ ଜେନେରାଲ ଅନୀଲ ଚୌହ୍ଵାନ, ପରମ ବିଶିଷ୍ଟ ସେବା ମେଡାଲ, ଉତ୍ତମ ଯୁଦ୍ଧ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ, ସେନା ମେଡାଲ ଏବଂ ବିଶିଷ୍ଟ ସେବା ମେଡାଲରେ ସମ୍ମାନୀତ ହୋଇଛନ୍ତି।…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.