ଲୋମଟାଙ୍କୁରା ହତ୍ୟାକାଣ୍ଡ : ମା’ ଓ ଦୁଇ ଛୁଆଙ୍କୁ ଖଣ୍ଡ ଖଣ୍ଡ କରି କାଟି ଗରମ ପାଣିରେ ସିଝାଇଥିଲା, ପୁଣି କୁକୁରଙ୍କୁ ଖାଇବାକୁ ଦେଇଥିଲା ଅଭିଯୁକ୍ତ

ମହିଳା ଏବଂ ଦୁଇ ନିରୀହ ଛୁଆଙ୍କୁ ହତ୍ୟା ଘଟଣା ।  ହତ୍ୟା କରିଥିବା ଅଭିଯୁକ୍ତ ରାଜେଶ ଅତି ନିର୍ମମ ଭାବେ ସବୁ ସୀମା ପାର୍ କରିଦେଇଥିଲା । ତିନି ଜଣଙ୍କର ମୁଣ୍ଡ ଶରୀରରକୁ ଅଲଗା କରିବା ପରେ ଟିକ୍ ଟିକ୍ କରି କାଟି ଗ୍ୟାସରେ ଜଳାଇଥିଲା । ପ୍ରମାଣ ନଷ୍ଟ କରିବା ପାଇଁ ପାଖାପାଖି ଆଠ ମାସର ସବୁଠୁ କୁନି ଛୁଆକୁ ଛୋଟ ଛୋଟ ଖଣ୍ଡ କରି ତାହାକୁ ଗରମ ପାଣିରେ ସିଝାଇବା ସହିତ କୁକୁରକୁ ଖାଇବାକୁ ଦେଇଥିଲା । ସୋମବାର ପୋଲିସ୍ ର ପଚରାଉଚରା ସମୟରେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାଜେଶ ଏଭଳି ଜଘନ୍ୟ ହତ୍ୟାକାଣ୍ଡର ଖୁଲାସା କରିଥିଲା ।

ଦୁଇ ଦିନ ପର୍ଯ୍ୟନ୍ତ ପୋଲିସକୁ ମୃତକଙ୍କ ମୁଣ୍ଡ ମିଳିନଥିଲା । ଯାହାଫଳରେ ସୋମବାର ଉକ୍ତ ଅଞ୍ଚଳରେ ୧୫୦ ପୋଲିସ୍ କର୍ମଚାରୀ କମ୍ବିଙ୍ଗ ଅପରେସନ୍ ଆରମ୍ଭ କରିଥିଲେ ଏବଂ ଦୁଇ ଘଣ୍ଟା ଭିତରେ ଏକ ବୁଦା ଭିତରୁ ମହିଳା ଏବଂ ଦୁଇ ଛୁଆଙ୍କର ମୁଣ୍ଡ ପାଇବାରେ ସଫଳ ହୋଇଥିଲେ । ଯେଉଁଥିରେ ଖାଲି କଙ୍କାଳ ହିଁ ଥିଲା । ଏବେ ଏହାର ଡିଏନଏ ଟେଷ୍ଟ କରାଯିବ । ପୋଲିସ୍ ଅମରାବତୀ ଗାଁରେ ଥିବା ରାଜେଶର ଘରୁ ରକ୍ତ ଭିଜା ସାମଗ୍ରୀ ଏବଂ ପାତ୍ର ଜବତ କରିଥିଲା । କହିରଖୁଛୁ ଯେ, ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାଜେଶ କବାଡିକୁ ପୋଲିସ୍ ୨୮ଜୁନ୍ ରେ ଗିରଫ କରିଥିଲା । ୨୯ ଜୁନ୍ ଦିନ ତାକୁ କୋର୍ଟରେ ହାଜିର କରାଯିବାପରେ ତାକୁ ତିନି ଦିନ ପାଇଁ ରିମାଣ୍ଡରେ ନିଆଯାଇଥିଲା ।

ସୂଚନା ମୁତାବକ ୨୮ଡିସେମ୍ବର ୨୦୧୮ସକାଳେ ଭିବାନୀ ରୋହତକ ନ୍ୟାସନାଲ ହାଇୱେ ଖରକ ଗାଁ ନିକଟରେ ଏକ ପ୍ଳାଷ୍ଟିକ୍ ଡ୍ରମ୍ ଭିତରୁ ତିନୋଟି ଶବ ମିଳିଥିଲା । ଯାଞ୍ଚ ସମୟରେ ତିନି ଜଣଙ୍କର ମୁଣ୍ଡ ନଥିଲା । ପୋଲିସ୍ ଏହି ମାମଲାରେ ଜାଣିବାକୁ ପାଇଲା କି ମିଳିଥିବା ଶବ ଆସାମର ଜଣେ ମହିଳା ଏବଂ ତାଙ୍କର ଦୁଇ ଛୁଆଙ୍କର ଅଟେ । ଯାହାକୁ ୱାବଡି ଗେଟ୍ ନିକଟରେ ଥିବା ଏକ କବାଡି ଦୋକାନ ଚଲାଉଥିବା ରାଜେଶ ନିଜର ଦୁଇ ସାଥୀଙ୍କ ସହିତ ମିଶି ଏହି ହତ୍ୟାକାଣ୍ଡ ଘଟାଇଥିଲା । ପୋଲିସ୍ ପ୍ରଥମେ ରାଜେଶର ଦୁଇ ସାଥୀ ମଖନ୍ ଏବଂ ପୁନମ୍ ଫୌଜିକୁ ଗିରଫ କରିଥିଲା । ତିନି ଦିନ ପରେ ପୋଲିସ୍ ମୁଖ୍ୟ ଅଭିଯୁକ୍ତ ରାଜେଶକୁ ଗିରଫ କରିଥିଲା ଯିଏ ଦିଲ୍ଲୀରେ ଲୁଚି ରହିଥିଲା ।

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago