କୋଲକତା ଆରଜି କର ହସପିଟାଲରେ ଭଙ୍ଗାରୁଜା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ, ୯ ଗିରଫ

କୋଲକାତାର ଆରଜି କର ହସ୍ପିଟାଲରେ ରାତି ଅଧରେ ବ୍ୟାପକ ଭଙ୍ଗାରୁଜା ମାମଲାରେ ୯ ଜଣଙ୍କୁ ଗିରଫ କରିଛି ପୋଲିସ । ଗତ ରାତିରେ ଏମରଜେନ୍ସୀ ବିଭାଗରେ ଶତାଧିକ ଲୋକ ଧସେଇ ପଶି ଭଙ୍ଗାରୁଜା କରିଥିଲେ । ଏହି ମାମଲାରେ ପୋଲିସ ୯ ଜଣଙ୍କୁ ଗିରଫ କରିପାରିଛି । ଅନ୍ୟମାନଙ୍କୁ ଖୋଜୁଛି । ପାଖାପାଖି ୧୦୦ରୁ ୧୫୦ ଲୋକ ଇମର୍ଜେନ୍ସୀ ୱାର୍ଡକୁ ବି ଛାଡ଼ି ନଥିଲେ ଆକ୍ରମଣକାରୀ । ହସ୍ପିଟାଲର ଅନେକ କିଛି ଭାଙ୍ଗି ଦେଇଛନ୍ତି । ହସପିଟାଲରେ ଅନେକ ଦାମୀ ମେସିନ, ମେଡିସିନ, ଡାକ୍ତରଙ୍କ ଚାର୍ଜିଂ ରୁମ ଏବଂ ପୋଲିସ ବାରାକକୁ ଭାଙ୍ଗିଥିଲେ ।

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଚାଲିଥିବା ଆନ୍ଦୋଳନ ହଠାତ ରାତି ଅଧରେ ହିଂସାର ରୂପ ନେଇଥିଲା । ରାତି ପ୍ରାୟ ୧୨ଟା ୪୦ ମିନିଟ ସମୟରେ ପୋଲିସ ବ୍ୟାରିକେଡ୍ ଭାଙ୍ଗି ହସ୍ପିଟାଲ ଭିତରକୁ ଧସେଇ ପଶିଥିଲେ ଶତାଧିକ ଅଜ୍ଞାତ ଲୋକ । ଆରମ୍ଭ କରିଥିଲେ ଭଙ୍ଗା ରୁଜା ଓ ଫିଙ୍ଗା ଫୋପଡ଼ା । ସୋସିଆଲ ମିଡିଆରେ Reclaim the night ନାମରେ ଆରମ୍ଭ ହୋଇଥିବା କ୍ୟାମ୍ପେନ ଏହି ହିଂସା ପଛର କାରଣ ବୋଲି କୁହାଯାଉଛି । ରାତି ପ୍ରାୟ ୧୧ଟା ୫୫ ମିନିଟ ସମୟରେ ସୋସିଆଲ ମିଡିଆ ବିକ୍ଷୋଭକୁ ଇନ୍ଧନ ଦେଇଥିଲା । ରାତି ୧୨ଟା ୪୦ରେ ହସ୍ପିଟାଲରେ ପଶିଥିଲେ ଶତାଧିକ ଉତ୍ତ୍ୟକ୍ତ ଲୋକ ।

ହସ୍ପିଟାଲରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଭଙ୍ଗାରୁଜା ବେଳେ ପୋଲିସ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଟିୟର ଗ୍ୟାସ୍ ଓ ଲାଠି ମାଡ଼ କରିଥିଲା ପୋଲିସ । ପାଲଟା ଆକ୍ରମଣ କରିଥିଲେ ବିକ୍ଷୋଭକାରୀ । ଅନେକ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଏକାଧିକ ପୋଲିସ ଗାଡ଼ିକୁ ଭାଙ୍ଗି ଦେଇଛନ୍ତି ହିଂସ୍ର ବିକ୍ଷୋଭକାରୀ । କୋଲକାତା ପୋଲିସ କମିଶନର ଭିନିତ ଗୋୟଲ ରାତି ପ୍ରାୟ ୧ଟା ୨୦ ମିନିଟରେ ପହଞ୍ଚିଥିଲେ ଆରଜି କର ହସ୍ପିଟାଲରେ ପହଞ୍ଚିଥିଲେ। ଗୁଜବ ସୃଷ୍ଟି ନକରିବାକୁ ସେ ସେ ନିବେଦନ କରିଛନ୍ତି । ପ୍ରତିଟି ଅଭିଯୋଗର ଯାଞ୍ଚ ହେଉଛି । ସମସ୍ତଙ୍କୁ ଜଣ ଜଣ କରି ପଚରାଯାଉଛି ବୋଲି କହିଛନ୍ତି ପୋଲିସ କମିଶନର ।

ଅଗଷ୍ଟ ୯ରେ ଆରଜି କର ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହାର ପ୍ରତିବାଦରେ ସାରା ଦେଶରେ ଆନ୍ଦୋଳନ ଚାଲିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.