ଦେଶ ବିଦେଶ

ମା’ ପେଟରେ ଛୁଆର ମୁଣ୍ଡ କାଟିଦେଲେ ଡାକ୍ତରଖାନା କର୍ମଚାରୀ, ମୁଣ୍ଡ ଗଣ୍ଡି ଅଲଗା କରି ପେଟ କରିଦେଲେ ସିଲେଇ

ଡାକ୍ତରଙ୍କୁ ଭଗବାନ ମାନି ରୋଗୀଟିଏ ଡାକ୍ତରଖାନାକୁ ଯାଇଥାଏ। କିନ୍ତୁ ଏହି ଡାକ୍ତର ଯେତେବେଳେ ଯମ ସାଜେ, ତେବେ କିଏ ବା କ’ଣ କରିପାରିବ। ଏମିତି ଏକ ଘଟଣା ପାକିସ୍ତାରେ ଦେଖିବାକୁ ମିଳିଛି, ଯାହା ବିଷୟରେ ଜାଣିଲେ ହୁଏତ ଆପଣଙ୍କ ମୁଣ୍ଡ କାମ କରିବ ନାହିଁ।

ପାକିସ୍ତାନର ସିନ୍ଧ ପ୍ରଦେଶର ଏକ ଗ୍ରାମୀଣ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ଏକ ନବଜାତ ଶିଶୁର ମୁଣ୍ଡକାଟି ମା’ ଗର୍ଭରେ ଛାଡିଦେଇଛନ୍ତି। ୩୨ ବର୍ଷୀୟ ହିନ୍ଦୁ ମହିଳାଙ୍କ ଜୀବନ ଏବେ ବିପଦରେ। ଥାପରକର ଜିଲ୍ଲାର ଦୂରଦୂରାନ୍ତ ଗାଁରୁ ଆସିଥିବା ମହିଳା ଜଣକ ଗର୍ଭଯନ୍ତ୍ରଣାକୁ ଯୋଗୁଁ ଗ୍ରାମୀଣ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଏଠାରେ କୌଣସି ପ୍ରସୂତି ଡାକ୍ତର ନ ଥାଇ ସୁଦ୍ଧା ଅନଭିଜ୍ଞ କର୍ମଚାରୀ ମାନେ ମହିଳାଙ୍କର ଅସ୍ତ୍ରୋପଚାର କରିଥିଲେ।

ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ଗର୍ଭବତୀ ମହିଳାଙ୍କ ପେଟରେ ଅପରେସନ କରିବା ସମୟରେ ନବଜାତକ ଶିଶୁର ମୁଣ୍ଡକୁ କାଟି ଦେଇ ପେଟ ଭିତରେ ଛାଡିଦେଇଥିବା ଖବର ମିଳିଛି। ଯାହା ପାଇଁ ମହିଳାଙ୍କ ଜୀବନକୁ ବିପଦରେ ପକାଇଥିଲା।

ଏହାପରେ ମହିଳାଙ୍କୁ ତୁରନ୍ତ ମିଥିସ୍ଥିତି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ କୌଣସି ସୁବିଧା ନଥିବାରୁ ଶେଷକରେ ତାଙ୍କୁ ଅନ୍ୟ ଏକ ହସପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ନବଜାତ ଶିଶୁର ଅବଶିଷ୍ଟ ଶରୀରକୁ ମାତୃଗର୍ଭରୁ ବାହାର କରିଛନ୍ତି। ଫଳରେ ମହିଳାଙ୍କ ଜୀବନ ବଞ୍ଚିଯାଇଛି।

ଏଭଳି ଘଟଣାକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ଜୁମାନ ବୋହାତ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏକ କମିଟି ଗଠନ କରିଛନ୍ତି। ଯେଉଁଥିରେ କୁହାଯାଇଛି କି, କିଭଳି ପ୍ରସୂତି ଡାକ୍ତର ନଥାଇ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ଏପରି କାଣ୍ଡ କରିଛନ୍ତି।

Swagatika

Recent Posts

ଆଜିର ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ନିଜକୁ ଶକ୍ତିବାନ୍‌ ଅନୁଭବ କରିବେ । ପାରିବାରିକ ସୁଖ, ଶାନ୍ତି ରହିବ । ସମ୍ପତ୍ତି ବିବାଦରେ ବିଜୟ…

3 hours ago

ନିଜ ସ୍ଥାନ ବଜାୟ ରଖିଛନ୍ତି ତିନି ମନ୍ତ୍ରୀ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): ମୋଦି ସରକାରର ନିଜ ସ୍ଥାନ ବଜାୟ ରଖିଛନ୍ତି ଓଡ଼ିଶାର ତିନି ମନ୍ତ୍ରୀ । ଅପରିବର୍ତ୍ତିତ ରହିଛି ଧର୍ମେନ୍ଦ୍ର ପ୍ରଧାନ,…

6 hours ago

କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅବଦାନ ଅତୁଳନୀୟ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି । କେଵଳ କନ୍ଧମାଳ କାହିଁକି ଭୁବନେଶ୍ୱରର ମର୍ଯ୍ୟାଦା…

6 hours ago

ଚୋରା ଚାଲାଣ ବେଳେ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇ ମାଫିଆ ଗିରଫ

ଲମତାପୁଟ: ମାଛକୁଣ୍ଡ ପୋଲିସର ବଡ଼ ସଫଳତା । ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ ।…

6 hours ago

ପାରିବାରିକ ବିବାଦ ନେଲା ଉଗ୍ରରୂପ, ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ

ବାସୁଦେବପୁର: ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ । ଘରେ ଲଗାଇଦେଲେ ନିଆଁ । ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ…

7 hours ago

ମୋଦିଙ୍କ ୩-୦ କ୍ୟାବିନେଟରେ କାହାକୁ ମିଳିଲା କେଉଁ ବିଭାଗ

ନୂଆଦିଲ୍ଲୀ: ମୋଦିଙ୍କ ତୃତୀୟ ଇନିଂସରେ ମନ୍ତ୍ରୀମାନେ ଶପଥ ନେବା ପରେ ଆଜି ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି । ଆସନ୍ତୁ…

7 hours ago