ଚୀନର ବିସ୍ତାରବାଦୀ ନୀତିକୁ ନେଇ ଚିନ୍ତାରେ ଅଷ୍ଟ୍ରେଲିଆ, କହିଲା ଭାରତକୁ ଦେବ ସମର୍ଥନ

ଅଷ୍ଟ୍ରେଲିଆ ଉପପ୍ରଧାନମନ୍ତ୍ରୀ ତଥା ରକ୍ଷାମନ୍ତ୍ରୀ ରିଚାର୍ଡ ମର୍ଲିସ ଚିନର ବିସ୍ତାରବାଦୀ ନୀତି ଉପରେ ଚିନ୍ତା ପ୍ରକଟ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତିକି ଚିନ ଭାରତ ସମେତ ଅଷ୍ଟ୍ରେଲିଆ ପାଇଁ ସୁରକ୍ଷା ଦୃଷ୍ଟିରୁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଚୀନର ବିସ୍ତାରବାଦୀ ନୀତି ପଡୋଶୀ ଦେଶ ପାଇଁ ବିପଦ ପାଲଟି ଗଲାଣି । ସେ ଏହା ମଧ୍ୟ କହିଛନ୍ତିକି ଚୀନ ଏବେ ବିଶ୍ୱକୁ ଯେଉଁ ଆକାରରେ ଦେଖିବାକୁ ଚାହୁଁଛି ସେମିତି ଦୃଶ୍ୟ ପୂର୍ବରୁ କେବେ ଦେଖାଯାଇନଥିଲା । ଚାରି ଦିନର ଯାତ୍ରାରେ ଭାରତ ଆସିଥିବା ଅଷ୍ଟ୍ରେଲିଆର ଉପ ପ୍ରଧାନମନ୍ତ୍ରୀ କହିଛନ୍ତିକି ଚୀନକୁ ନେଇ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଚିନ୍ତାରେ ଅଛନ୍ତି । ରିଚାର୍ଡ ମର୍ଲିସ ଗଲଵାନ ଘାଟିରେ ଭାରତୀୟ ସେନା ଉପରେ ଚିନ ସେନାର ଆକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏହା ସହ ଆଶ୍ୱାସନା ଦେଇଛନ୍ତିକି ଲଦାଖର ପୂର୍ବବର୍ତ୍ତୀ ଅଂଚଳରେ ଚୀନ ସହ ଜାରି ରହିଥିବା ସୀମା ବିବାଦରେ ଅଷ୍ଟ୍ରେଲିଆ ଭାରତ ସହିତ ଛିଡା ହୋଇଛି ।

ଅଷ୍ଟ୍ରେଲିଆ ଉପ-ପ୍ରଧାନମନ୍ତ୍ରୀ ପତ୍ରକାର ମାନଙ୍କ ସହିତ ଆଲୋଚନା ସମୟରେ ଚୀନ ଓ ରୁଷ ମଧ୍ୟରେ ରକ୍ଷା ତଥା ସୁରକ୍ଷାକୁ ନେଇ ବଢିଚାଲିଥିବା ଦ୍ବନ୍ଦ୍ବ ଉପରେ ଚିନ୍ତା ପ୍ରକଟ କରିଛନ୍ତି । ଏହା ମଧ୍ୟ କହିଛନ୍ତିକି ଏହା ଦ୍ୱାରା କ୍ଷେତ୍ର ଉପରେ ପ୍ରଭାବ ପଡିପାରେ । କହିରଖିବା ଉଚିତ ହେବକି ମର୍ଲିସ ଅଷ୍ଟ୍ରେଲିଆର ରକ୍ଷାମନ୍ତ୍ରୀ ଦାୟିତ୍ୱରେ ବି ଅଛନ୍ତି । ସେ ଏହା ମଧ୍ୟ କହିଛନ୍ତିକି ନୂଆ ଦିଲ୍ଲୀ ଓ କାନବେରା ନିଜ ରକ୍ଷା ତଥା ସୁରକ୍ଷାକୁ ନେଇ ଏକଜୁଟ ହୋଇଛନ୍ତି । କାରଣ ଅଷ୍ଟେଲିଆ ଓ ଭାରତର ଚିନ୍ତାଧାରା ପ୍ରାୟ ସମାନ । ଅଷ୍ଟେଲିଆ ଉପ ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତିକି ଚିନ କେବଳ ଅଷ୍ଟ୍ରେଲିଆ ନୁହେଁ ଭାରତ ପାଇଁ ବ୍ୟବସାୟ କ୍ଷେତ୍ରରେ ସବୁଠୁ ବଡ ସହଯୋଗୀ । ଖାଲି ଆମ ପାଇଁ ନୁହେଁ ଭାରତ ପାଇଁ ବି ସୁରକ୍ଷା ନେଇ ଚିନ୍ତା ବଢ଼ାଇଛି ।

ମର୍ଲିସ ଏହା ମଧ୍ୟ କହିଛନ୍ତିକି ଅଷ୍ଟେଲିଆ କେବଳ ଆର୍ଥିକ ନୁହେଁ ରକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ବନ୍ଧକୁ ନେଇ କାମ ଜାରି ରଖିଛି । ଯାହାଦ୍ୱାରା ଦେଶ ଦେଶ ମଧ୍ୟରେ ରକ୍ଷା ଓ ସୁରକ୍ଷା ସ୍ଥିତି ଅଧିକ ମଜବୁତ କରିହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.