ରାଗିଗଲେ ରିଙ୍କୁ ସିଂଙ୍କ ଭାବିପତ୍ନୀ ପ୍ରିୟା ସରୋଜ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅପିଲ୍

ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ରିଙ୍କୁ ସିଂଙ୍କ ଭାବିପତ୍ନୀ ତଥା ସମାଜବାଦୀ ପାର୍ଟିର ସାଂସଦ ପ୍ରିୟା ସରୋଜ ରାଗିଗଲେ । ଅଯୋଧ୍ୟା ହନୁମାନଗଢୀର ମହନ୍ତ ରାଜୁ ଦାସଙ୍କ ଉପରେ ଭଡ଼କିଛନ୍ତି । ମହନ୍ତ ରାଜୁ ଦାସ ମୁଲାୟମ ସିଂ ଯାଦବଙ୍କ ପ୍ରତିମାକୁ ନେଇ ଅପମାନସୂଚକ ଟିପ୍ପଣୀ ଦେଇଥିଲେ ।
ଖବର ମୁତାବକ, ଉତ୍ତର ପ୍ରଦେଶ ମଛଲିସହରରେ ସାଂସଦ ପ୍ରିୟା ସରୋଜ ଅଯୋଧ୍ୟାର ହନୁମାନଗଢୀର ମହନ୍ତ ରାଜୁ ଦାସଙ୍କ ଉପରେ ରାଗିଛନ୍ତି । ମହନ୍ତ ରାଜୁ ଦାସ ମୁଲାୟମ ସିଂ ଯାଦବଙ୍କ ପ୍ରତିମାରେ ଅପମାନସୂଚକ ଟିପ୍ପଣୀ ଦେଇଥିଲେ । ଯାହା ପରେ ପ୍ରିୟା ସରୋଜ ରାଗିଯାଇଥିଲେ । ସେ ମହନ୍ତ ରାଜୁ ଦାସଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ ।
ପ୍ରିୟା ସରୋଜ ମହନ୍ତ ରାଜୁ ଦାସଙ୍କ ଟିପ୍ପଣୀ ଦେଇଥିବା ପୋଷ୍ଟର ସ୍କ୍ରିନସର୍ଟ ନେଇ ସେୟାର କରି ନିଜ ଇନଷ୍ଟା ଆକାଉଣ୍ଟରେ ଲେଖିଛନ୍ତି, ୟେ ବାବା ? ଏଭଳି କଦର୍ଯ୍ୟ ଭାଷାର ପ୍ରୟୋଗ କରିଥିବା କେବଳ ଜଣେ ବାବା ହିଁ ହୋଇପାରିବ ? ଏପର୍ଯ୍ୟନ୍ତ ଜେଲ୍ କ’ଣ ପାଇଁ ଯାଇନାହାନ୍ତି । ସେ ଉତ୍ତରପ୍ରଦେଶ ପୋଲିସକୁ ଟାଗ୍ କରି ଲେଖିଛନ୍ତି କି, ଶ୍ରଧେୟ ନେତାଙ୍କ ଉପରେ ଭୁଲ୍ ଟିପ୍ପଣୀ ଦେଇଥିବା ଲୋକ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଉଚିତ ।
ये बाबा है? इतनी घटिया भाषा का प्रयोग करने वाला बाबा होसकता है ? अभी तक ये जेल क्यों नहीं गया ।@Uppolice इस व्यक्ति के ऊपर श्रद्धेय नेता जी
के ऊपर गलत टिप्पणी करने के लिए जल्द से जल्द करवाई करे। pic.twitter.com/wAzf1Mv83X— Priya Saroj (@PriyaSarojMP) January 21, 2025
ସୂଚନାଯୋଗ୍ୟ, ଖୁବଶୀଘ୍ର ପ୍ରିୟା ସରୋଜ ଏବଂ ରିଙ୍କୁ ସିଂଙ୍କ ବିବାହ ହେବ । ଦୁଇ ପରିବାର ଦୁହିଁଙ୍କ ସଂପର୍କକୁ ଗ୍ରହଣ କରିସାରିଛନ୍ତି । ପ୍ରିୟା ସରୋଜଙ୍କ ବାପା ଏହା ଘୋଷଣା କରିଛନ୍ତି । ଖୁବଶୀଘ୍ର ନିର୍ବନ୍ଧ ହେବ ଏହା ପରେ ବିବାହ ହେବ ।
୨୬ ବର୍ଷୀୟା ପ୍ରିୟା ସରୋଜ ୨୦୨୪ ଲୋକସଭା ନିର୍ବାଚନରେ ମଛଲିସହର ଆସନରୁ ସମାଜବାଦୀ ପାର୍ଟି ଟିକେଟରେ ଲଢ଼ି ବିଜୟ ହାସଲ କରିଥିଲେ । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୩୫୮୫୦ ଭୋଟରେ ପରାସ୍ତ କରିଥିଲେ । ୧୯୯୮ ନଭେମ୍ବର ୨୩ରେ ଜନ୍ମିତ ପ୍ରିୟା ଦିଲ୍ଲୀସ୍ଥିତ ଏୟାରଫୋର୍ସ ଗୋଲ୍ଡେନ ଜୁବଲି ଇନଷ୍ଟିଚ୍ୟୁଟରୁ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ କରିବା ପରେ ନୋଏଡାରେ ଏଲଏଲବି ଡିଗ୍ରୀ ହାସଲ କରିଥିଲେ । ପ୍ରିୟାଙ୍କ ବାପା ତୁଫାନୀ ସରୋଜ ମଧ୍ୟ ୩ ଥର ଲୋକସଭା ସାଂସଦ ରହିସାରିଛନ୍ତି । ବର୍ତ୍ତମାନ ସେ କେରାକତ ଆସନରୁ ବିଧାୟକ ଅଛନ୍ତି ।
Also Read : ନିର୍ବନ୍ଧ କଲେ କି ଷ୍ଟାର୍ କ୍ରିକେଟର ରିଙ୍କୁ ସିଂ…, ସାଂସଦ ପ୍ରିୟା ସରୋଜଙ୍କୁ ହେବେ ବାହା !