ଆଜିଠୁ ବ୍ରିଟେନରେ ରାଜ କରିବେ ଭାରତୀୟ ବଂଶୋଦ୍ଭବ, ଜ୍ବାଇଁଙ୍କୁ ଶୁଭେଚ୍ଛା ଜଣାଇଲେ ଶ୍ବଶୁର

ନୂଆଦିଲ୍ଲୀ : ବ୍ରିଟେନରେ ଆଜିଠୁ ସୁନକ ରାଜ । ଆଜି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ନେଲେ ରିଷି ସୁନକ । ତାପୂର୍ବରୁ ବ୍ରିଟେନ୍‌ର କିଙ୍ଗ ଚାର୍ଲ୍ସଙ୍କୁ ଭେଟିଛନ୍ତି । ତାପରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ରିଷି ସୁନକ । ପ୍ରଥମ ଥର ଜଣେ ଭାରତୀୟ ବଂଶୋଦ୍ଭବ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହାସହ ବ୍ରିଟେନର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ହେବେ ରିଷି ସୁନକ । ଏବେ ତାଙ୍କୁ ୪୨ ବର୍ଷ ବୟସ ହୋଇଛି । ଲିଜ୍‌ ଟ୍ରସଙ୍କ ଇସ୍ତଫା ପରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରେସ୍‌ରେ ବାଜି ମାରିଥିଲେ ରିଷି ।

ଇନ୍‌ଫୋସିସ୍‌ ପ୍ରତିଷ୍ଠାତା ଏନ୍‌ଆର ନାରାୟଣମୂର୍ତ୍ତିଙ୍କ ଜ୍ୱାଇଁ ହେଉଛନ୍ତି ରିଷି ସୁନକ । ରିଷିଙ୍କ ସଫଳତାରେ ଶୁଭେଚ୍ଛା ଜଣାଇଛନ୍ତି ତାଙ୍କ ଶ୍ୱଶୁର ନାରାୟଣମୂର୍ତ୍ତି । ସେ କହିଛନ୍ତି, ରିଷିଙ୍କୁ ନେଇ ଗର୍ବିତ । ବ୍ରିଟେନର ଲୋକଙ୍କ ପାଇଁ ସେ ଭଲ କାମ କରିବେ । ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଆଗରେ ରହିଛି ଅନେକ ଚ୍ୟାଲେଞ୍ଜ । ଅର୍ଥନୈତିକ ସଙ୍କଟ ସହିତ ଜୁୁଝି ହେଉଛି ବ୍ରିଟେନ । କମ୍‌ ଟିକସ ଧାର୍ଯ୍ୟ କରିବା ସହ ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବା ପ୍ରମୁଖ ଚ୍ୟାଲେଞ୍ଜ ରହିବ । ବ୍ରିଟେନରେ ବେରୋଜଗାରୀ ସମସ୍ୟା ବଢିଛି । ଗରିବୀ ଦୂର କରିବା ସହ ଲୋକଙ୍କୁ ରୋଜଗାର ଦେବା ଆଉ ଏକ ଚ୍ୟାଲେଞ୍ଜ । ଦରଦାମ ହ୍ରାସ, ବିଜୁଳି ସଙ୍କଟର ମୁକାବିଲା କରିବାକୁ ରିଷିଙ୍କୁ ପଦକ୍ଷେପ ନେବାକୁ ପଡିବ । ଏସବୁ ସଙ୍କଟରୁ ଦେଶକୁ ରିଷି ସୁନକ ମୁକୁଳାଇ ପାରିବେ ବୋଲି ଦେଶବାସୀଙ୍କର ଆଶା ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.