ଜନତାଙ୍କ ହୃଦୟ ଜିତିନେଲେ ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା, ଗୁଜରାଟ ଜାମନଗର ସିଟ୍‌ରୁ ହେଲେ ବିଜୟୀ

ଗୁଜରାଟର ଜାମନଗର ନର୍ଥ ସିଟରୁ ନିର୍ବାଚନ ଲଢିଥିବା ଭାରତୀୟ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ଜାଡେଜା ନିର୍ବାଚନ ଜିତିଛନ୍ତି । ବିଜେପି ପକ୍ଷରୁ ନିର୍ବାଚନ ଲଢିଥିଲେ ରିବାବା । ତାଙ୍କ ବିପକ୍ଷରେ କଂଗ୍ରେସରୁ ନଣନ୍ଦ ନୈନା ପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚନ ଲଢିଥିଲେ ।

ତେବେ ନିର୍ବାଚନ ଦିନ ରିବାବା ବହୁତ ସୃଜନଶୀଳ ଅନ୍ଦାଜରେ ନଜର ଆସିଥିଲେ ।ଜାମନଗର ଜନତାଙ୍କ ଉପରେ ଭରସା ରଖିଛନ୍ତି ବୋଲି ମଧ୍ୟ କହିଥିଲେ । ରିବାବ ପ୍ରଥମ ଥର ପାଇଁ ନିର୍ବାଚନ ଲଢିଥିଲେ। ତାଙ୍କ ପ୍ରଚାର ମଧ୍ୟ ବେଶ୍‌ ଭଲ ରହିଥିଲା। ରିବାବା ପାଇଁ ନିର୍ବାଚନ ବହୁତ ଚ୍ୟାଲେଞ୍ଜିଂ ରହିଥିଲା। ରିବାବା ଶଶ୍ୱର ଏବଂ ନଣନ୍ଦଙ୍କ ବିରୋଧରେ ଯାଇ ଭୋଟ ମାଗିଥିଲେ ।

ଗତବର୍ଷ ବିଜେପିରେ ଯୋଗ ଦେଇଥିଲେ ରିବାବା। ଏହା ପୂର୍ବରୁ କରଣୀ ସେନା ସହିତ ଜଡିତ ହୋଇ ସାମାଜିକ ସଂଗଠନ ସହିତ ଜଡିତ ଥିଲେ । ରବିନ୍ଦ୍ର ଜାଡେଜା ପତ୍ନୀଙ୍କୁ ବହୁତ ସମର୍ଥନ କରନ୍ତି। ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ପତ୍ନୀଙ୍କ ସାଥ ଦେଇଥିଲେ ଜାଡେଜା ।

୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ଜାଡେଜାଙ୍କ ପତ୍ନୀ ରିବାବା ବିଜେପିରେ ସାମିଲ ହୋଇଥିଲେ । କିଛି ସମୟ ପରେ ତାଙ୍କ ଭଉଣୀ ନୈନା ଜାଡେଜା କଂଗ୍ରେସରେ ସାମିଲ ଦେଇଥିଲେ । ଦଳ ତାଙ୍କୁ ଜିଲ୍ଲା ସଭାପତି କରିଥିଲା । ରିବାବା ଗୁଜରାଟର ରାଜକୋଟର। ମେକାନିକାଲ୍ ଇଞ୍ଜିନିୟରିଂ ପଢିବା ପରେ ସେ ଦୀର୍ଘ ଦିନ ଧରି ସାମାଜିକ କାର୍ଯ୍ୟରେ ଜଡିତ ଥିଲେ ।

୨୦୧୬ ମସିହାରେ ସେ ରବୀନ୍ଦ୍ର ଜାଡେଜାଙ୍କୁ ବିବାହ କରିଥିଲେ । ବିଜେପିରେ ଯୋଗଦେବା ପୂର୍ବରୁ ରିବାବା ରାଜପୁତ ସମ୍ପ୍ରଦାୟର ଏକ ସଂଗଠନ କରଣୀ ସେନାର ସଦସ୍ୟ ଥିଲେ । ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ ରିବାବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.