ବିଗିଡ଼ିଲା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା, ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର ହେଲେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯିବା ପରେ ଏମ୍‌ସ୍‌ ସ୍ଥାନାନ୍ତର ହୋଇଛି । ଏୟାର ଆମ୍ବୁଲାନ୍ସରେ ତାଙ୍କୁ ଏମ୍‌ସ ସ୍ଥାନାନ୍ତର କରାଯାଇଛି । ସେ ରାଞ୍ଜି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଦୀର୍ଘ ଦିନ ଧରି ଅସୁସ୍ଥ ଅଛନ୍ତି ଲାଲୁ ।

ପୂର୍ବରୁ ତାଙ୍କ ହାର୍ଟ ସର୍ଜରୀ ହୋଇଥିବା ବେଳେ ତାଙ୍କ କିଡ୍‌ନୀ ୨୫ ପ୍ରତିଶତ କାର୍ଯ୍ୟକ୍ଷମ ଅଛି । ଏବେ ତାଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇଛି । ଗତ ୩ ଦିନ ହେବ ସେ ଠିକ୍‌ ଭାବେ ଶ୍ୱାସ ପ୍ରଶ୍ୱାସ ନେଇ ପାରୁ ନଥିଲେ । ଅଧିକ ଚିକିତ୍ସା ପାଇଁ ଲାଲୁ ଏମ୍‌ସ ଯାଇପାରିବେ ବୋଲି ଜେଲ୍‌ ଡାକ୍ତରୀ ବୋର୍ଡ ଅନୁମତି ଦେଇଥିଲା । ଶୁକ୍ରବାର ପତ୍ନୀ ରାବ୍ରିଦେବୀ, ଦୁଇ ପୁଅ ତେଜସ୍ୱୀ ଓ ତେଜପ୍ରତାପ ଲାଲୁଙ୍କୁ ଭେଟିଥିଲେ । ଗୋଖାଦ୍ୟ ଦୁର୍ନୀତି ମାମଲାରେ ଏବେ ସଜା କାଟୁଛନ୍ତି ଲାଲୁ ପ୍ରସାଦ ଯାଦବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.