ମହାରାଷ୍ଟ୍ର ନାଗପୁରର ଭିବାପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇ ୪ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୨୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ଟ୍ରାଭେଲ ବସ୍ ଏବଂ ଟ୍ରକ ମଧ୍ୟରେ ଭୟଙ୍କର ଧକ୍କା ହେବା ଯୋଗୁଁ ଅନେକ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଟ୍ରକ ବସକୁ ଧକ୍କା ଦେବାରୁ ରାସ୍ତା କଡରେ ଥିବା ରେଷ୍ଟୁରାଣ୍ଟ ପାଖରେ ଧକ୍କା ହୋଇଥିଲା । ଭୟଙ୍କର ଦୁର୍ଘଟଣା ବସ୍ର ସଂପୂର୍ଣ୍ଣ ଭାଗ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣା ହୋଇ ୪ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୨୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ଭିତରୁ କିଛିଙ୍କ ଅବସ୍ଥା ଗୁରୁତର ରହିଛି । ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି କି, ଟ୍ରକ ଚାଳକଙ୍କ ଅମାନିଆ ଗାଡି ଚାଳନା ଏବଂ ଦ୍ରୁତ ଗତି ଯୋଗୁଁ ଏଭଳି ଘଟିଛି ।
ଦୁର୍ଘଟଣାରେ ବସଟି ସଂପୂର୍ଣ୍ଣ ଭାବେ ଓଲଟି ପଡିଛି । ଜେସିବି ଡାକି ବସ୍କୁ ଓଲଟାଯାଇଛି । ପୋଲିସ ଏହି ମାମଲାର ଯାଞ୍ଚ କରୁଛି । ମୃତକଙ୍କ ପରିଚୟ ଖୋଜାଚାଲିଛି ।
ସୂଚନାଯୋଗ୍ୟ, ଗତ ତିନି ଦିନ ତଳେ ମୁମ୍ବାଇରେ ନିଶାସକ୍ତ ଅବସ୍ଥାରେ ଜଣେ ବସ୍ ଡ୍ରାଇଭର ଭାରସାମ୍ୟ ହରାଇ ୯ ଜଣଙ୍କ ଉପରେ ମାଡିଯାଇଥିଲା । ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ରୁଟ ୬୬ରେ ଏହି ଇଲେକ୍ଟ୍ରି ଚାଳିତ ବସଟି ସାୟାନରୁ ରାଣୀ ଲଷ୍ମୀବାଇ ଛକରୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ହୋଇଥିଲା । ଜଣେ ବ୍ୟକ୍ତି ନିଶାଶକ୍ତ ଅବସ୍ଥାରେ ବସରେ ଚଢଥିିଲେ । ବସଟି ଲାଲବାଗ ଛକ ଗଣେଶ ଟକିଜ୍ରେ ପହଞ୍ଚିବା ପରେ ସେହି ବ୍ୟକ୍ତି ଜଣକ ଡ୍ରାଇଭରଙ୍କ ସହ ହଠାତ ଝଗଡା ସୃଷ୍ଟି କରିଥିଲେ । ଏହାପରେ ଡ୍ରାଇଭରଙ୍କ ଠାରୁ ବସର ଷ୍ଟିୟରିଙ୍ଗକୁ ଛଡାଇ ନେଇଥିଲେ ସେହି ବ୍ୟକ୍ତି ଜଣକ । ଫଳରେ ବସଟି ନିୟନ୍ତ୍ରଣ ହରାଇ ବସିଥିଲା । ଶେଷରେ ରନୱେ ଉପରକୁ ମାଡି ଯାଇଥିଲା ।