ହଠାତ୍ ରାସ୍ତା ଧସି ଖସିଲା କାର୍-ଅଟୋ : ବିଜେପି କହିଲା କେଜରିୱାଲ ଦିଲ୍ଲୀକୁ ପଠାଇଲା ୨୦ ବର୍ଷ ପୂର୍ବକୁ

ନୂଆଦିଲ୍ଲୀ : ବାବରପୁର ଅଞ୍ଚଳର ମୋଜପୁର ମେଟ୍ରୋ ଷ୍ଟେସନ ତଳ ରାସ୍ତାରେ ସିବର ପାଇପ୍ ଲାଇନ୍ ଫାଟିବାରୁ ହଠାତ୍ ରାସ୍ତା ତଳକୁ ଧସିଯାଇଥିଲା। ଏହି ଘଟଣା କାଲି ବିଳମ୍ବିତ ସନ୍ଧ୍ୟାରେ ଘଟିଥିଲା। ରାସ୍ତା ଧସିବାରୁ ସେଠାରେ ୧୫ ଢ ୩୦ ଫୁଟର ଏକ ଗାତ ତିଆରି ହୋଇଯାଇଛି। ଘଟଣା ଏତେ ତୀବ୍ର ରହିଥିଲା କି, ରାସ୍ତାରେ ଯାଉଥିବା କାର ଏବଂ ଅଟୋ ମଧ୍ୟ ଗାତ ମଧ୍ୟକୁ ଧସିଯାଇଥିଲା। ଏହା ଘଟଣା ପରେ ଏବେ ବଡ଼ ଅସୁବିଧାରେ ଫସିଯାଇଛି କେଜରିୱାଲ ସରକାର। ଘଟଣା ପାଇଁ ବିଜେପି ସରକାର ସିଧାସଳଖ କେଜରିୱାଲ ସରକାରଙ୍କୁ ଦୋଷୀ କହିଛି।

ବିଜେପି ଦିଲ୍ଲୀର ମୁଖ୍ୟଳୟରୁ କରାଯାଇଥିବା ଟ୍ବିଟରେ ଲେଖାଯାଇଛି, ଏହା ଦେଶର ରାଜଧାନୀର ଫଟୋ। ନିଜର ନକାରତ୍ମ ରାଜନୈତି ପାଇଁ ମୁଖ୍ୟମନ୍ତ୍ରୀ କେଜରିୱାଲ ଦିଲ୍ଲୀର ବିକାଶକୁ ୨୦ବର୍ଷ ପଛକୁ ନେଇଯାଇଛନ୍ତି।

ଘଟଣାରେ ଧସିଥିବା କାର ଏବଂ ଅଟୋକୁ କ୍ରେନ ମାଧ୍ୟମରେ ବାହାର କରାଯାଇଥିଲା। ଘଟଣାରେ ସିଲମପୁର ରୁ ଗୋକଲପୁରୀ ଯାଉଥିବା ରାସ୍ତା ଅଧିକ ଜାମ୍ ହୋଇଥିଲା। ଘଟଣାରେ କେହି ଆହତ ହୋଇନଥିବା ଜଣାପଡ଼ିଥିବା ବେଳେ ଦିଲ୍ଲୀ ଜଳବୋର୍ଡ଼ ଅଧିକାରୀ ଏହାକୁ ଠିକ୍ କରିବାରେ ବ୍ୟସ୍ତ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.