ମୁଜାଫରନଗରରେ ୧୮ ବର୍ଷିୟା ମହିଳା ବକ୍ସରଙ୍କୁ କମେଣ୍ଟ ମାରିବା ଯୁବକଙ୍କୁ ପଡିଲା ମହଙ୍ଗା, ଦେଖନ୍ତୁ ଏହି ଭିଡିଓ

ଆଜିକାଲି ରୋଡରେ ରୋମିଓର ପାର୍ଦୁଭାବ ଦିନକୁ ଦିନ ବଢିଚାଲିଛି । ମହିଳାମାନଙ୍କୁ ଦେଖି ଅଶ୍ଳିଳ ଇଙ୍ଗିତ କରିବା, କମେଣ୍ଟ ପାସ୍ କରିବା ଏବଂ ବିଭିନ୍ନ ଉପାୟରେ ମହିଳାଙ୍କୁ ଟାର୍ଗେଟ କରିବା ଭଳି କାର୍ଯ୍ୟ କରି ଏମାନଙ୍କର ଔଦ୍ଧତ୍ୟ ବଢିଚାଲିଛି। କିଛି ସ୍ଥାନରେ ମହିଳାମାନେ ଚୁପ୍ ରହି ଉକ୍ତ ସ୍ଥାନ ଛାଡି ଚାଲିଯାଉଥିବାବେଳେ ଆଉ କିଛି ମହିଳା ଉତ୍ତମ ମଧ୍ୟମ ଦେଇ ସେମାନଙ୍କୁ ଉଚିତ୍ ଶିକ୍ଷା ଦେଉଛନ୍ତି । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମୁଜାଫରନଗରରେ। ଜଣେ ୧୮ ବର୍ଷିୟା ବକ୍ସର ନିଶା ପରବିନ୍ ଏକ ରୋଡ୍ ରୋମିଓ ଏମିତି ଶିକ୍ଷା ଦେଇଛନ୍ତି ଯାହାକୁ ସେ ସାରା ଜୀବନ କେବେବି ଭୁଲିପାରିବନାହିଁ ।

ଏହାସହ ପଢନ୍ତୁ : ଏମିତି କହିଲେ ମାତାଲ ଶିକ୍ଷକ, ୟାରୋ ମୁଝେଁ ମାଫ୍ କରୋ…ମେଁ ନସେ ମେ ହୁଁ…

ସୂଚନା ମୁତାବକ, ନିଶା ନିଜ ମାଙ୍କ ସହିତ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଯାଇଥିଲେ । ଯେଉଁଠାରେ ରୋମିଓ ଜଣଙ୍କ ତାଙ୍କୁ କମେଣ୍ଟ ମରିବାକୁ ଲାଗିଥିଲେ । ଯାହାକୁ ନିଶା ବାହାଦୁର ଭାବେ ସାମ୍ନା କରିଥିଲେ ଏବଂ ଯୁବକ ଜରଭ୍କୁ ଉତ୍ତମ ମଧ୍ୟମ ଦେଇଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି । ଯେଉଁ ଭିଡିଓରେ ନିଶାଙ୍କ ସାହସିକତାକୁ ଲୋକେ ଖୁବ୍ ପ୍ରଶଂସା କରୁଛନ୍ତି।

ଦେଖନ୍ତୁ ଏହି ଭିଡିଓ :


video courtesy: NBT

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.