ଚୋରର ମାନବିକତା, ପ୍ରଥମେ ମହିଳାଙ୍କୁ ଲୁଟିଲା ପରେ ଆକାଉଂଟରେ ଜିରୋ ବାଲାନ୍ସ ଦେଖି ସବୁ ଟଙ୍କା ଫେରାଇ ଦେଲା

ଚୋରର ମାନବିକତା । ପ୍ରଥମେ ମହିଳାଙ୍କୁ ଲୁଟିଲେ ପରେ ସମସ୍ତ ଟଙ୍କା ଫେରାଇଦେଲେ । ଘଟଣାଟି ଘଟିଛି ଚୀନରେ । ଯାହାର ଭିଡିଓ ମଧ୍ୟ ଆସିଛି ସାମ୍ନାକୁ । ଆଉ ଭିଡିଓକୁ ଦେଖି ଲୋକମାନେ ଚୋରର ପ୍ରଶଂସା ମଧ୍ୟ ଖୁବ୍ କରୁଛନ୍ତି।

ଭାଇରାଲ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି, ମହିଳା ଜଣକ ଏକ ଏଟିଏମରୁ ଟଙ୍କା ଉଠାଉଛନ୍ତି । ସେହି ସମୟରେ ଏକ ଚୋର ଆସି ଛୁରୀ ଦେଖାଇ ମହିଳା ଜଣକ ଉଠାଇଥିବା ସମସ୍ତ ଟଙ୍କା ନେଇ ଯାଉଛନ୍ତି । ଏହା ପରେ ଚୋର ଜଣକ ମହିଳାଙ୍କୁ ଏଟିଏମରୁ ଆଉ ଟଙ୍କା ବାହାର କରିବାକୁ କହୁଛନ୍ତି । ହେଲେ ମହିଳାଙ୍କ ଆକାଉଂଟରେ ଜିରୋ ବାଲାନ୍ସ ଦେଖି ଚୋର ଜଣକ ସମସ୍ତ ଟଙ୍କା ଫେରାଇ ଦେଉଛନ୍ତି । ଏବଂ ହସିକରି ସେଠାରୁ ଚାଲି ଯାଉଛନ୍ତି । ତେବେ ଚୋରର ଏପରି କାର‌୍ୟ୍ୟ ଲୋକଙ୍କ ମନ ଜିଣିନେଇଛି ।

ଦେଖନ୍ତୁ ଭିଡିଓ : 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.