ବନ୍ଧୁକ ମୁନରେ ଡକାୟତି! ସୁରକ୍ଷା କର୍ମୀଙ୍କୁ ଭୟଭୀତ କରାଇ ବିଲ୍ଡରଙ୍କ ଘରେ ପଶିଗଲେ ୫ ସନ୍ଦିଗ୍ଧ, ଦେଖନ୍ତୁ ସିସିଟିଭି ଫୁଟେଜ୍
ମଧ୍ୟ ପ୍ରଦେଶରେ ଜଣେ ବିଲ୍ଡରଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଇନ୍ଦୋରର ଲସୁଡିଆ ଅଞ୍ଚଳର ବୋଲି କୁହାଯାଉଛି।
ସୂଚନା ମୁତାବକ, ନଭେମ୍ବର ୨୬ ତାରିଖ ରାତିରେ ୪/୫ଜଣ ସନ୍ଦିଗ୍ଧ ଜଣେ ବିଲ୍ଡରଙ୍କ ଘରେ ପଶିଥିଲେ। ସେମାନେ ପ୍ରଥମେ ଘର ବାହାରେ ଥିବା ସୁରକ୍ଷା କର୍ମୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ। ବନ୍ଧୁକ ଦେଖାଇ ଭୟଭୀତ କରିବା ପରେ ବିଲ୍ଡରଙ୍କ ଘରେ ପ୍ରବେଶ କରିଥିଲେ। ବନ୍ଧୁକ ମୁନରେ ହୋଇଥିବା ଏହି ଡକାୟତି ଘଟଣାର ପୂରା ଚିତ୍ର ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହି ଫୁଟେଜ୍କୁ ଆଧାର କରି ପୋଲିସ ଏକ ଡକାୟତି ମାମଲା ରୁଜୁ କରିଛି।
ଏହାସହ ପଢ଼ନ୍ତୁ: ଏୟାରପୋର୍ଟରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ଲାଗି ନେଇକି ଯାଉଥିଲେ ଏମିତି ଜିନିଷ, ଯାହାକୁ ଦେଖି କାନ୍ଦି ପକାଇଲେ ସୁରକ୍ଷା କର୍ମୀ
ଘଟଣା ସମ୍ପର୍କରେ ଇନ୍ଦୋର ଏସ୍ପି କହିଛନ୍ତି, ସିସିଟିଭି ଫୁଟେଜ୍ରେ ୪/୫ଜଣ ଲୋକ ଦେଖାଯାଉଛନ୍ତି। ତଥାପି ସବୁ ଦିଗକୁ ନଜର ରଖି ଘଟଣାର ଛାନ୍ଭିନ୍ କରାଯାଉଛି।
ଭିଡିଓରେ ଦେଖିବାକୁ ମିଳୁଛି, ଦୁଇଜଣ ଲୋକ ବସିଛନ୍ତି। ଏହି ସମୟରେ ପଛପଟୁ କିଛି ଲୋକ ସେମାନଙ୍କ ଆଡ଼କୁ ମାଡ଼ି ଆସୁଛନ୍ତି ଏବଂ ପାଖକୁ ଆସିଲା ପରେ ସେମାନଙ୍କୁ ଘେରି ଯାଉଛନ୍ତି। ଏହାପରେ ବନ୍ଧୁକ ବାହାର କରି ଦୁଇଜଣଙ୍କୁ ଡରାଉଛନ୍ତି। ସେମାନଙ୍କ ମୁଣ୍ଡରେ ବନ୍ଧୁକ ରଖି ବିଲ୍ଡରଙ୍କ ଘର ଗେଟ୍ ଦେଇ ଭିତରକୁ ପ୍ରବେଶ କରୁଛନ୍ତି।
ଏହାସହ ପଢ଼ନ୍ତୁ: ସାପ ନେଉଳ ଭିତରେ ଜବରଦସ୍ତ ଲଢେଇ, ଦେଖନ୍ତୁ ଏହି ଭାଇରାଲ ଭିଡିଓ
ସିସିଟିଭି ଫୁଟେଜ୍କୁ ଆଧାର କରି ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।
#WATCH 5 men commit robbery at a builder’s residence in Indore’s Lasudia area keeping the guard at gunpoint. SP Indore says, “4-5 men can be seen in the CCTV footage. Investigation is being conducted from all angles.” (26.11) #MadhyaPradesh pic.twitter.com/jS1Kk28FO2
— ANI (@ANI) November 27, 2019