ଜମି ଦୁର୍ନୀତି ମାମଲାରେ ଇଡିରେ ହାଜର ହେଲେ ରବର୍ଟ ଭଦ୍ରା, ଚାଲିଛି ପଚରାଉଚରା

ଗୁରୁଗ୍ରାମ ଜମି ଦୁର୍ନୀତି ମାମଲାରେ ବଢ଼ିଲା ରବର୍ଟ ଭଦ୍ରାଙ୍କ ଅଡ଼ୁଆ । ସମନ ପାଇ ଇଡିରେ ହାଜର ହେଲେ ରବର୍ଟ ଭଦ୍ରା । ଗୁରୁଗ୍ରାମ ସିକୋପୁର ଜମି ଦୁର୍ନୀତି ମାମଲାରେ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ PML ଆକ୍ଟରେ ସମନ୍ କରିଥିଲା ଇଡି । ହରିଆଣା ପୋଲିସର FIR ଆଧାରରେ ଏହି ମାମଲାର ତଦନ୍ତ କରୁଛି ଇଡି ।

୨୦୦୮ ମସିହାରେ ରବର୍ଟ ଭଦ୍ରାଙ୍କ ସ୍କାଏଲାଇଟ ହସ୍ପିଟାଲିଟି ପ୍ରାଇଭେଟ ଲିମିଟେଡ୍ କମ୍ପାନୀ ଗୁରୁଗ୍ରାମରେ ଓଙ୍କାରେଶ୍ବର ପ୍ରପର୍ଟିଜ୍ ଠାରୁ ସାଢ଼େ ୭ କୋଟି ମୂଲ୍ୟରେ ୩.୫ ଏକର ଜାଗା କିଣିଥିଲା । ୨୫ ଘଣ୍ଟା ଭିତରେ ଏହାର ମ୍ୟୁଟେସନ୍ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଜମି କିଣାରେ ଦୁର୍ନୀତି ଅଭିଯୋଗ ହୋଇଥିଲା ।

ତେବେ ଏହାକୁ ନେଇ ରବର୍ଟ ଭଦ୍ରା କହିଛନ୍ତି, ଏହି ମାମଲାରେ କିଛି ନାହିଁ । ଗତ ୨୦ ବର୍ଷ ଭିତରେ ତାଙ୍କୁ ୧୫ ଥର ସମନ କରାଯାଇଛି । ପ୍ରତିଥର ତାଙ୍କୁ ୧୦ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରାଯାଇଛି । ଏହି ଘଟଣାରେ ୨୩ ହଜାର ଡକ୍ୟୁମେଣ୍ଟ ଦାଖଲ କରିଥିବା କହିଛନ୍ତି ରବର୍ଟ ଭଦ୍ରା ।

ହରିୟାଣାର ଶିକୋହାବାଦ ଜମି ଚୁକ୍ତି ସହିତ ଜଡିତ ମନି ଲଣ୍ଡରିଂ ତଦନ୍ତ ସହିତ ଜଡିତ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ରବର୍ଟ ଭଦ୍ରାଙ୍କୁ ଦ୍ୱିତୀୟ ସମନ ପଠାଇଛି । ୮ ଏପ୍ରିଲରେ ଜାରି ହୋଇଥିବା ପ୍ରଥମ ସମନରେ ଭଦ୍ରା ହାଜର ହୋଇନଥିଲେ ।

Also Read : ମହାକାଶରୁ ଫେରିଲେ ବ୍ଲୁ ଅରିଜିନ ଅଲ ୱିମେନ କ୍ରିଉ, ମହାକାଶରେ ରହିଲେ ୧୦ ମିନିଟ ୨୧ ସେକେଣ୍ଡ