ଚନ୍ଦ୍ରଯାନ ମିଶନ-୩ରୁ ଲିଡ୍ କରୁଛନ୍ତି ରକେଟ୍ ୱିମେନ୍, ଜାଣନ୍ତୁ କିଏ ସେ ମହିଳା ଯାହାକୁ ଦିଆଯାଇଛି ଗୁରୁ ଦାୟିତ୍ୱ
ଆଜି ଦ୍ୱିପହର ୨ଟା ୩୫ରେ ଉଡାଣ ଭରିବ ଚନ୍ଦ୍ରଯାନ-୩। ଚନ୍ଦ୍ରଯାନ ମିଶନ-୩ରୁ ଲିଡ୍ କରୁଛନ୍ତି ରକେଟ୍ ୱିମେନ୍। ଏହି ମିଶନର ଗୁରୁ ଦାୟିତ୍ୱ ମିଳିଛି ମହିଳା ବୈଜ୍ଞାନିକ ଋତୁ କରିଧାଲ ଶ୍ରୀବାସ୍ତବଙ୍କୁ । ସେ ଚନ୍ଦ୍ରଯାନ-୩ ମିଶନର ନିର୍ଦ୍ଦେଶିକା ଭାବେ ଗୁରୁ ଦାୟିତ୍ୱ ନିର୍ବାହ କରୁଛନ୍ତି।

ନୂଆଦିଲ୍ଲୀ : ଆଜି ଦ୍ୱିପହର ୨ଟା ୩୫ରେ ଉଡାଣ ଭରିବ ଚନ୍ଦ୍ରଯାନ-୩। ଚନ୍ଦ୍ରଯାନ ମିଶନ-୩ରୁ ଲିଡ୍ କରୁଛନ୍ତି ରକେଟ୍ ୱିମେନ୍। ଏହି ମିଶନର ଗୁରୁ ଦାୟିତ୍ୱ ମିଳିଛି ମହିଳା ବୈଜ୍ଞାନିକ ଋତୁ କରିଧାଲ ଶ୍ରୀବାସ୍ତବଙ୍କୁ । ସେ ଚନ୍ଦ୍ରଯାନ-୩ ମିଶନର ନିର୍ଦ୍ଦେଶିକା ଭାବେ ଗୁରୁ ଦାୟିତ୍ୱ ନିର୍ବାହ କରୁଛନ୍ତି। ଲକ୍ଷ୍ନୌ ବାସିନ୍ଦା ଋତୁ ଭାରତୀୟ ବିଜ୍ଞାନ କ୍ଷେତ୍ରରେ ଜଣେ ଆଗଧାଡ଼ିର ବୈଜ୍ଞାନିକ। ମଙ୍ଗଳ ମିଶନରେ ତାଙ୍କର ଭୂମିକାକୁ ଦୃଷ୍ଟିରେ ରଖି ତାଙ୍କୁ ଚନ୍ଦ୍ରଯାନ-୩ର ଗୁରୁ ଦାୟିତ୍ୱ ଦିଆଯାଇଛି। ମଙ୍ଗଳ ମିଶନର ଡେପୁଟି ଡାଇରେକ୍ଟର ଭାବେ କାମ କରିସାରିଛନ୍ତି ଋତୁ।
ଏହାସହ ଚନ୍ଦ୍ରଯାନ-୨ରେ ମଧ୍ୟ ତାଙ୍କୁ ମିଶନ ଡାଇରେକ୍ଟର ଦାୟିତ୍ୱ ଦିଆଯାଇଥିଲା। ପ୍ରଥମେ ଲକ୍ଷ୍ନୌ ନବଯୁଗ ମହାବିଦ୍ୟାଳରୁ ସ୍କୁଲ ଶିକ୍ଷା ଶେଷ କରିବା ପରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍ ଶେଷ କଲେ । ୬ ମାସ ରିସର୍ଚ୍ଚ କରିବା ପରେ ଗେଟ୍ ପାଇଲେ । ୨୦୦୭ରେ ଇସ୍ରୋରେ ଯୋଗ ଦେଲେ ଋତୁ । ଏରୋସ୍ପେଶରେ ବିଶେଷଜ୍ଞତା ହାସଲ କରିଥିବା ଋତୁଙ୍କ ପୁରା କ୍ୟାରିୟର ଅଭିଜ୍ଞତାରେ ଭରପୁର । ୨୦୦୭ରେ ଋତୁଙ୍କୁ ଯୁବ ବୈଜ୍ଞାନିକ ପୁରସ୍କାର ମିଳିଥିଲା। ତାଙ୍କୁ ରକେଟ୍ ୱିମ୍ୟାନ ଭାବେ ଜଣାଯାଏ। ପିଲାଦିନୁ ଋତୁ କରିଧାଲ ଶ୍ରୀବାସ୍ତବ ମହାକାଶ ବିଜ୍ଞାନରେ ରୁଚି ରଖିଥିଲେ।