ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ ବିରାଜମାନ କରି ଭକ୍ତଙ୍କୁ ଦିବ୍ୟ ରୂପରେ ଦର୍ଶନ ଦେଉଛନ୍ତି । ଏହି ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ପରେ ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି ।

ଏହାରି ଭିତରେ ଅଯୋଧ୍ୟାରେ ରାମ ମନ୍ଦିରର ବିଶାଳ ଉଦଘାଟନ ହେବାର ଛଅ ମାସ ବିତି ଯାଇଥିବାବେଳେ, ଏବେ ମନ୍ଦିରର ମୁଖ୍ୟ ପୁରୋହିତଙ୍କ ପ୍ରତିକ୍ରିୟା ମିଳିଛି । ସେ କହିଛନ୍ତି ଯେ ବର୍ଷା ସମୟରେ ମନ୍ଦିରର ଛାତରୁ ପାଣି ବାହାରୁଛି ।

ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ କହିବା କଥା ଯେ, ଯେଉଁଠାରେ ରାମ ଲାଲାର ମୂର୍ତ୍ତି ସ୍ଥାପିତ ହୋଇଥିଲା ସେହି ପବିତ୍ର ଗର୍ଭଗୃହ ଛାତରୁ ପ୍ରଥମ ବର୍ଷାରେ ପାଣି ଲିକ୍ ହେବାରେ ଲାଗିଛି । ଏହି ପ୍ରସଙ୍ଗରେ ଧ୍ୟାନ ଦିଆଯିବା ସହ କ’ଣ ପାଣି ଏଭଳି ପାଣି ଗଳୁଛି ତାହାର କାରଣ ଜାଣିବା ନୀହାତି ଉଚିତ୍ । ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ । ଏହାସହ ମନ୍ଦିରରୁ ଜଳ ନିଷ୍କାସନ ପାଇଁ ସ୍ଥାନ ନଥିବା ସେ କହିଛନ୍ତି । ଯାହାଫଳରେ ଏଭଳି ଅସୁବିଧା ସୃଷ୍ଟି ହେଉଛି, ଯାହାର ତୁରନ୍ତ ସମାଧାନ କରାଯିବା ଅତି ଜରୁରୀ ।

ମୁଖ୍ୟ ପୁରୋହିତ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହିତ ଏହାବି କହିଛନ୍ତି ଯେ, ମନ୍ଦିରରେ ଏତେ ସଂଖ୍ୟକ ଇଞ୍ଜିନିୟର ଉପସ୍ଥିତ ଅଛନ୍ତି ତଥାପି ଛାତରୁ ପାଣି ପଡୁଛି । ଯାହା ଅତ୍ୟନ୍ତ ଦୁଃଖଦାୟକ । ତେବେ କେହି ଏଭଳି ହେବ ବୋଲି ଭାବି ନଥିଲେ ବୋଲି ସେ କହିଛନ୍ତି । ପ୍ରଥମ ମହଲାରୁ ବର୍ଷା ଜଳ ପଡୁଥିବା ନେଇ ଶ୍ରୀ ରାମ ମନ୍ଦିର ନିର୍ମାଣ କମିଟିର ସଭାପତି ମଧ୍ୟ ନିଶ୍ଚିତ କରିଛନ୍ତି । ଛାତର ମରାମତି ଏବଂ ଜଳ ନିଷ୍କାସନ ପାଇଁ ସେ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।