photo: aajtak
ଦିନେ ଘର ଜଗିବା ପାଇଁ ମାଲିକ ଯେଉଁ କୁକୁର ଆଣିଥିଲେ, ସେହି କୁକୁର ହିଁ ନିଜ ମାଲିକକୁ କାମୁଡ଼ି କ୍ଷତାକ୍ତ କରି ପକାଇଛି । ମାଲିକ ଶରୀରର ୬୦ରୁ ଅଧିକ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି । ତାଙ୍କ ହାତରୁ ନେଇ ଗୋଡ଼ ପର୍ଯ୍ୟନ୍ତ ବିଭିନ୍ନ ଜାଗାରେ କୁକୁର କାମୁଡ଼ି ମାଂସ ଉଠାଇ ଦେଇଛି ।
କୁକୁରଟି ଯେତେବେଳେ ମାଲିକଙ୍କୁ ଆକ୍ରମଣ କରୁଥିଲା, ସେତେବେଳେ ଅସହାୟ ବୃଦ୍ଧ ମାଲିକ ଜଣକ ନିଜ ଜୀବନ ବଞ୍ଚାଇବା ପାଇଁ ଆପ୍ରାଣ ଚେଷ୍ଟା ଚଳାଇଥିଲେ । ସାମାନ୍ୟ ଆଶ୍ୱସ୍ତିକର କଥା ଏହା ଥିଲା ଯେ ଏ ସବୁକିଛି ବୃଦ୍ଧଙ୍କ ପୁଅ ଦେଖି ନେଇଥିଲେ ଏବଂ ହିଂସକ ହୋଇପଡ଼ିଥିବା କୁକୁରକୁ କାବୁ କରି ବାପାଙ୍କ ଜୀବନ ବଞ୍ଚାଇଥିଲେ ।
ଏଭଳି ଦୁଃଖଦାୟକ ଘଟଣା ଘଟିଛି ମଧ୍ୟପ୍ରଦେଶର ଗ୍ଵାଲିୟରରେ । ରକ୍ସି ପୁଲ୍ ନିବାସୀ ତେଜେନ୍ଦ୍ର ଘୋରପଡେ ନିଜ ଘରେ ‘ରଟ୍ ଓ୍ଵିଲର’ ପ୍ରଜାତିର ଏକ କୁକୁର ପାଳିଥିଲେ । ୬୩ ବର୍ଷୀୟ ତେଜେନ୍ଦ୍ର ଭାବିଥିଲେ କି, ପୋଷା କୁକୁର ତାଙ୍କ ଘରର ସୁରକ୍ଷା କରିବ, ହେଲେ କୁକୁରଟି ତାଙ୍କ ପାଇଁ ଘାତକ ସାଜିଥିଲା ।
ସୋମବାର ତେଜେନ୍ଦ୍ର ନିଜ ପୋଷା କୁକୁରକୁ ଦିନବେଳା ଖାଦ୍ୟ ଦେବାକୁ ଭୁଲି ଯାଇଥିଲେ । ରାତିରେ ଶୋଇବା ସମୟରେ ଏହି କଥା ତାଙ୍କର ମନେ ପଡ଼ିଥିଲା । ପାଖାପାଖି ୧୨ଟା ବେଳେ ସେ ଭୋକିଲା କୁୁକୁର ପାଇଁ ଖାଦ୍ୟ ଧରି ପହଞ୍ଚିଥିଲେ । ହେଲେ ଏହି ସମୟରେ କୁକୁରଟି ହିଂସକ ହୋଇ ନିଜ ମାଲିକଙ୍କୁ ହିଁ ଆକ୍ରମଣ କରିଥିଲା ।
ଏପଟେ ପାଟି ଶୁଣି ତେଜେନ୍ଦ୍ରଙ୍କ ପୁଅ ଘଟଣାସ୍ଥଳରେ ପହଞ୍ଚି ବାପାଙ୍କୁ ଉଦ୍ଧାର କରିଥିଲେ । ଲହୁଲୁହାଣ ଅବସ୍ଥାରେ ତେଜେନ୍ଦ୍ରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସର୍ଜିକାଲ ଓ୍ଵାର୍ଡରେ ଏବେ ତାଙ୍କର ଚିକିତ୍ସା ଚାଲିଛି । ଅନୁମାନ କରାଯାଉଛି ଯେ କୁକୁରଟି ଭୋକିଲା ଥିବାରୁ ଏହା ହିଂସକ ହୋଇଉଠିଥିଲା ଏବଂ ନିଜ ମାଲିକଙ୍କୁ ଆକ୍ରମଣ କରିଥିଲା ।
ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…
ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…
ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…
ମୟୁରଭଞ୍ଜ : ତୁଟିଲା ବିବାଦ । ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…
କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…
ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…