ଆପ୍ ମନ୍ତ୍ରୀ ଅତିଶୀଙ୍କୁ ସମନ, ଜୁନ ୨୯ରେ ହାଜର ହେବାକୁ ନିର୍ଦ୍ଦେଶ ଦେଲେ କୋର୍ଟ
ଆପ୍ ମନ୍ତ୍ରୀ ଅତିଶୀଙ୍କୁ ସମନ ଜାରି କରିଛନ୍ତି ଦିଲ୍ଲୀ ରାଉସ ଆଭେନ୍ୟୁ କୋର୍ଟ । ଅତିଶୀଙ୍କ ବିପକ୍ଷରେ ଏହି ସମନ ମାନହାନି ମାମଲାରେ ଜାରି କରାଯାଇଛି । କୋର୍ଟ ଆଜି ଅତିଶୀଙ୍କୁ ଜୁନ ୨୯ରେ ହାଜର ହେବାକୁ ସମନ କରିଛନ୍ତି । ଏହି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିଓ୍ଵାଲ ମଧ୍ୟ ଅଭିଯୁକ୍ତ ଅଟନ୍ତି ।

ଦିଲ୍ଲୀ ରାଉସ ଆଭେନ୍ୟୁ କୋର୍ଟ ଆପ୍ ମନ୍ତ୍ରୀ ଅତିଶୀଙ୍କୁ ସମନ ଜାରି କରିଛନ୍ତି । ଅତିଶୀଙ୍କ ବିପକ୍ଷରେ ଏହି ସମନ ମାନହାନି ମାମଲାରେ ଜାରି କରାଯାଇଛି । କୋର୍ଟ ଆଜି ଅତିଶୀଙ୍କୁ ଜୁନ ୨୯ରେ ହାଜର ହେବାକୁ ସମନ କରିଛନ୍ତି । ଏହି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିଓ୍ଵାଲ ମଧ୍ୟ ଅଭିଯୁକ୍ତ ଅଟନ୍ତି ।
ବିଜେପି ଦିଲ୍ଲୀର କ୍ଷମତାସୀନ ଆପର କିଛି ବିଧାୟକଙ୍କୁ ଟଙ୍କା ଦେଇ କିଣିବାକୁ ଚେଷ୍ଟା କରୁଥିବା ଅତିଶୀ ଅଭିଯୋଗ କରିଥିଲେ । ଏ ନେଇ ତାଙ୍କ ପାଖରେ ଫୋନ କଲ ରେକର୍ଡ ରହିଥିବା ମଧ୍ୟ ସେ ଦାବି କରିଥିଲେ ।
ଆପର ଏପରି ଅଭିଯୋଗକୁ ବିଜେପି ଖଣ୍ଡନ କରିଥିଲା । ଦଳ ପକ୍ଷରୁ ପ୍ରମାଣ ଉପସ୍ଥାପନ କରିବାକୁ ଆପ୍କୁ ଚ୍ୟାଲେଞ୍ଜ ଦିଆଯାଇଥିଲା । ଏଥିସହ ପ୍ରବୀଣ ଶଙ୍କର କପୁର କୋର୍ଟରେ ପହଞ୍ଚି ଅତିଶୀଙ୍କ ବିରୋଧରେ ମାନହାନୀ କେସ୍ କରିଥିଲେ ।
ସୂଚନାଯୋଗ୍ୟ, ଏପ୍ରିଲ ୩୦ରେ ବିଜେପି ନେତା ପ୍ରବୀଣ ମାନହାନୀ କେସ ଫାଇଲ କରିଥିଲେ । ଆପ୍ ନେତାମାନେ ବିଧାୟକମାନଙ୍କୁ କିଣିବା ପାଇଁ ବିଜେପି କରିଥିବା ଉଦ୍ୟମ ଅଭିଯୋଗର କୌଣସି ପ୍ରକାରର ପ୍ରମାଣ ଦେଇ ପାରି ନାହାନ୍ତି । ଆପ୍ ସୁପ୍ରିମ କେଜ୍ରିୱାଲ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ କରି ବିଜେପି ପକ୍ଷରୁ ଆପର ୭ ଜଣ ବିଧାୟକଙ୍କୁ ଯୋଗାଯୋଗ କରାଯାଇଛି ଓ ସେମାନଙ୍କୁ ଆପ୍ ଛାଡ଼ିବା ପାଇଁ ୨୫ କୋଟି ଲେଖାଏ ଅଫର ଦିଆଯାଇଥିବା କହିଥିଲେ ।
କେଜ୍ରିଓ୍ଵାଲ ଏକ ପ୍ରେସ କନଫରନ୍ସେରେ ଅଭିଯୋଗ କରିଥିଲେ କି, ବିଜେପି ଦିଲ୍ଲୀରେ ତାଙ୍କ ସରକାର ଭାଙ୍ଗିବା ପାଇଁ ଆପ୍ର ୭ ଜଣ ବିଧାୟକଙ୍କୁ ୨୫-୨୫ କୋଟି ଟଙ୍କାରେ କିଣିବାକୁ ଚାହୁଁଛି । ଏହାପରେ ଦିଲ୍ଲୀ ମନ୍ତ୍ରୀ ଅତିଶୀ ଅଭିଯୋଗ କରିଥିଲେ କି, ଅପରେସନ ଲୋଟସ ୨.୦ ଆରମ୍ଭ କରିଛି ବିଜେପି ।